ଅକ୍ଷୟ କୁମାରଙ୍କ ଫିଲ୍ମ 'ଲକ୍ଷ୍ମୀ'ର ଅସଲ ଚରିତ୍ରକୁ ନେଇ ଚର୍ଚ୍ଚା: ଶରଦଙ୍କ ଦମଦାର ଅଭିନୟକୁ ଭୁରି ଭୁରି ପ୍ରଶଂସା କଲେ ଦର୍ଶକ

Published By : Prameya-News7 Bureau | November 10, 2020 IST

ମୁମ୍ବାଇ ୧୦/୧୧ : ବଲିଉଡର ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ 'ଲକ୍ଷ୍ମୀ' ନଭେମ୍ବର ୯ ତାରିଖରେ ଡିଜ୍ନି ହଟଷ୍ଟାରରେ ରିଲିଜ୍ ହୋଇଛି। ଫିଲ୍ମରେ ଅକ୍ଷୟଙ୍କ ସହ କିଆରା ଆଡ଼ଭାନୀ ନଜର ଆସିଛନ୍ତି। ଫିଲ୍ମ ରିଲିଜ ହେବା ପୂର୍ବରୁ ଫିଲ୍ମର ମହତ୍ତ୍ୱପୂର୍ଣ୍ଣ ଭୂମିକାକୁ ନିର୍ମାତା ସମସ୍ତଙ୍କ ନଜରରୁ ଲୁଚେଇ ରଖିଥିଲେ। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ସେହି ଚରିତ୍ରକୁ ନେଇ କେବେ ଚର୍ଚ୍ଚା ହୋଇନଥିଲା। ଫିଲ୍ମ ରିଲିଜ୍ ହେବା ପରେ ଲୁଚି ରହିଥିବା ଏହି ଚରିତ୍ର ସୋସିଆଲ ମିଡ଼ିଆରେ ହଙ୍ଗାମା ମଚେଇ ଦେଇଛି। ସେହି ଚର୍ଚ୍ଚିତ ଚରିତ୍ର ହେଲା ଫିଲ୍ମର ମୁଖ୍ୟ ଚରିତ୍ର ଲକ୍ଷ୍ମୀଙ୍କର। ଫିଲ୍ମରେ ଲକ୍ଷ୍ମୀ ଚରିତ୍ରରେ ଅଭିନୟ କରିଛନ୍ତି ଶରଦ କେଲକର ଯାହାକୁ ନେଇ ଖୁବ ଚର୍ଚ୍ଚା ହେଉଛି।

{"id":359413,"sizeSlug":"large"}

ଯଦି ପବ୍ଲିକ ରିଭ୍ୟୁ ଦେଖାଯାଏ ତାହେଲେ ଫିଲ୍ମ ଦର୍ଶକଙ୍କୁ କିଛି ଖାସ ପସନ୍ଦ ଆସିନାହିଁ। କିନ୍ତୁ ଲକ୍ଷ୍ମୀ ଚରିତ୍ରରେ ଅଭିନୟ କରିଥିବା ଶରଦ କେଲକରଙ୍କ ଅଭିନୟ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି। ଲକ୍ଷ୍ମୀ ଚରିତ୍ରରେ ଶରଦ ହିଟ ହୋଇଯାଇଛନ୍ତି। ଫିଲ୍ମରେ ଶରଦଙ୍କ ଭୂମିକାକୁ ଦର୍ଶକ ଦମଦାର ବୋଲି କହିଛନ୍ତି। ଲୋକେ ସୋସିଆଲ ମିଡ଼ିଆରେ ଶରଦ କେଲକରଙ୍କର ଖୁବ ପ୍ରଶଂସା କରୁଛନ୍ତି। ଫିଲ୍ମରେ ଶରଦ କେଲକରଙ୍କ ଭୂମିକା ୧୫ ରୁ ୨୦ ମିନିଟ ଅଛି କିନ୍ତୁ ଏତିକି ସମୟରେ ସେ ଦମଦାର ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି।

{"id":359414,"sizeSlug":"large"}

ଫିଲ୍ମରେ ଅକ୍ଷୟ କୁମାରଙ୍କ ଅଭିନୟକୁ ଦର୍ଶକ ଓଭର ଆକ୍ଟିଙ୍ଗ ବୋଲି କହିଛନ୍ତି। କିନ୍ତୁ ଶରଦ କେଲକରଙ୍କ ଅଭିନୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ଏହା ପୂର୍ବରୁ ଶରଦ କେଲକର 'ତାନାଜୀ'ରେ ନଜର ଆସିଥିଲେ। ଏହି ଫିଲ୍ମରେ ସେ ଛତ୍ରପତି ଶିବାଜୀ ମହାରାଜଙ୍କ ଚରିତ୍ରରେ ଅଭିନୟ କରିଥିଲେ।

{"id":359416,"sizeSlug":"large"}

ଏହି ଫିଲ୍ମରେ ମଧ୍ୟ ଶରଦଙ୍କ ଭୂମିକା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ଗତ କିଛି ବର୍ଷ ହେଲା ଲଗାତାର ଶରଦଙ୍କ ଫିଲ୍ମ ହିଟ ହେଉଛି। ଲକ୍ଷ୍ମୀରେ ପ୍ରଥମଥର ପାଇଁ ସେ କିନ୍ନର ଚରିତ୍ରରେ ନଜର ଆସିଛନ୍ତି। ଅକ୍ଷୟ କୁମାରଙ୍କ ଲକ୍ଷ୍ମୀ ୨୦୧୧ ମସିହାର ସୁପରହିଟ ତାମିଲ ଫିଲ୍ମ 'କାଞ୍ଚନା'ର ରିମେକ୍ ଭର୍ସନ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.