ଆକାଶରୁ ବର୍ଷିଲା ‘ରୂପା’! ଜିଏ ବି ଦେଖିଲା ଲୁଟିବାରେ ଲାଗିଲା, ଜାଣନ୍ତୁ କେଉଁଠି
6/11/2019 at 10:02 PM

ସୀତାମଢୀ : ବିହାର ସୀତାମଢୀର ଶୁରଷଣ୍ଡରେ ରୂପା ବର୍ଷାର ଗୁଜବ ପ୍ରଚାରିତ ହେଉଛି। ହୁଏତ ଅଞ୍ଚଳରେ ବର୍ଷା ହୋଇନି, ହେଲେ ସକାଳୁ ଲୋକଙ୍କୁ ରାସ୍ତାରେ ପଡିଥିବା ରୂପା ବୁନ୍ଦା ଗୋଟାଉଥିବାର ଦେଖାଯାଇଛି। ଲୋକେ ବାସନକୁସନ ଧରି ରାସ୍ତାରେ ବିଞ୍ଚି ହୋଇପଡିଥିବା ରୂପାର ଛୋଟଛୋଟ ଟୁକୁରା ସାଉଁଣ୍ଟିବାରେ ଲାଗିଥିଲେ। କେବଳ ସେତିକି ନୁହେଁ ରାସ୍ତାରୁ ରୂପା ସାଉଣ୍ଟୁଥିବା ଲୋକେ ସକାଳୁ ସକାଳୁ ରାସ୍ତାରେ ଏତେମାତ୍ରାରେ ରୂପା କୁଆଡୁ ଆସିଲା ବୋଲି ମଧ୍ୟ ପରସ୍ପରକୁ ପଚରାପଚରି ହେଉଥିବା ଦେଖାଯାଇଥିଲା। ପରେ ପୋଲିସ ପହଞ୍ଚି ଲୋକଙ୍କୁ ତଡିବା ସହ ରୂପା ଗୋଟାଇବା ସହ ମାମଲାର ତଦନ୍ତ ଆରମ୍ଭ କରିଛି।

ତେବେ ରାସ୍ତାରେ ପଡିଥିବା ଚୁନା ରୂପା ସମ୍ପୂର୍ଣ୍ଣ ସୁଦ୍ଧ ବୋଲି ପରୀକ୍ଷା ପରେ ଜଣାପଡିଛି। ଏଣୁ କେହି ଚୋରାରେ ରୂପା ବୁହାଇ ନେଉଥିବା ବେଳେ ବସ୍ତା ଫାଟି ଯିବା ଯୋଗୁ ରାସ୍ତାରେ ବିଛାଡି ହୋଇପଡିଥିବା ଲୋକେ କୁହାକୁହି ହେଉଛନ୍ତି। ନେପାଳ ସୀମାକୁ ଲାଗି ରହିଥିବା ଏହି ଅଞ୍ଚଳରେ ଲୋକଙ୍କ ସନ୍ଦେହ ବି ନିରାଧାର ନୁହେଁ। ସୁରଷଣ୍ଡ ଟାୱାର ଛକରୁ ବାରହୀ ଗାଁ ପର୍ଯ୍ୟନ୍ତ ରାସ୍ତାରେ ରୂପା ଚୁନା ବିଛାଡି ହୋଇପଡିଥିବା ସକାଳେ ଦେଖାଯାଇଥିଲା।

କେବଳ ଲୋକେ ନୁହଁନ୍ତି ସଡକରେ ଏତେମାତ୍ରାରେ ରୂପା ପଡିଥିବା ଦେଖି ପୋଲିସ ମଧ୍ୟ ବିଶ୍ମିତ ହୋଇଛି। ସଡକରେ ଲୋକେ ଦଳଦଳ ହୋଇ ରୂପା ଗୋଟାଉଥିବା ଦେଖି ଅଚାନକ ପୋଲିସ କଣ କରିବା ସେ ନେଇ ନିଷ୍ପତ୍ତି ନେଇପାରିନଥିଲା। ତେବେ ଲୋକଙ୍କୁ ପରେ ଏଥିରୁ ନିବୃତ୍ତ ରହିବାକୁ ନିବେଦନ କରିବା ସହ ସଡକରୁ ସମସ୍ତ ରୂପା ଉଠାଇବାର ବ୍ୟବସ୍ଥା କରିଥିଲା ପୋଲିସ। ଏବେ ମାମଲାର ତଦନ୍ତ ଜାରି ରହିଛି।