କରୋନାରେ ରାକ୍ଷୀ: ଉତ୍ସବ ଯେପରି ଫିକା ନହୁଏ ଉପାୟ ଖୋଜିନେଲେଣି ଲୋକେ

Published By : Prameya-News7 Bureau | July 30, 2020 IST

ନୂଆଦିଲ୍ଲୀ ୩୦।୭:  ଶ୍ରାବଣ ପୂର୍ଣ୍ଣିମାକୁ ସାରା ଦେଶ ରାକ୍ଷୀପୂର୍ଣ୍ଣିମା ଭାବେ ପାଳନ କରେ। ଭାଈଭଉଣୀଙ୍କ ସ୍ନେହର ପର୍ବ ସାରା ଦେଶରେ  ଉତ୍ସାହର ସହ ପାଳନ ହୋଇଥାଏ।  ପୂର୍ବ ବର୍ଷମାନଙ୍କରେ ଏଥିଲାଗି ହାଟ ବଜାର ରାକ୍ଷୀ ଓ ମିଠା ଦୋକାନରେ ଭରି ଯାଇଥାଏ। ହେଲେ ଚଳିତବର୍ଷ କଥା ଭିନ୍ନ। କରୋନା ସଂକ୍ରମଣ ଯୋଗୁ ବିଭିନ୍ନ ସ୍ଥାନରେ ଲକଡାଉନ୍‌ ଓ ସଟଡାଉନ୍ ଲାଗୁ ହେଉଛି। ଏଣୁ ହାଟ ବଜାର ବନ୍ଦ ପଡିଥିବା ବେଳେ ଏପର୍ଯ୍ୟନ୍ତ ରାକ୍ଷୀ ଦୋକାନ ଖୋଲିପାରିନି।

{"id":307767,"sizeSlug":"large"}

ରାକ୍ଷୀ ପୂର୍ଣ୍ଣିମାରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଲେ ଭାଇ ଉପହାର ଦିଏ। ଏହା ଆମର ସାମାଜିକ ଚଳଣି। ପିଠା, ମିଠା ଓ ନୂଆ ପୋଷାକର ଏହି ପର୍ବ ଲାଗି କିନ୍ତୁ ଦେଶରେ ମାହୋଲ ଏପର୍ଯ୍ୟନ୍ତ ଫିକା ରହିଛି। ହେଲେ ରାକ୍ଷୀର ଉତ୍ସାହ ଯେପରି ଫିକା ନ ହୁଏ ସେଥିଲାଗି ଲୋକେ ଉପାୟ ଖୋଜିସାରିଲେଣି। ଅନଲାଇନ୍‌ରେ ଆରମ୍ଭ ହୋଇଗଲାଣି କାରବାର। ଉତ୍ସବ ପାଳନ ଲାଗି ଅନଲାଇନରେ ଚକୋଲେଟ, ରାକ୍ଷୀ ଓ ଅନ୍ୟ କିଣାବିକାର ଏବେ ଧୁମ ଜମିଛି। ଏଥିଲାଗି ଲୋକଙ୍କୁ ହାଟ ବଜାରକୁ ଯିବାକୁ ପଡୁନି କି ସଂକ୍ରମିତ ହେବାର ଭୟ ବି ନାହିଁ। ମନମୁତାବକ ରାକ୍ଷୀ ଆସି ଘର ଦୁଆରେ ଦେଇଯାଉଛନ୍ତି ଅନଲାଇନ ସପ୍‌ର ଲୋକେ।

{"id":307768,"sizeSlug":"large"}

କେତେକ ସ୍ଥଳରେ ପିଲା ଘରେ ରାକ୍ଷୀ ତିଆରି କରୁଥିବା ବେଳେ ଉତ୍ସବ ଲାଗି ଆଗୁଆ ମିଠା ତିଆରି ମଧ୍ୟ ଆରମ୍ଭ ହୋଇଗଲାଣି। ଏଥର ଦୋକାନ ବଜାର ଖୋଲିବାର ସମ୍ଭାବନା କମ୍‌। ଯଦିବି ବଜାର ଖୋଲେ କମ୍ ସମୟରେ ସବୁ କିଣାକିଣି ସମ୍ଭବ ନୁହେଁ। ଏଣୁ ପରିସ୍ଥିତିକୁ ଦେଖି ଅନଲାଇନ୍‌ ଷ୍ଟୋରରୁ ଲୋକେ ପୋଷାକ ପରିଛେଦ କ୍ରୟ କରୁଥିବା ବେଳେ ଅନ୍ୟ ସାମଗ୍ରୀ ଘରେ ପ୍ରସ୍ତୁତ କରିବାରେ ଲାଗିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.