ବୋହୂକୁ ହତ୍ୟା କଲେ ଶ୍ବଶୁରଘର ଲୋକ : ସମସ୍ତ ଅଭିଯୁକ୍ତକୁ ଗିରଫ ଦାବିରେ ରାଇଘରରେ ବନ୍ଦ ପାଳନ

Published By : Prameya-News7 Bureau | October 17, 2019 IST

ଉମରକୋଟ ।୧୦: ଦୋଷୀଙ୍କୁ ଗିରଫ ଦାବିରେ ରାସ୍ତାରୋକ । ନବରଙ୍ଗପୁର ଜିଲ୍ଲା ରାଇଘରରେ ବନ୍ଦ ପାଳନ କରାଯାଉଛି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ପରଚିପାରା ପଞ୍ଚାୟତର କିବେକଙ୍ଗା ଗାଁର ଟିନା ମିସ୍ତ୍ରୀଙ୍କ ମୃତଦେହ ପୋଖରୀରୁ ଉଦ୍ଧାର ଘଟଣାରେ ପୋଲିସ ଟିନାଙ୍କ ସ୍ବାମୀ ସୁମିତ ମିସ୍ତ୍ରୀ ଏବଂ ଶ୍ବଶୁର ପାରିତୋଷ ମିସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ନ କରି ଘଣ୍ଟ ଘୋଡାଉଥିବା ଅଭିଯୋଗ କରି ଏହି ବନ୍ଦ ପାଳନ କରାଯାଉଛି ।

{"id":170902}

ଘଟଣା ଅନୁସାରେ ଗତ ସେପ୍ଟେମ୍ବର ୨୨ ତାରିଖ ଦିନ ରାଇଘର ବ୍ଲକ୍ କିବେକଙ୍ଗା ଗ୍ରାମର ଟିନା ମିସ୍ତ୍ରୀ ନିଖୋଜ ଥିବା ନେଇ କୁନ୍ଦେଇ ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା । କିନ୍ତୁ ସେହିଦିନ ଟିନାଙ୍କ ମୃତ ଦେହ ଗାଁ ପୋଖରୀରେ ଭାସୁଥିବା ଦେଖାଯାଇଥିଲା । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ମୃତ ଟିନାଙ୍କ ବାପା ବୃନ୍ଦାବନ ବିଶ୍ବାସ କୁନ୍ଦେଇ ଥାନାରେ ଏତଲା ଦେଇଥିଲେ । ଟିନାଙ୍କୁ ତାଙ୍କ ସ୍ବାମୀ ସୁମିତ ମିସ୍ତ୍ରୀଙ୍କ ସହିତ ଶାଶୁ, ଶ୍ବଶୁର ଏବଂ ଅନ୍ୟ ଦୁଇ ସମ୍ପର୍କୀୟ ମିଶି ହତ୍ୟା କରିଥିବା ଏତଲାରେ ଉଲ୍ଲେଖ କରିଥିଲେ ।

{"id":170903}

ଏତଲାକୁ ଆଧାର କରି ପୋଲିସ ସମସ୍ତ ୫ ଜଣକୁ ପଚରାଉଚରା କରିବା ସହିତ କିବେକଙ୍ଗା ଗ୍ରାମକୁ ଯାଇ ଘଟଣାର ତଦନ୍ତ କରିଥିଲା । ଅଭିଯୋଗକୁ ଭିତ୍ତି କରି ଟିନାଙ୍କ ସ୍ବାମୀ ସୁମିତ ମିସ୍ତ୍ରୀ ଓ ଶ୍ବଶୁର ପାରିତୋଷ ମିସ୍ତ୍ରୀଙ୍କୁ ୨୭ ତାରିଖ ଦିନ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । କିନ୍ତୁ ପୋଲିସ ଅନ୍ୟ ତିନି ଅଭିଯୁକ୍ତଙ୍କୁ ଗିରଫ ନକରି ଅଯଥା ଘଟଣାକୁ ବିଳମ୍ବ କରି ଘଣ୍ଟ ଘୋଡାଉଥିବା ପରିବାର ଲୋକେ ଅଭିଯୋଗ କରି ଆସୁଛନ୍ତି ।

{"id":170904}

ତେବେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ସ୍ଥାନୀୟ ଆଞ୍ଚଳିକ ବଙ୍ଗୀୟ ଉନ୍ନୟନ ସମିତି ପକ୍ଷରୁ ରାଇଘର ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପାଳନ ଫଳରେ ରାଇଘର ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ଦୋକାନ ବଜାର ବନ୍ଦ ରହିଛି । ସହର ମଧ୍ୟକୁ ଗାଡି ଚଳାଚଳ ବନ୍ଦ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.