Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ରାସନ ପାଇଁ ବିକ୍ଷୋଭ : ପୋଲିସ ଉପରକୁ ଢେଲା ମାଡ କଲେ ଲୋକେ, ୪ ପୋଲିସ ଆହତ

22/04/2020 at 2:54 PM

କୋଲକତା ୨୨।୪: କରୋନା ସଙ୍କଟ ଏବଂ ଲକ୍ ଡାଉନ୍ ମଧ୍ୟରେ ବିଭିନ୍ନ ସ୍ଥାନରେ ପୋଲିସ ଉପରେ ଆକ୍ରମଣ ଘଟଣାମାନ ଦେଖିବାକୁ ମିଳୁଛି । ଏମିତି ଏକ ଘଟଣା ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଘଟିଛି । ବୁଧବାର ଏଠାରେ ସ୍ଥାନୀୟ ଲୋକ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି । ଫଳରେ ୪ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ରାସନ ସାମଗ୍ରୀ ନ ମିଳିବା କାରଣରୁ ସ୍ଥାନୀୟ ଲୋକ ଏଭଳି ଆକ୍ରମଣ କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ଉତ୍ତର ୨୪ ପ୍ରଗଣାର ରାସ୍ତା ଉପରେ ଆସି ଲୋକମାନେ ସରକାରଙ୍କୁ ରିଲିଫ୍ ସାମଗ୍ରୀ ଏବଂ ଖାଦ୍ୟ ସାମଗ୍ରୀ ମାଗିବା ଆରମ୍ଭ କରିଥିଲେ । ଏହାକୁ ନେଇ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ । ଏହାକୁ ଦେଖି ବାଦୁରିଆ ପୋଲିସ ଲାଠି ଚାର୍ଜ କରିଥିଲେ । ବିକ୍ଷୋଭକାରୀ ପୋଲିସ ଉପରକୁ ଢେଲା ମାଡ ଫିଙ୍ଗିଥିଲେ । ଫଳରେ ୪ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ପୋଲିସ ଉପରେ ଆକ୍ରମଣର ଏହା ପ୍ରଥମ ଘଟଣା ନୁହେଁ । ସେପଟେ ଉତ୍ତରପ୍ରଦେଶର ଆଲିଗଡରେ ସ୍ଥାନୀୟ ଲୋକ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି । ଲକ୍ ଡାଉନ୍ ପାଳନ କରିବାକୁ କହିବାକୁ ଯାଇଥିବା ବେଳେ ପୋଲିସ ଆକ୍ରମଣର ଶିକାର ହୋଇଛି ।

   Related Posts