ଗୋରା ହେବା ଇଛାରେ ଶ୍ୟାମଳ ହେଉଛନ୍ତି ଲୋକେ : ବିଭିନ୍ନ ପ୍ରକାର କ୍ରିମ ବ୍ୟବହାର କରି ହେଉଛି ଚର୍ମ ରୋଗ, ଜାଣନ୍ତୁ କଣ କରିବେ

Published By : Prameya-News7 Bureau | December 22, 2018 IST

ଭୁବନେଶ୍ୱର ୨୨/୧୨ : ଗୋରା ହେବା ପାଇଁ କିଏବା ନଚାହେଁ | ଅଧିକାଂଶ ଶ୍ୟାମଳ ରଙ୍ଗ ଲୋକେ କୌଣସି ବି ପ୍ରକାରେ ଗୋରା ହେବା ପାଇଁ ଇଛା ପ୍ରକାଶ କରିଥାନ୍ତି | ଏଥିପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା ମଧ୍ୟ କରିଥାନ୍ତି | କିଛି ଲୋକେ ନୂଆ ନୂଆ କ୍ରିମ ବ୍ୟବହାର କରିଥାନ୍ତି | ତ କିଛି ଲୋକେ ଘରୋଇ ଉପାୟରେ ଗୋରା ହେବା ପାଇଁ ଚେଷ୍ଟା କରିଥାନ୍ତି | ତେବେ ଏଭଳି କ୍ଷେତ୍ରରେ ଘରୋଇ ଉପଚାର ବହୁତ ଲାଭପ୍ରଦ ହୋଇଥାଏ | ତେବେ ଗୋରା ହେବା ଇଛା ଆପଣଙ୍କୁ ଅଧିକ କଳା କରିପାରେ | ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନବା ଏମ୍ସର ତ୍ୱଚା ରୋଗ ବିଶେଷଜ୍ଞ ଡାକ୍ତର ବି.କେ.ଶର୍ମା ଏଭଳି ଦାବି କରିଛନ୍ତି | ଆଇଡିବିଏଲ ତରଫରୁ ଦେଶ ବ୍ୟାପି ଆରମ୍ଭ କରାଯାଇଥିବା ଅଭିଯାନରେ ସେ ଏଭଳି ତଥ୍ୟ ଦେଇଥିଲେ |


ଆଇଡିବିଏଲର ସଚେତନତା ରଥ ଦେଶର ୧୮ଟି ରାଜ୍ୟରେ ବୁଲି ବୁଲି ଲୋକଙ୍କୁ ସଚେତନ କରିବ | ଡାକ୍ତର ବି.କେ.ଶର୍ମା କହିଛନ୍ତି ଯେ, ଅଳ୍ପ ଦିନରେ ଗୋରା ହୋଇଯିବ କହି ବଜାରରେ ଯେଉଁ କ୍ରିମ ବିକ୍ରି ହେଉଛି ସେହି କ୍ରିମରେ ଅଧିକ ମାତ୍ରାରେ ଷ୍ଟେରଏଡ଼ ରହୁଛି | ଷ୍ଟେରଏଡ଼ ଏକ ପ୍ରକାର କେମିକାଲ | ଏହି କେମିକାଲ ତ୍ୱଚାର ଉପର ଆସ୍ତରଣକୁ ହଟାଇ ଦେଇଥାଏ | ଯାହାଫଳରେ ତ୍ୱଚା ପତଳା ହୋଇଯାଇଥାଏ | ତ୍ୱଚା ପତଳା ହୋଇଯିବା ଫଳରେ ତ୍ୱଚାର ରୋଗ ପ୍ରତୋରୋଧକ କ୍ଷମତା ହ୍ରାସ ପାଇଥାଏ | ପ୍ରତିଦିନ ଏଭଳି କ୍ରିମ ବ୍ୟବହାର କରିବା ଦ୍ୱାରା ସଂକ୍ରମଣର ଆଶଙ୍କା ବୃଦ୍ଧି ପାଇବା ସହ ଚର୍ମ ରୋଗ ହୋଇଥାଏ |

{"id":66176}


ତେବେ ଗୋରା ହେବା ପିନ କ୍ରିମ କିଣୁଥିବାବେଳେ କେତୋଟି ଜିନିଷ ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ :
ଡାକ୍ତର ବି.କେ.ଶର୍ମାଙ୍କ କହିବାନୁଯାୟୀ ଗୋରା ହେବା ପାଇଁ ବଜାରରେ ବିଭିନ୍ନ ପ୍ରକାର କ୍ରିମ ଉପଲବ୍ଧ | କେତେକ କ୍ରିମରେ ଷ୍ଟେରଏଡ଼ ମାତ୍ରା ଅଧିକ ଥିବାବେଳେ କେତେକ କ୍ରିମରେ କମ ଥାଏ | ତେବେ କ୍ରିମରେ ଷ୍ଟେରଏଡ଼ର ମାତ୍ରା ଅଧିକ ଥିଲେ ତାହା ତ୍ୱଚା ପାଇଁ ଅତ୍ୟନ୍ତ ହାନିକାରକ | ସେଥିପାଇଁ କ୍ରିମ କିଣିବା ପୂର୍ବରୁ କଣ୍ଟେଣ୍ଟ ନିଶ୍ଚୟ ଦେଖନ୍ତୁ | ଯଦି କ୍ରିମରେ କ୍ଲୋବିଟାସୋନ, ମୋମେଟାସୋନ ଏବଂ ଭିଟାମେଥାସୋନ ନାମକ ଷ୍ଟେରଏଡ଼ ରହିଛି ତାହେଲେ ସେହି କ୍ରିମ ନକିଣିବା ଆପଣଙ୍କ ପାଇଁ ଫଳପ୍ରଦ |


ଏମିତି କିଛି କ୍ରିମ ରହିଛି ଯାହାକୁ ୧୫ ଦିନ ବ୍ୟବହାର କରିବା ପରେ ତ୍ୱଚା ୬ ମାସ ପର୍ଯ୍ୟନ୍ତ ରୋଗ ପ୍ରତିରୋଧକ କ୍ଷମତା ହରେଇ ଦେଇଥାଏ |


ଦିଲ୍ଲୀ ମେଡିକାଲ କାଉନ୍ସିଲ ଅଧ୍ୟକ୍ଷ ଡାକ୍ତର ଅରୁଣ କୁମାର ଗୁପ୍ତା କହିଛନ୍ତି ଯେ, କୀଟନାଶକ ଅତ୍ୟଧିକ ବ୍ୟବହାର ତ୍ୱଚାକୁ ଖରାବ କରିଦେଇଥାଏ | ତାଙ୍କ କହିବାନୁଯାୟୀ, ଦିଲ୍ଲୀ ମିଛ ଡାକ୍ତର ଏବଂ ମିଛ ଔଷଧର ଗଡ ପାଲଟିଗଲାଣି | ତେବେ ଭଲ ଭାବେ ଦେଖି ପରଖି ଔଷଧ କିଣିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.