Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଫାଇଲିନ୍ ଦୁର୍ଦ୍ଦଶାକୁ ତାଜା କରି ଦେଇଛି ତିତଲୀ : ଆତଙ୍କିତ ସମୁଦ୍ରକୂଳିଆ ଅଂଚଳ

9/10/2018 at 7:55 PM

ଭୁବନେଶ୍ବର୯|୧୦: ଫାଇଲିନ୍ ଦୁର୍ଦ୍ଦଶାକୁ ତାଜା କରି ଦେଇଛି ତିତଲୀ । ଓଡ଼ିଶା ପ୍ରତି ଏହାର ସମ୍ଭାବନା ଅଧିକ ଥିବାରୁ ରାଜ୍ୟ ସରକାର ଓ ପ୍ରଶାସନ ଆଲର୍ଟ ହୋଇଛନ୍ତି । ୧୫ ଜିଲ୍ଲାରେ ହାଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ବିଶେଷ କରି ଗଞ୍ଜାମ, ବ୍ରହ୍ମପୁର, ଜଗତସିଂହପୁର, ପାରାଦୀପ ଆଦି ସ୍ଥାନରେ ପ୍ରଶାସନ ତତ୍ପର ହୋଇଛି ।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ଭୀଷଣ ଅବପାତ ଆଉ ତାପରେ ନେଇଛି ବାତ୍ୟାର ରୂପ । ଏବେ ଏହା ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳ ମୁହାଁ । ଆଜି ରାତିରୁ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ସେହିଭଳି ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ବରରେ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୧୧ ତାରିଖରେ ଏସବୁ ଜିଲ୍ଲାରେ ଅତିପ୍ରବଳ ବର୍ଷାର ସମ୍ଭାବନା ରହୁଛି । ତେଣୁ ଏସବୁ ଜିଲ୍ଲା ପାଇଁ ପର୍ଯ୍ୟାୟ କ୍ରମେ ଅରେଞ୍ଜ, ୟେଲୋ ଏବଂ ରେଡ୍ ଆଲର୍ଟ ଜାରି କରାଯାଇଛି ।

୧୫ ଜିଲ୍ଲା ପାଇଁ ହାଇ ଆଲର୍ଟ ଜାରି କରାଯାଇ ଥିବା ବେଳେ ତତ୍ପର ହୋଇଛି ପ୍ରଶାସନ । ବିଶେଷକରି ଗଞ୍ଜାମ ଗୋପାଳପୁରବାସୀଙ୍କ ମନରେ ଛନକା ପୂରାଇ ଦେଇଛି ବାତ୍ୟା ଭୟ । ଫାଇଲିନ୍ ବେଳର ଦୁର୍ଦ୍ଦଶା ମନେ ପକାଇ ସେମାନେ ଭୟଭୀତ ହୋଇ ପଡ଼ିଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ସମ୍ଭାବ୍ୟ ପରିସ୍ଥିତି ସାମ୍ନା କରିବାକୁ ପ୍ରସ୍ତୁତ ହୋଇଥିବା ବେଳେ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି । ସମୁଦ୍ର ତଳିଆ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ସ୍କୁଲରେ ରଖାଯିବା । ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି । ଆବଶ୍ୟକ ଖାଦ୍ୟ, ଔଷଧ ମହଜୁଦ୍ ରଖାଯାଇଛି । ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମକୁ ସଜାଗ ରଖାଯାଇଛି ।

ଗୋପାଳପୁର ଲୋକଙ୍କ ମନରେ ତିତଲୀ, ଫାଇଲିନ ଭୟକୁ ତାଜା କରିଥିବା ବେଳେ ଜତଗସିଂହପୁର ବାସୀଙ୍କୁ ମନେ ପକାଇ ଦେଇଛି ୧୯୯୯ ମହାବାତ୍ୟାର ପ୍ରଳୟଙ୍କରୀ ରୂପ । ଆଜି ସକାଳୁ କୋହଲା ପାଗ ସାଙ୍ଗକୁ ଆରମ୍ଭ ହୋଇଥିବା ଥଣ୍ଡା ପବନ ଲୋକଙ୍କୁ ଅଧିକ ଭୟଭୀତ କରିଦେଲାଣି । ସେପଟେ ଖବର ପାଇ ବି ପାରାଦୀପ ଅଞ୍ଚଳର କିଛି ମତ୍ସ୍ୟଜୀବୀ ସମୁଦ୍ରରୁ ଫେରିପାରି ନାହାନ୍ତି ।

ଅସ୍ତରଙ୍ଗ ସମୁଦ୍ର କୂଳିଆ ଅଞ୍ଚଳର ୧୩ ଖଣ୍ଡ ଗାଁ ଲୋକେ ଛାନିଆ ହୋଇ ପଡ଼ିଛନ୍ତି । ସମୁଦ୍ରରେ ବଡ଼ ବଡ଼ ଢେଉ ଆସିବା ଆରମ୍ଭ ହୋଇଗଲାଣି । ଜାହାନିଆ ପୀର୍ ବେଳାମାର୍ଗ ଜନଶୂନ୍ୟ ହୋଇଗଲାଣି ।

୨୦୧୩ ଅକ୍ଟୋବରରେ ଠିକ୍ ଦଶହରା ବେଳକୁ ଆସିଥିଲା ଫାଇଲିନ୍ । ତାର ବର୍ଷକ ପରେ ୨୦୧୪ରେ ପୁଣି ଆସିଲା ହୁଡହୁଡ୍ । ଆଉ ଏବେ ଠିକ୍ ସେହି ସମୟରେ ଆସୁଛି ତିତଲୀ । ପୂଜା ପାଇଁ ଲୋକେ ପ୍ରସ୍ତୁତ ହେଉଥିବା ବେଳେ ଏବେ ଘାରିଛି ଧନଜୀବନ ସୁରକ୍ଷା ଚିନ୍ତା ।

   Related Posts