ବ୍ରିଜ୍ ପାଇଁ ତାତିଲେ ଲୋକେ : ଜାତୀୟ ରାଜପଥ ଅବରୋଧ ସହ ଆନ୍ଦୋଳନ

Published By : Prameya-News7 Bureau | July 07, 2021 IST

ବୌଦ୍ଧ ୭/୭ : ବ୍ରିଜ ନିର୍ମାଣ କାମ ସମ୍ପୂର୍ଣ୍ଣ ଦାବି ନେଇ ଜନସନ୍ତୋଷ । ଆନ୍ଦୋଳନ ଆଉ ଜାତୀୟ ରାଜପଥ ଅବରୋଧ କଲେ ଲୋକେ । ଏମିତି ଆନ୍ଦୋଳନ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ତେଇସମାଇଲ ଠାରେ । ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାହାଲି ଗ୍ରାମବାସୀ ଆଜି ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଲୋକେ । ଦୀର୍ଘ ୩ ବର୍ଷ ହେଲା ବାହାଲି ଗ୍ରାମର ପୋଲ ନିର୍ମାଣ କାମ ଅଧାପନ୍ତରିଆ ଭାବରେ ପଡି ରହିଛି ।

wp:gallery {"ids":[476807],"linkTo":"none"} /wp:gallery

ଯାହା ଉପରେ ଆଖପାଖର ୫ ଖଣ୍ଡ ଗାଁର ଲୋକେ ନିର୍ଭର କରିଥାନ୍ତି । ଏନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କିମ୍ବା ଜ଼ିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଜଣାପଡିଛି । ଯାହାକି ଆଜି ଜଣ ଅସନ୍ତୋଷ ଦେଖାଦେଇ ଆନ୍ଦୋଳନର ରୂପ ନେଇଛି । ଫଳରେ ୫୭ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ଠପ ହୋଇ ପଡିଛି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.