Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଭୂତ ଲାଇଭ୍ / ପ୍ରେତାତ୍ମା ମାଗୁଛି ନ୍ୟାୟ ! କେମିତି କହୁଛି ନିଜ ମୃତ୍ୟୁର ରହସ୍ୟ ଦେଖନ୍ତୁ ଭିଡିଓ

2/11/2019 at 3:28 PM

ଅନୁଗୋଳ ୨।୧୧ : ମହିଳାଙ୍କ ଦେହରେ ଲାଗୁଛି ଭୂତ । ପ୍ରେତାତ୍ମା ମାଗୁଛି ନ୍ୟାୟ । ସଭ୍ୟ ସମାଜରେ ଆଜି ବି ଲୋକେ କେମିତି ଅନ୍ଧବିଶ୍ବାସକୁ ଗ୍ରହଣ କରୁଛନ୍ତି ତାହାର ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି । ଭୂତ କହୁଛି ମୃତ୍ୟୁର ରହସ୍ୟ । ଏମିତି ଏକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ନତଡା ଗ୍ରାମରେ । ଜଣେ ଅବିବାହିତ ମୃତ ଯୁବକର ଆତ୍ମା ମହିଳାମାନଙ୍କର ଶରୀରରେ ପ୍ରବେଶ କରୁଛି। ଆଉ ସେହି ମହିଳାମାନେ ଅସ୍ବାଭାବିକ ଆଚରଣ ମଧ୍ୟ କରୁଛନ୍ତି । ଯୁବକ ଜଣଙ୍କ ବିଡି ଆଉ ମଦ ପିଏ । ମହିଳା ମାନେ ମଧ୍ୟ ସେହି ସମାନ ଆଚରଣ କରୁଛନ୍ତି । କହୁଛନ୍ତି, ‘ମୋତେ ମାରି ଦିଆଯାଇଛି, ମୋତେ ନ୍ୟାୟ ଦରକାର’ । ଏଭଳି ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଭାଇରାଲ୍ ହେବାରେ ଲାଗିଛି।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୯୮ ତାରିଖରେ ନତଡାର ମହାଦେବ ଖଟୁଆଙ୍କ ଅବିବାହିତ ପୁଅ ପଞ୍ଚାନନ ଖଟୁଆଙ୍କ ଶବ ପଡୋଶୀଙ୍କ କୂଅରୁ ଉଦ୍ଧାର କରାଯାଇଥିଲା। କିନ୍ତୁ ତା ପରଠାରୁ ବିଭିନ୍ନ ମହିଳାଙ୍କ ଦେହରେ ଏହି ଅତୃପ୍ତ ଆତ୍ମା ପ୍ରବେଶ କରୁଥିବା ଲୋକମାନେ କହୁଛନ୍ତି । ତେଣୁ ଏହାକୁ ନେଇ ଗାଁର ଲୋକମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ତେବେ କିଛିଲୋକ ଏହାକୁ ମିଛ ବୋଲି ମଧ୍ୟ କହୁଛନ୍ତି। ଏହା ସ୍ନାୟବିକ ରୋଗ ଅଥବା ମନରେ ଭୟ ଥିବାରୁ ମହିଳାମାନେ ଏଭଳି ଆଚରଣ କରୁଛନ୍ତି ବୋଲି କହୁଛନ୍ତି । ଆଧୁନିକ ସମାଜରେ ଏଭଳି ଅନ୍ଧବିଶ୍ବାସ ଗ୍ରହଣୀୟ ନୁହେଁ ବୋଲି କହୁଛନ୍ତି।

   Related Posts