ଆଜି ପୁଣି ଟିକା ପାଇଁ ହୋହଲ୍ଲା, ଗୁରୁଡିଝାଟିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗିଛି ଲୋକଙ୍କ ଭିଡ

Published By : Prameya-News7 Bureau | October 05, 2021 IST

ଆଠଗଡ ୫।୧୦: ଟିକା ପାଇଁ ପୁଣି ଦେଖିବାକୁ ମିଳିଛି ହୋହଲ୍ଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆଠଗଡ ବ୍ଲକର ଗୁରୁଡିଝାଟିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ । ସ୍ବାସ୍ଥ୍ୟ ବିଭାଗର ଅବ୍ୟବସ୍ଥା ପାଇଁ ଏଭଳି ସମସ୍ୟା ବାରମ୍ବାର ଦେଖିବାକୁ ମିଳୁଛି । ସୋମବାର ଦିନ ଭଳି ମଙ୍ଗଳବାର ଦିନ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ମଙ୍ଗଳବାର ସକାଳୁ ସକାଳୁ ଟିକାକେନ୍ଦ୍ରରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ଟିକା ନପାଇ ନିଜ ନିଜ ଭିତରେ ଲୋକେ ଠେଲା ପେଲା ହୋଇଥିବା ଦେଖିବାକୁ ମିଳିଛି ।

{"id":522464,"width":754,"height":415,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ଗୁରୁଡିଝାଟିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରେ ଟିକାକରଣ ପାଇଁ ହୋହଲ୍ଲା ହେଉଥିବା ବେଳେ ମାତ୍ର ୧୨୦ ଡୋଜ୍ ଟିକା ଆସିଛି ସ୍ବାସ୍ଥ୍ୟକେନ୍ଦ୍ରକୁ । ଲୋକମାନେ ସକାଳୁ ସକାଳୁ ଆଧାର କାର୍ଡକୁ ଲମ୍ବା ଧାଡି କରି ଚାହିଁ ରହିଛନ୍ତି । ଟିକା ପରିମାଣ କମ୍ ଥିବାରୁ ମେଡିକାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିବା ପରେ ମେଡିକାଲ ପରିସରରେ ଗୁରୁଡିଝାଟିଆ ପୋଲିସ ସ୍ଥିତି ଉପରେ ନଜର ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.