ସାମାଜିକ ଦୁରତ୍ଵକୁ ଫୁ, ଟିକାକରଣ କେନ୍ଦ୍ରରେ ଭିଡ ଜମାଉଛନ୍ତି ଲୋକେ

Published By : Prameya-News7 Bureau | June 26, 2021 IST

ବିନିକା ୨୬।୬: ସରକାର ଜନସାଧାରଣଙ୍କ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ଟିକାକରଣ କେନ୍ଦ୍ର କରୁଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସିଦ୍ଧାର୍ଥ ମହାବିଦ୍ୟାଳୟଠାରେ ହୋଇଥିବା ଟିକାକରଣ କେନ୍ଦ୍ରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।  ଟିକାକରଣ କେନ୍ଦ୍ରରେ ଲୋକେ ସାମାଜିକ ଦୁରତ୍ଵ କୁ ଫୁ କରି ଏମିତି ଭିଡ ଜମାଉଛନ୍ତି ଯେ, କରୋନା ଟିକା ନେଇ ଆସିବା ବଦଳରେ କରୋନା ରୋଗ ନେଇକି ଯିବାର ଆଶଙ୍କା ରହିଛି ।

{"id":471625,"sizeSlug":"large","linkDestination":"none"}

ଟିକାକରଣ କେନ୍ଦ୍ରରେ ଅନଲାଇନ ଓ ଅଫଲାଇନରେ ଦିଆଯାଉଥିବା ଟିକାଦାନରେ ଅବ୍ୟବସ୍ଥା ମଧ୍ୟ ଦେଖା ଦେଉଥିବାରୁ ଲୋକେ ବହୁ ହଇରାଣ ହରକତ ହେଇଥିବା ଅଭିଯୋଗ କରିଛନ୍ତି । ଟିକାକରଣ କେନ୍ଦ୍ରରେ ଯେତିକି ପରିମାଣରେ ଟିକା ଦିଆଯିବ ସେତିକି ଲୋକ ନରହି ଅଧିକ ମଧ୍ୟ ଗହଳି ହେଉଥିବାରୁ ଲୋକେ କିଛି ସମୟ ଅଟକି ରହି ପୁଣି ଚାଲିଯାଉଛନ୍ତି । ଟିକାକରଣ କେନ୍ଦ୍ରରେ ଲୋକଙ୍କ ଏପରି ଭିଡ଼ ଜମାଉଛନ୍ତି ଯେ, ଲୋକେ ଭୟରେ ଭିତରେ ନରହି ବାହାରେ ବସିରହି ଜଗୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.