୭, ୮ ଏବଂ ୯ ତାରିଖରେ ଚମକିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ କେଉଁ କେଉଁ ରାଶି

Published By : Prameya-News7 Bureau | December 07, 2019 IST

ମେଷ, ବୃଷ, ତୁଳା :

ଏହି ରାଶିର ବ୍ୟକ୍ତିଙ୍କ ପ୍ରୟାସ ସେମାନଙ୍କୁ ସଫଳ ହେବ । ଖୁବ୍ ଶୀଘ୍ର ଭଲ ଫଳ ମିଳିବ । ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ତାରା ଭଳି ଚମକିବ । କାର୍ଯ୍ୟରେ ଏମାନଙ୍କୁ ସଫଳତା ମିଳିବ । ଯଦି ଏହି ରାଶିର ବ୍ୟକ୍ତିମାନେ କିଛି ଧାର୍ମିକ ସଂସ୍ଥା ସହ ଜଡିତ ଅଛନ୍ତି ତେବେ ଲାଭବାନ୍ ହୋଇପାରନ୍ତି । ଏମାନଙ୍କ ଜୀବନରେ ସବୁବେଳେ ଖୁସିରେ କଟିବ । ଏହି ସମୟ ବ୍ୟବସାୟ ପାଇଁ ଅନୁକୂଳ ଅଟେ । ଏହି ସମୟରେ ଆପଣ କିଛି ନୂଆ କାମର ଯୋଜନା କରିପାରିବେ । ଆପଣଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁକୂଳ ରହିବ । ଆପଣ ବନ୍ଧୁ କିମ୍ବା ଶୁଭଚିନ୍ତକଙ୍କ ସହ ଭେଟିପାରନ୍ତି । କାର୍ଯ୍ୟାଳୟରେ ଆପଣଙ୍କ କାମର ଭୂରୀ ଭୂରୀ ପ୍ରଶଂସା ହେବ । ଜୀବନରେ ହେବାକୁ ଥିବା ପରିବର୍ତ୍ତନ ଆପଣଙ୍କ ପାଇଁ ବେଶ୍ ଲାଭଦାୟକ ରହିବ । ଆପଣଙ୍କୁ କିଛି ନୂଆ ସୁଃସମ୍ବାଦ ମିଳିବାର ସମ୍ଭାବନା ରହିଛି । ସ୍ବଭାବରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି । ଶ୍ବଶୁରଘର ତରଫରୁ ଆପଣଙ୍କୁ ଖୁସି ଖବର ମିଳିବାର ସମ୍ଭାବନା ରହିଛି ।

ସିଂହ, କନ୍ୟା, ମିଥୁନ :

ଏହି ରାଶିର ବ୍ୟକ୍ତିଙ୍କୁ ସେମାନଙ୍କ ଜୀବନରେ ନୂଆ ଖୁସି ଖବର ମିଳିବାର ଯୋଗ ରହିଛି । ଆପଣ ଅନ୍ୟମାନଙ୍କୁ ସାହାଯ୍ୟ ସହଯୋଗ କରିବେ । ଆପଣ ଆପଣଙ୍କ ଜୀବନରେ ପ୍ରଗତି କରିବେ । ଆପଣଙ୍କୁ ଆପଣଙ୍କ କର୍ମରେ ସଫଳତା ମିଳିବ । ବାରମ୍ବାର କରାଯାଇଥିବା ପ୍ରୟାସ ଆପଣଙ୍କୁ ଲାଭବାନ୍ କରାଇବ । ଆପଣଙ୍କୁ ଆପମଙ୍କ ଉତ୍ତରାଧିକାରୀ ମିଳିବାର ଯୋଗ ରହିଛି । ସକାଳୁ ମା’ ସନ୍ତୋଷୀଙ୍କ ଆରାଧନା କରିବା ଦ୍ବାରା ଆପଣଙ୍କୁ ସଫଳତା ମିଳିବ ।

ମକର, କୁମ୍ଭ, ବିଚ୍ଛା :

ଏହି ରାଶିର ବ୍ୟକ୍ତିମାନେ ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛଳ ହେବେ । ଧନ ସମ୍ପତ୍ତି ପ୍ରାପ୍ତ ହେବାର ଯୋଗ ରହିଛି । କିଛି ଯୋଜନା କରୁଥିଲେ ସେଥିରେ ଲାଭବାନ୍ ହେବେ । କୌଣସି ବଡ କାର୍ଯ୍ୟରେ ସଫଳତା ମିଳିପାରେ । ଜୀବନରେ ସୁଃଖ ଶାନ୍ତି ବଜାୟ ରହିବ । କାର୍ଯ୍ୟରେ ସୁଧାର ଦେଖିବାକୁ ମିଳିବ । ଆପଣଙ୍କ ବ୍ୟବହାର ଆପଣଙ୍କୁ ସଫଳତା ଦେବ । ଅଚାନକ କୌଣସି କାର୍ଯ୍ୟରୁ ଲାଭ ପାଇବେ । ଫଳରେ ଘରେ ଆନନ୍ଦମୟ ପରିବେଶ ରହିବ । ଭାଗ୍ୟ ଆପଣଙ୍କ ସାଥ୍ ଦେବ । ଅଟକି ଯାଇଥିବା କୌଣସି କାମ ପୂରା ହେବ । ଆପଣଙ୍କ ଦ୍ବାରା କରାଯାଇଥିବା ପ୍ରୟାସ ସଫଳ ହେବ । ଜୀବନସାଥୀଙ୍କ ସହଯୋଗ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.