Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ରିଅଲ୍‌ ସିଂଘମ୍‌- ହାଇଦ୍ରାବାଦ ପୋଲିସ କମିଶନର ଭିସି ସଜ୍ଜନାରଙ୍କୁ ପ୍ରଶଂସାର ସୁଅ

6/12/2019 at 10:43 PM

ହାଇଦ୍ରାବାଦ ୦୬।୧୨ – ହାଇଦ୍ରାବାଦ ପୋଲିସ କମିଶନର ଭିସି ସଜ୍ଜନାରଙ୍କ ସାହାସିକତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ସାରା ଦେଶବାସୀ ତାଙ୍କର ପ୍ରଶଂସା କରିବା ସହ ଲୋକଙ୍କ ପାଇଁ ସେ ରିଅଲ ହିରୋ ପାଲଟି ଯାଇଛନ୍ତି । ତେବେ  ଆସନ୍ତୁ ନଜର ପକାଇବା ଏହି ଏନକାଉଣ୍ଟର ସ୍ପେସିଆଲିଷ୍ଟି ଆଇପିଏସ୍‌ ଭିସି ସଜ୍ଜନରଙ୍କ ଅନ୍ୟ କେତେକ ସଫଳତା ଉପରେ  ।

ରିଅଲସିଂଘମ, ଆତଙ୍କୀ ମାଓବାଦୀଙ୍କପାଇଁ ଆତଙ୍କ, ଆନ୍ଧ୍ର ପୋଲିସର ଏକକାଉଣ୍ଟର ସ୍ପେସିଆଲିଷ୍ଟି । ସେ ହେଉଛନ୍ତି ୧୯୯୬ବ୍ୟାଚ ଆଇପିଏସ ତଥା ବର୍ତ୍ତମାନର ହାଇଦ୍ରାବାଦ ପୋଲିସ କମିଶନର ଭିସି ସଜ୍ଜନାର । ହାଇଦ୍ରାବାଦ ଗଣ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୪ ଅଭିଯୁକ୍ତମାନଙ୍କୁ ଏନକାଉଣ୍ଟରର କରି ରାତାରାତି ସାରା ଦେଶବାସୀଙ୍କ ପାଇଁ ରିଅଲ ହିରୋ ପାଲଟି ଯାଇଛନ୍ତି ଏହି ଆଇପିଏସ ଅଫିସର । ଚାରିଆଡୁ ଭୁରିଭୁରି ପ୍ରଶଂସା ସାଉଣ୍ଟିଛି ହାଇଦ୍ରାବାଦ ପୋଲିସ ।

  ପୋଲିସ ବ୍ୟବସ୍ଥା ଉପରେ ପ୍ରଗାଢ ଆସ୍ଥା ପ୍ରକଟ କରିଛନ୍ତି ଲୋକେ । ମହିଳା ମାନେ ପୋଲିସ କର୍ମଚାରୀଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ  ଫୁଲ ବର୍ଷା କରିଛନ୍ତି । ଆଉ ସବୁ ପ୍ରଶଂସାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଭିସି ସଜ୍ଜନାର । ୨୦୦୮ରେ ୱାରଙ୍ଗଲ ଏନକାଉଣ୍ଟର ମଧ୍ୟ ସେତେବେଳେ ଦେଶବ୍ୟାପୀ ଚର୍ଚ୍ଚିତ ହୋଇଥିଲା। ୨ ଜଣ ଛାତ୍ରୀଙ୍କ ଉପରେ ୩ ଜଣ ଯୁବକ ଏସିଡ ମାଡ଼ କରିଥିଲେ। ଆଉ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ତେବେ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇଥିଲା ପୋଲିସ ସେତିକିବେଳେ ଲୁଚାଇଥିବା ବନ୍ଧୁକରୁ ଅଭିଯୁକ୍ତମାନେ ଗୁଳିଚଳାଇଥିଲେ।

 ଆଉ ପୋଲିସ ଗୁଳିରେ ତିନି ଅଭିଯୁକ୍ତ ପ୍ରାଣ ହରାଇଥିଲେ। ସେତେବେଳେ ଯେଉଁ ପୋଲିସ ଏନକାଉଣ୍ଟର ହୋଇଥିଲା। ଆଉ ଫୈସଲା ଅନ ସ୍ପଟ ହୋଇଥିଲା ସେତେବେଳେ ୱାରାଙ୍ଗଲ ଏସପି ଥିଲେ ଭିସି ସଜ୍ଜନାର । ଘଟଣାସ୍ଥଳରେ ଯେଉଁ ଗୁଳିବିନିମୟ ହୋଇଥିଲା ଏଥିରେ ସେ ଗମ୍ଭୀର ରୂପେ ଆହତ ମଧ୍ୟ ହୋଇଥିଲେ।

 ଦେଢବର୍ଷ ପୂର୍ବରୁ ହାଇଦ୍ରାବାଦ ପୋଲିସ କମିଶନରଭାବେ ଯୋଗ ଦେଇଛନ୍ତି ଭିସି ସଜ୍ଜନାର । ସଜ୍ଜାନାରଙ୍କ ପାଇଁ ଏହି ସଫଳତା ନୁହେଁ ଆନ୍ଧ୍ରପୋଲିସର ଏକକାଉଣ୍ଟର ୟୁଏସପି ଭାବେ ଜଣାଶୁଣା ଏହି ଆଇପିଏସ ଅଫିସରଙ୍କ ନକ୍ସଲଦମନରେ ମଧ୍ୟ ସାହସିକତାର ଦେଖାଇ ସଫଳ ହୋଇଛନ୍ତି । ଏନକାଉଣ୍ଟରକୁ ନେଇ ଯେତେ ବିବାଦ ଦେଖାଦେଲେ ମଧ୍ୟ ଲୋକେ କିନ୍ତୁ ଏହା ସମର୍ଥନରେ ଠିଆ ହୋଇଛନ୍ତି।

   Related Posts