କରୋନା ନେଇ ୭ ବର୍ଷ ପୂର୍ବେ ବ୍ୟକ୍ତି କରିଥିଲେ ଭବିଷ୍ୟବାଣୀ, ଟୁଇଟ୍ ଦେଖି ଲୋକେ ଆଚମ୍ବିତ

Published By : Prameya-News7 Bureau | March 13, 2020 IST

ନୂଆଦିଲ୍ଲୀ ୧୩।୦୩ : ସଂପ୍ରତି କରୋନା ଭୂତାଣୁରେ ସମଗ୍ର ଦୁନିଆ ଆତଙ୍କିତ ଅବସ୍ଥାରେ ରହିଛି। ଦୁନିଆରେ ୧୦୦ରୁ ଅଧିକ ଦେଶକୁ କରୋନା ବ୍ୟାପିଲାଣି। ମୃତକଙ୍କ ସଂଖ୍ୟା ୫୦୦୦ ଟପି ସାରିଥିବା ବେଳେ ଲକ୍ଷେ ୧୫ ହଜାରରୁ ଅଧିକ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଲାଣି। ଏହା ମଧ୍ୟରେ ସାମାଜିକ ଗଣମାଧ୍ୟମରେ ଏମିତି ଏକ ଟୁଇଟ୍ ଭାଇରାଲ  ହେବାରେ ଲାଗିଛି, ଯାହା ଚର୍ଚ୍ଚାର ପରିଧିକୁ ଆସିଛି। ଏହି ଟୁଇଟ୍‌କୁ ୨୦୧୩ରେ କରାଯାଇଥିଲା। ଏହି ଟୁଇଟ୍‌କୁ ଯେ କେହି ବି ଦେଖି ଚକିତ ହୋଇ ଯାଉଛନ୍ତି। କାରଣ ଟୁଇଟରେ କରୋନାକୁ ନେଇ ଭବିଷ୍ୟତବାଣୀ କରାଯାଇଥିଲା।

ଟୁଇଟର ଆକାଉଣ୍ଟର ନାମ ମାକ୍ରୋ ଥିବା ବେଳେ ୟୁଜର ନେମ୍ @Macro_Acortes ଲେଖା ହୋଇଛି। ବ୍ୟକ୍ତି ଜଣକ ଟୁଇଟରେ କରୋନା ଭୂତାଣୁ ଆସିବାକୁ ଯାଉଥିବା ସାତ ବର୍ଷ ପୂର୍ବେ ଅର୍ଥାତ ୨୦୧୩ରେ ଟୁଇଟ୍ କରିଥିଲେ। ଏଥିରେ “Coronavirus….its coming” on June 3, 2013 ଲେଖା ହୋଇଛି।

wp:core-embed/twitter {"url":"https://twitter.com/Marco_Acortes/status/341578219176214528?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E341578219176214528\u0026ref_url=https%3A%2F%2Fwww.hindustantimes.com%2Fit-s-viral%2Fpeople-surprised-as-man-predicted-about-coronavirus-7-year-ago%2Fstory-HKNYLePqPUmnlW3guzR8mJ.html","type":"rich","providerNameSlug":"twitter","className":""}
https://twitter.com/Marco_Acortes/status/341578219176214528?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E341578219176214528&ref_url=https%3A%2F%2Fwww.hindustantimes.com%2Fit-s-viral%2Fpeople-surprised-as-man-predicted-about-coronavirus-7-year-ago%2Fstory-HKNYLePqPUmnlW3guzR8mJ.html
/wp:core-embed/twitter

ଏହି ଟୁଇଟ୍‌କୁ ଦେଖି ସାତ ବର୍ଷ ପୂର୍ବେ କରୋନା ନେଇ ହୋଇଥିବା ଭବିଷ୍ୟତବାଣୀକୁ ନେଇ ସମସ୍ତେ ଚକିତ ହୋଇ ପଡିଛନ୍ତି। ଏହି ଟୁଇଟ୍‌କୁ ଅଦ୍ୟାବଧି ୫୭୦୦୦ ରିଟୁଇଟ୍‌ କରାଯାଇଥିବା ବେଳେ ଲକ୍ଷେରୁ ଅଧିକ ଲାଇକ୍ ମିଳି ସାରିଛି।

ଏହି  ପୋଷ୍ଟ ଭାଇରାଲ ହେବା ପରେ ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ୟୁଜର୍ସ ଅନେକ ମତାମତ ଦେଇଛନ୍ତି। କେହି କେହି  କହୁଛନ୍ତି ତାରିଖ ବଦଳାଇବା ପାଇଁ ଟୁଇଟର ହ୍ୟାକ୍ କରାଯାଇଛି। ଆଉ କେହି କେହି କହୁଛନ୍ତି ଯଦି ସାତ ବର୍ଷେ ପୂର୍ବେ ଜଣା ଥିଲା ଯେ ବିଶ୍ଵରେ କରୋନା ବ୍ୟାପିବାକୁ ଯାଉଛି, ତେବେ କଣ ପାଇଁ ପଦକ୍ଷେପ ନିଆଗଲା ନାହିଁ। ଏହାକୁ ନେଇ ୟୁଜର୍ସଙ୍କ ମଧ୍ୟରେ ବିତର୍କ ଆରମ୍ଭ ହୋଇ ଯାଇଛି। ଅନ୍ୟ  ଜଣେ ୟୁଜର୍ସ କହିଛନ୍ତି ଯେ, କେମିତି ଜଣେ ସାତ ବର୍ଷ ପୂର୍ବେ କରୋନାକୁ ନେଇ ଏମିତି କେମିତି ଭବିଷ୍ୟତବାଣୀ କରି ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.