ସୁବର୍ଣ୍ଣପୁରର ଶଶିସେଣା ମନ୍ଦିର ଗାଉଛି ପ୍ରେମର ସଂଗୀତ : ଭାଲେଣ୍ଟାଇନ ଡେ’ରେ ଲୋକେ ମନେ ପକାଉଛନ୍ତି ଅହିମାଣିକ୍ୟ ଏବଂ ଶଶିସେଣାଙ୍କ ପ୍ରେମ କାହାଣୀ

Published By : Prameya-News7 Bureau | February 14, 2019 IST

ସୁବର୍ଣ୍ଣପୁର ୧୪|୨: ପ୍ରେମ ସତ୍ୟ ,ଶିବ ଓ ସୁନ୍ଦର    । ଏମିତି ଏକ ଶବ୍ଦ ଯାହା କାଳଜୟୀ ।  ଯୁଗେ ଯୁଗେ ପ୍ରେମ ଯେତିକି ଶାସ୍ବତ ସେତିକି ବି ଚିରନ୍ତନ । ପ୍ରେମକୁ ନେଇ କେତେ କାହାଣୀ କେତେ କବିତା । ପ୍ରେମକୁ ସାଇତି ରଖିବା ପାଇଁ କେଉଁଠି ପ୍ରେମିକ ଦେଇଛି ପ୍ରେମିକାକୁ ଉପହାର ତ କେଉଁଠି ପ୍ରେମର ଅମର ସ୍ମୃତିରେ କିଏ ଗଢିଛି ପ୍ରେମ ମନ୍ଦିର । ଆଜି ପରି ଭାଲେଂଟାଇନ ଡେ ରେ ସୁବର୍ଣ୍ଣପୁର ସହରରେ ଥିବା ଶଶିସେଣା ମନ୍ଦିର ଗାଉଛି ପ୍ରେମର ସଂଗୀତ । ଏକ ଶାଶ୍ବତ ପ୍ରେମକୁ ନେଇ ସୁବର୍ଣ୍ଣପୁରରେ ଏକ କାହାଣୀ ରହିଛି  ଏହି ମନ୍ଦିର ଆଉ ଏକ ସ୍ବତନ୍ତ୍ରତା ଯେ ଏହି ମନ୍ଦିର କୁ ଯିବା ପାଇଁ ବାଟ ନାହିଁ ସେଥିପାଇଁ ଏହି ମନ୍ଦିରକୁ ନିମୁହିଁ ମନ୍ଦିର ମଧ୍ୟ କହନ୍ତି  । ଆଜି ପ୍ରେମ ଦିବସରେ ସୁବର୍ଣ୍ଣପୁରରୁ ଏକ ନିଆରା ମନ୍ଦିର ଉପରେ  ଦେଖିବା ଏହି ସ୍ବତନ୍ତ୍ର ରିପୋର୍ଟ ।

{"id":85054,"width":592,"height":336}

ମନ୍ଦିର ମାଳିନି ସହର ସୁବର୍ଣ୍ଣପୁର । ସହରର ବିଭିନ୍ନ ଭାଗରେ ରହିଛି ଅନେକ ଛୋଟବଡ ପ୍ରାଚୀନ ମନ୍ଦିର । ସୁବର୍ଣ୍ଣପୁର ନିଜର ଐତିହ୍ୟ ଓ ଲୋକ ପରଂପରାରେ ଯେତିକି ପ୍ରସିଦ୍ଧ ସେତିକି ଚର୍ଚିତ ମାଟିର ଲୋକ କଥାକୁ ନେଇ । ବିଶେଷ କରି ସପ୍ତମ ଅଷ୍ଟମ ଶତାଦ୍ଦୀରେ ଏ ମାଟିର ଏକ ଅମର ପ୍ରେମ କାହାଣୀକୁ ନେଇ ନିର୍ମିତ ଶଶିସେଣା ମନ୍ଦିର ଆଜି ବି ପ୍ରେମର ଶାସ୍ବତ ଗୀତ କୁ ଗାଇଚାଲିଛି ।

{"id":85055,"width":594,"height":337}

ସହର ମଧ୍ୟରେ ଥିବା ଶଶିସେଣା ମନ୍ଦିରଟି ଯେତିକି ପୂରୁଣା ସେତିକି ପ୍ରାଚୀନ ଏହି ମନ୍ଦିରର କିମ୍ବଦନ୍ତି ଓ ଇତିହାସ । ଏକଦା ସୁବର୍ଣ୍ଣପୁର ରାଜ୍ୟର ରାଜକୁମାରୀ ଶଶୀସେଣା,ଅହିମାଣିକ୍ୟ ଓ ତନ୍ତ୍ରସାଧିକା ଜ୍ଞାନଦେଇ ମାଲୁଣୀକୁ ନେଇ ଥିବା ତ୍ରିକୋଣୀୟ ପ୍ରେମ କାହାଣୀକୁ ବହନ କରୁଛି ଏହି ସୁରମ୍ୟ ମନ୍ଦିର ।

{"id":85066}

ରାଜକୁମାରୀ ଶଶୀସେଣା ଓ ଅହିମାଣିକ୍ୟର ଉତ୍ସର୍ଗୀକୃତ ପ୍ରେମ ହିଁ ମନ୍ଦିରର ପ୍ରତିଟି ଗାତ୍ରରେ ହେଉଛି ପ୍ରତିଫଳିତ । ତେବେ ଏହି ନିଆରା ପ୍ରେମ ମନ୍ଦିରଟି ନିଜର ପ୍ରେମ କଥାକୁ ନେଇ ସାରା ଦେଶରେ ଏକ ବିରଳ ସ୍ମୃତି ବହନ କରେ ବୋଲି କହନ୍ତି ସଂସ୍କୃତି ଗବେଷକ ।

{"id":85067}

ଯନ୍ତ୍ର ମନ୍ତ୍ର ଓ ତନ୍ତ୍ର ର ଅପୂର୍ବମାଟି ସୁବର୍ଣ୍ଣପୁର । ତାନ୍ତ୍ରୀକ ପରଂପରାରେ ସୁବର୍ଣ୍ଣପୁରର ରହିଛି ଯଥେଷ୍ଟ ପ୍ରସିଦ୍ଧି ।-ଶବର ରାଜକୁମାର ଅହିମାଣିକ୍ୟ  । ଅମରାବତୀର ରାଜା ବିକ୍ରମ କେଶରୀଙ୍କ କନ୍ୟା ରାଜକୁମାରୀ ଶଶୀସେଣା  ।ଦୁହିଁଙ୍କ ଭିତରେ ଥିଲା ଅନାବିଳ ପ୍ରେମର ସଂପର୍କ  ।

{"id":85058,"width":594,"height":334}

ତନ୍ତ୍ର ସାଧିକା ଜ୍ଞାନଦେଇ ସେଦିନ ପାଗଳ ହୋଇଥିଲେ ଶବର ରାଜକୁମାର ଅହିମାଣିକ୍ୟଙ୍କ ରୂପ ଯୌବନରେ  । ନିଜ କାମବାସନାକୁ ଚରିତାର୍ଥ କରିବା ପାଇଁ କରୁଥିଲେ ତନ୍ତ୍ରର ପ୍ରୟୋଗ  ।ରାଜକୁମାର ଅହିମାଣିକ୍ୟକୁ ତନ୍ତ୍ର ପ୍ରୟୋଗ ବଳରେ ଜ୍ଞାନଦେଇ ଦିନରେ ମେଣ୍ଢା ଓ ରାତିରେ ଭେଣ୍ଡା କରି ନିଜ କାମବାସନାକୁ ଚରିତାର୍ଥ କରୁଥିଲେ  ।ହେଲେ ରାଜକୁମାରୀ ଶଶୀସେଣା ନିଜ ପ୍ରେମିକ ପ୍ରବର ଅହିମାଣିକ୍ୟକୁ ଉଦ୍ଧାର କରିବା ପାଇଁ ମା ଭଗବତୀଙ୍କୁ ପ୍ରାର୍ଥନା କରିଥିଲେ  ।ତାନ୍ତ୍ରୀକା ଜ୍ଞାନଦେଇଙ୍କ କବଳରୁ ମୁକ୍ତି କରିଥିଲେ ନିଜ ପ୍ରେମିକ ରାଜକୁମାର ଅହିମାଣିକ୍ୟଙ୍କୁ  ।

{"id":85059,"width":593,"height":333}

ଏମିତି ଏକ କାହାଣୀ ବହନ କରି ସୁବର୍ଣ୍ଣପୁର ସହରର ମଧ୍ୟ ଭାଗରେ ରହିଛି ନିମୁହିଁ ଦେଉଳ    । ଖାଲି ସେତିକି ନୁହେଁ ଏହି ନିଆରା ପ୍ରେମ ମନ୍ଦିରର ପ୍ରେମ କାବ୍ୟକୁନେଇ ତିଆରି ହୋଇଛି ଡକ୍ୟୁମେଂଟରି ଚଳଚିତ୍ର ।  ଆଜିପରି ପ୍ରେମ ଦିବସରେ ପ୍ରେମୀ ଯୁଗଳ ମାନେ ପରସ୍ପର ଗୋଲାପଫୂଲ ଉପହାର ଦେଇ ନିଜର ପ୍ରେମକୁ ବାଂଟୁଥିବାବେଳେ କାହିଁ କେତେ ଦିନରୁ ଅମର ପ୍ରେମର ସୁଂଦର ସ୍ମୃତିକୁ ସାଇତା ରଖିଛି ସୁବର୍ଣ୍ଣପୁରର ଏହି ପ୍ରେମ ମନ୍ଦିର । ତେବେ ଏହି ପ୍ରାଚୀନ ମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି କହିଛି  ପ୍ରଶାସନ ।

{"id":85060,"width":596,"height":335}

ଆଜି ପରି ଏକ ପ୍ରେମ ଦିବସରେ ରାଜକୁମାର ଅହିମାଣିକ୍ୟ ଓ ରାଜକୁମାରୀ ଶଶୀସେଣାଙ୍କ ଭିତରେ ଥିବା ଅନାବିଳ ଓ ଶାଶ୍ବତ ପ୍ରେମର ସ୍ମୃତି ସମସ୍ତଙ୍କ ପାଖରେ ବଂଚି ରହୁ  ।

{"id":85061,"width":591,"height":332}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.