Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଦୀପିକାଙ୍କୁ ଜେଏନୟୁ କ୍ୟାମ୍ପସରେ ଦେଖି ପ୍ରଶଂସକ ଖପ୍ପା, କହିଲେ ଆମେ ଛପାକ୍ ଟିକେଟ କ୍ୟାନସଲ କଲୁ ; କିନ୍ତୁ ସତରେ କ’ଣ…

8/01/2020 at 9:07 PM

ନୂଆଦିଲ୍ଲୀ ତା ୦୮/୦୧- ବଲିଉଡ୍ ଷ୍ଟାର ଦୀପିକା ପାଦୁକୋନ୍ ଙ୍କୁ ଏବେ ବିରୋଧ । ତେବେ ସେହି ବିରୋଧ ଭିତରେ ବି କେଁ । ଦିନକ ତଳେ ଜବାହାରଲାଲ୍ ୟୁନିଭରସିଟି କ୍ୟାମ୍ପସକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ବସିଥିଲେ ଦୀପିକା । କ୍ୟାମ୍ପସରେ ଗୁଣ୍ଡାରାଜ ନେଇ  ଜେଏନୟୁ ର ଆନ୍ଦୋଳନକାରୀଙ୍କ ମତ ଯୁକ୍ତି ସହ ସାମିଲ ହୋଇଥିଲେ । ତାଙ୍କ ସମର୍ଥନକୁ ମିଳିଥିଲା ଜୋରଦାର ପ୍ରଶଂସା  । କିନ୍ତୁ ଏବେ ଟ୍ବିଟରରେ ତାଙ୍କ ପ୍ରଶଂସକ ଦୁଇ ଭାଗ । କିଛି ପ୍ରଶଂସକ ଦୀପିକାଙ୍କ ରାଜନୈତିକ ବିବୃତ୍ତିକୁ ପ୍ରଶଂସା କରୁଥିବା ବେଳେ ଅନ୍ୟ କେତେକ ଏଥିରେ ଖୁସି ନୁହନ୍ତି । ସବୁଠୁ ବଡ କଥାଟି ହେଲା ଏବେ ଅଭିନେତ୍ରା ଦୀପିକାଙ୍କ ଉପରେ ରାଗ ଶୁଝାଇବାକୁ  ଏବେ ହଲ୍କୁ ଆସୁଥିବା “ ଛପକ୍  “ ଦେଖିବେ ନାହିଁ ବୋଲି କହିଲେଣି କିଚି କ୍ଷୁବ୍ଧ ପ୍ରଶଂସକ । କେବଲ କହିନାହାନ୍ତି, ସେମାନେ ଆଗୁଆ ବୁକିଂ କରିଥିବା ଛପକ ଟିକେଟ କ୍ୟାନସଲ କରିଥିବା  କହିଛନ୍ତି । ସୋସିଆଲ ମିଡିଆରେ କ୍ୟାନସେଲ ଟିକେଟ ବି ପୋଷ୍ଟ କରିଛନ୍ତି  । କିନ୍ତୁ ସତ ଟା କ’ଣ ?

ସତରେ କ’ଣ ସେମାନେ ଦୀପିକାଙ୍କ  ଅପକମିଙ୍ଗ ମୁଭି ଛପକ ଦେଖିବେନି ?  ଛପକ ଟିକେଟ କ୍ୟାନସଲ ଟିକେଟ ବି ମାଇକ୍ରୋବ୍ଲଗିଙ୍ଗ  ସାଇଟ୍‌ରେ ଟ୍ରେଣ୍ଡି ହେଉଛି । କାରଣ ସେଥିରେ କିଛି  କେଁ ଅଛି । ତାକୁ ଅନ୍ୟ କିଚି ପ୍ରଶଂସକ  କରିଛନ୍ତି । କାରଣ ବିଭିନ୍ନ ପ୍ରଶଂସକ ଟ୍ୱିଟ୍ କରି ବା ସୋସିଆଲ ମିଡିଆର ବିଭିନ୍ନ ଫର୍ମରେ ପକାଇଥିବା କ୍ୟାନସେଲ ଟିକେଟ ସାମାନ  । ଅର୍ଥାତ୍  ପୋଷ୍ଟ କରିଥିବା  ସେସିଆଲ  ମିଡିଆ ୟୁଜର  ଭିନ୍ନ , କିନ୍ତୁ ଟିକେଟ ସମାନ । ଏକାଧିକ ଲୋକ ସମାନ ଟିକେଟ କ୍ୟାନସେଲ କରିଥିବାର ଫଟୋ ପୋଷ୍ଟ କରିଛନ୍ତି । ସେଥିଲାଗି ହିଁ ପ୍ରଶ୍ନ । ସତରେ କ’ ଣ ଦୀପିକାଙ୍କ ଉପରେ ପ୍ରଶଂସକ ଖପ୍ପା ।

ଫଟୋରେ ୧୦ ଜାନୁଆରୀର  ଟିକେଟ । ଯାହାକି ଭଦୋଦରାର ଅକୋଟା ସ୍ଥିତ ସିନେମାର୍କରେ ୬ଟା ୫୦ର ଶୋ ଲାଗି ବୁକିଂ ହୋଇଥିଲା । ଗୋଲ୍ଡ କ୍ଲାସର ଟିକେଟ ନମ୍ବର ଏ୧୦, ଏ୮ ଏବଂ ଏ୯ ସିଟ୍ ବୁକିଂ ହୋଇଥିବା ଏବଂ କ୍ୟାନସେଲ ହୋଇଥିବାର ଫଟୋ ସୋସିଆଲ ମିଡିଆରେ ଘୂରୁଛି । ଏବଂ ସେହି ଟିକେଟ କ୍ୟାନସେଲ କରାଯାଇ ୪୨୦ ଟଙ୍କା ରିଫଣ୍ଡ ପାଇଥିବା ଦର୍ଶାଇଚନ୍ତି ପୋଷ୍ଟ କରିଥିବା ଲୋକ । ଏହା ହିଁ ସନ୍ଦେହ ସୃଷ୍ଟି କରିଚି । ପ୍ରକୃତରେ କେତେ ଫ୍ୟାନ୍ ଦୀପିକାଙ୍କ ଉପରେ କ୍ଷୁବ୍ଧ ? କେତେ ଜଣ ସେମାନଙ୍କ ଟିକେଟ କ୍ୟାନସେଲ କରିଛନ୍ତି ?  ଏହି ସବୁ ଟ୍ବିଟ୍ ଦେଖିଲେ ହିଁ ସନ୍ଦେହ ବଢେ

ଗତ ରବିବାର ଦିନ କିଛି ମୁଖାପିନ୍ଧା ଦୁର୍ବୃତ୍ତ ଜେଏନୟୁ କ୍ୟାମ୍ପସରେ ଗଣ୍ଡଗୋଳ ସହ ବହ୍ଗା ରୁଜା କରିଥିଲେ । ଛାତ୍ର ସଂସଦ ସଭାନେତ୍ରୀଙ୍କ ସହ ୩୦ ରୁ ଉର୍ଦ୍ଧ ଛାତ୍ର ଛ୍ତୀ ଆହତ ହୋଇଥିଲେ । ଏବେ ଯାଏଁ ପରିସିଥିତି ସ୍ବାଭାବିକ ହୋଇନି । ବହୁ ବୁଦ୍ଧିଜୀବୀ, ରାଜନେତା, ପୂର୍ବତନ ଛାତ୍ର ନେତା କହ୍ନେୟା କୁମାର ଏବଂ ସେଲିବ୍ରିଟି ଜେଏନୟୁ କ୍ୟାମ୍ପସରେ ଗୁଣ୍ଡାରାଜକୁ ତୀବ୍ର ସମାଲୋଚନା କରିଛନ୍ତି । କିଛି ଆନ୍ଦୋଳନକାରୀ  ଛାତ୍ର ଛାତ୍ରୀଙ୍କୁ ସମର୍ଥନ କରି ଜେଏନୟୁ କ୍ୟାମ୍ପସ କୁ ଯାଇଥିବା ବେଳେ ଦୀପିକା ମଧ୍ୟ ସେଠାକୁ ଯାଇ ଆନ୍ଦୋଳନକାରୀଙ୍କୁ ନୈତିକ ସମର୍ଥନ ଦେଇଥିଲେ ।ଏହାକୁ କିଛି ବିଜେପି ନେତା ସମାଲୋଚନା କରିଥିବା ବେଳେ ଦୀପିକାଙ୍କୁ ଟୁକଡେ ଟୁକଡେ ଗ୍ୟାଙ୍ଗର ସଦସ୍ୟ ବୋଲି ମଧ୍ୟ ଆକ୍ଷେପ କରିଛନ୍ତି ।

   Related Posts