Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଏହି ୪ଟି ରାଶିର ବ୍ୟକ୍ତିଙ୍କ ଉପରେ ହୋଇପାରେ ଧନବର୍ଷା: ଜାଣନ୍ତୁ କେଉଁ କେଉଁ ରାଶି…

20/03/2020 at 5:40 PM

ଆସନ୍ତା ୨୨ ତାରିଖରୁ ଗ୍ରହ ଚଳନରେ ପ୍ରଭାବିତ ହେବ ରାଶିଚକ୍ର। ତେବେ ଚାରୋଟି ରାଶିର ଭାଗ୍ୟରେ ବଡ଼ ଐଶ୍ଚର୍ଯ୍ୟର ସମ୍ଭାବନା ରଖୁଛି ଜ୍ୟୋତିଷ ଶାସ୍ତ୍ର। ଆସନ୍ତୁ ଜାଣିବା କଣ କଣ ସେହି ୪ଟି ରାଶି ଏବଂ କଣ ଅଛି ସେମାନଙ୍କ ଭାଗ୍ୟରେ।

ସିଂହ ରାଶି : ସିଂହ ରାଶିର ସ୍ବାମୀ ସୂର୍ଯ୍ୟ ଶତ୍ରୃ ଗ୍ରହ ମଧ୍ୟରେ ଆସି ଯାଇଛି। ଆମଦାନୀର ନୂଆ ସ୍ରୋତ ହେବ। ଶିକ୍ଷା, ପ୍ରତିଯୋଗିତାରେ ବିଶେଷ ସଫଳତା ମିଳିବ। ଶତ୍ରୃ ପରସ୍ପର ମଧ୍ୟରେ ଯୁଦ୍ଧ କରି ପରାସ୍ତ ହେବେ। ଆପଣଙ୍କ ବୁଦ୍ଧି ଏବଂ କଳ୍ପନାଶକ୍ତିର ବିକାଶ ହେବ। କାର୍ଯ୍ୟରେ ମନ ଲାଗିବ। କଥାବାର୍ତ୍ତାରେ ସଂଯମତା ଯୋଗୁଁ ଆପଣ ସମ୍ମାନ ପାଇବେ। ସନ୍ତାନ ପକ୍ଷରୁ କୌଣସି ଭଲ ଖବର ଆପଣଙ୍କୁ ଖୁସି କରିବ। ଆର୍ଥିକ ସ୍ଥିତି, ନିବେଶ ଏବଂ ବୈଦେଶିକ କ୍ଷେତ୍ରରେ ହଠାତ୍ କୌଣସି ସଫଳତାର ଖବର ମିଳିବ। ଆର୍ଥିକ ବିକାଶ ହେବ,ସୁଖ ସାଧନରେ ବୃଦ୍ଧି ଘଟିବ,ବାହାର ଲୋକଙ୍କ ସମର୍ଥନ ହାସଲ ହେବ।

ମେଷ ରାଶି : ଅଟକିଥିବା ଟଙ୍କା ମିଳିପାରେ। ଆପଣଙ୍କ ବ୍ୟବସାୟ ସାମାନ୍ୟ ରହିବ। ଜୀବନସାଥୀଙ୍କ ସହ ଦିନଟି ଭଲରେ ବିତିବ। ଅଫିସରେ କୌଣସି ବଡ଼ ଭୁଲ୍ ହୋଇପାରେ। ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇପାରନ୍ତି। ଲୋକେ ଆପଣଙ୍କ ବିଚାରରେ ପ୍ରଭାବିତ ହେବେ। ବ୍ୟବସାୟ ଏବଂ ଚାକିରୀରେ ଆପଣଙ୍କ କାମ ପ୍ରଶଂସାଯୋଗ୍ୟ ରହିବ। ସନ୍ତାନଙ୍କ ସଫଳତାରେ ମନ ପ୍ରସନ୍ନ ରହିବ। ବ୍ଲଡ ପ୍ରେସର ରୋଗୀ ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହୁଅନ୍ତୁ। ଭଗବାନ କାର୍ତ୍ତିକେୟଙ୍କ ପୂଜା କରନ୍ତୁ।

ଧନୁ ରାଶି : ଆପଣଙ୍କ ଖର୍ଚ୍ଚରେ ବୃଦ୍ଧି ଘଟିବ। ନିଜ ବ୍ୟକ୍ତିତ୍ବରେ କିଛି ପରିବର୍ତ୍ତନ ଆଣିବା ପାଇଁ ନୂଆ ପୋଷାକ କିମ୍ବା ଗହଣା କିଣି ପାରନ୍ତି। ଆପଣଙ୍କ ପାରିବାରିକ ଜୀବନ ସୁଖଦାୟକ ରହିବ। ଆପଣଙ୍କ ପ୍ରେମ ଜୀବନରେ ସଫଳତା ମିଳିବ। ଯଦି ଆପଣ ବିବାହିତ ତେବେ ଆପଣଙ୍କ ପାଇଁ ଶୁଭ ରହିବ ଏବଂ ସନ୍ତାନଙ୍କଠୁ ସୁଖ ମିଳିବ।

କୁମ୍ଭ ରାଶି : ଯଦି ଆପଣ କୌଣସି ବଡ଼ କାମ କରିବାକୁ ଚାହୁଁଛନ୍ତି ତେବେ ଏହା ଉପରେ କାମ ଆରମ୍ଭ କରନ୍ତୁ ନାହିଁ। ଦୂର ଯାତ୍ରା କରି ପାରନ୍ତି। ପେଟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକତା ରହିଛି। ଆର୍ଥିକ କ୍ଷେତ୍ରରେ ପ୍ରଗତି ଘଟିବ। ଶାସନ ସତ୍ତାର ସହଯୋଗ ରହିବ। ନୂଆ ସମ୍ବନ୍ଧ ସୃଷ୍ଟି ହେବ। ବ୍ୟକ୍ତିଗତ ସମ୍ପର୍କ ପ୍ରଗାଢ଼ ହେବ। ଆପଣଙ୍କ ବିରୋଧୀ ସକ୍ରିୟ ହେବେ।

   Related Posts