କରୋନାରେ ହାହାକାର: ନା ଶ୍ମଶାନରେ ମିଳୁଛି ଜାଗା ନା ମିଳୁଛି ସାର୍ଟିଫିକେଟ୍, ମୃତ୍ୟୁ ସାର୍ଟିଫିକେଟ୍ ପାଇଁ ଲୋକଙ୍କ ଲମ୍ବା ଲାଇନ୍

Published By : Prameya-News7 Bureau | April 27, 2021 IST

ସୁରଟ ୨୭/୦୪ : ଗୁଜରାଟ ସୁରଟରେ କରୋନା ସଂକ୍ରମଣ ସ୍ଥିତି ଚିନ୍ତାଜନକ ରହିଛି। ସହରରେ ରେମଡେସିଭିର ଓ ଅକ୍ସିଜେନ ପାଇଁ ଲୋକଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଅନ୍ତିମ ସଂସ୍କାର ପାଇଁ ସ୍ମଶାନରେ ଲାଇନ ଲଗାଇବାକୁ ପଡୁଛି। ବର୍ତ୍ତମାନ ସୁରଟ ଲୋକଙ୍କ ସାମ୍ନାରେ ଆଉ ଏକ ସମସ୍ୟା ଛିଡା ହୋଇଛି। ମୃତ୍ୟୁ ସାର୍ଟିଫିକେଟ କରିବାକୁ ଲୋକଙ୍କୁ ହଇରାଣ ହେବାକୁ ପଡୁଛି। ମୃତ୍ୟୁ ସାର୍ଟିଫିକେଟ ପାଇଁ ମଧ୍ୟ ଲୋକଙ୍କୁ ଲମ୍ବା ଲାଇନ କରିବାକୁ ପଡୁଛି।

ଅଧିକାରୀଙ୍କ ଅନୁଯାୟୀ କରୋନା ଯୋଗୁଁ ସୁରଟରେ ଗତ ମାସେରେ ପାଖାପାଖି ୫୦୦ ଲୋକଙ୍କ ମୃତ୍ୟୁ ହୋଇଛି। କିନ୍ତୁ ସ୍ମଶାନରେ ଜଳୁଥିବା ଜୁଇ ଦେଖିଲା ମୃତକକା ସଂଖ୍ୟା ଏହାଠାରୁ କିଛି ଗୁଣ ଅଧିକ ଥୀଲାଭଳି ଜଣାପଡେ। ପରିବାରରେ କିଛି ନା କିଛି କାମ ପାଇଁ ମୃତକଙ୍କ ମୃତ୍ୟୁ ସାର୍ଟିଫିକେଟ ଆବଶ୍ୟକ ପଡିଥାଏ। ସେଥିପାଇଁ ଲୋକେ ମୃତ୍ୟୁ ସାର୍ଟିଫିକେଟ ପାଇଁ ସରକାରୀ କାର୍ଯ୍ୟାଳୟ ବାହାରେ ଲମ୍ବା ଲାଇନରେ ଛିଡା ହୋଇଥିବା ନଜର ଆସୁଛନ୍ତି। ଆଗରୁ କେବେ ମୃତ୍ୟୁ ସାର୍ଟିଫିକେଟ ପାଇଁ ଲୋକଙ୍କ ଏମିତି ଲାଇନ ଲାଗିଥିବା ନଜର ଆସିନଥିଲା।

ଲାଇନରେ ଛିଡା ହୋଇଥିବା ଜଣେ ବ୍ୟକ୍ତିଙ୍କୁ ପଚାରିବାରୁ ସେ କହିଥିଲେ ଯେ ତାଙ୍କ ପରିବାରର ଜଣେ ସଦସ୍ୟଙ୍କ ମୃତ୍ୟୁ ସାର୍ଟିଫିକେଟ ପାଇଁ ସେ ଦୁଇ ଘଣ୍ଟା ହେଲା ଲାଇନରେ ଛିଡା ହୋଇଛନ୍ତି। ଲାଇନରେ ଛିଡା ହୋଇଥିବା ଲୋକେ କହିଛନ୍ତି ଯେ କରୋନା ମହାମାରୀ ସମୟରେ ସରକାର ଏହି ପ୍ରକ୍ରିୟା ଅନଲାଇନ କରିଦେବା ଉଚିତ ଯେପରି ଲୋକଙ୍କ ସମୟ ମଧ୍ୟ ବଞ୍ଚିଯିବ ଓ ସହଜରେ ସାର୍ଟିଫିକେଟ ମଧ୍ୟ ମିଳିଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.