Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଆନ୍ଧ୍ର-ଓଡ଼ିଶା ସୀମାରେ ଥିବା ଲୋକଙ୍କ ଦୁଃଖ ବୁଝିଲା ପ୍ରଶାସନ, ରାସ୍ତା ନିର୍ମାଣ ସହ ଘରେ ଘରେ ମିଳିବ ବିଶୁଦ୍ଧ ପାନୀୟ ଜଳ

2/10/2021 at 9:51 AM

ଗଜପତି ୦୨/୧୦: ଆନ୍ଧ୍ର-ଓଡ଼ିଶା ସୀମାକୁ ନେଇ ଲାଗି ରହିଥିବା ବିବାଦର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେଉନି ପ୍ରଶାସନ । ଘଟଣାର ଏତେ ଦିନ ପରେବି ବିବାଦୀୟ ଅଞ୍ଚଳରେ ପାଦ ପଡ଼ିଲାଣି କିମ୍ବା ଅଞ୍ଚଳ ବାସୀଙ୍କ ଦୁଃଖ ଶୁଣିବାକୁ ସମୟ ପାଇ ପାରିଲେନି ପ୍ରଶାସନ । ମାତ୍ର ଅଞ୍ଚଳ ବାସୀଙ୍କ ଦାବିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ନେଇଥିବା ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ।

ସୀମାନ୍ତ ପଞ୍ଚାୟତ ବାସୀଙ୍କ ଦାବି ମୁତାବକ ଓଡିଶା ଦେଇ ଯୋଗାଯୋଗ ପାଇଁ ୯ କୋଟି ୬୫ ଲକ୍ଷ ଟଙ୍କା ମଞ୍ଜୁର କରି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି, ଗଙ୍ଗାବାଡ ଓ ମାଣିକପାଟଣା ଗ୍ରାମରେ ୧୭ଲକ୍ଷ ବ୍ୟୟରେ ଘରେ ଘରେ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ୮ଲକ୍ଷ ବ୍ୟୟରେ ସ୍ଥାନେ ସ୍ଥାନେ ସୋଲାର ଲାଇଟ ସ୍ଥାପନ, ୧କୋଟି ୭୧ ଲକ୍ଷ ବ୍ୟୟରେ ଏକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି, ଚମ୍ପାପୁର ଠାରୁ ଗଙ୍ଗା ବାଡ଼ ପର୍ଯ୍ୟନ୍ତ ୨.୫ କିମି ରାସ୍ତାରେ ୫କୋଟି ୪୦ ଲକ୍ଷ ବ୍ୟୟରେ ଗ୍ରାମ୍ୟ ସଡ଼କ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଛି ।

ଏଥିସହିତ ଅଞ୍ଚଳବାସୀଙ୍କ ଜୀବନ ଜୀବିକା ପାଇଁ ୧୦୦ ଟି ପରିବାରକୁ କୁକୁଡ଼ା ଓ ୩୦ ଟି ପରିବାରକୁ ଛେଳି ପାଳନ, ତିନୋଟି ସ୍ବୟଂ ସହାୟକ ଗୋଷ୍ଠୀକୁ ରଙ୍ଗିନ ମାଛ ଚାଷରେ ସାମିଲ କରାଯିବା ସହ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଅଞ୍ଚଳର କୃଷି ଉତ୍ପାଦିତ ଓ ଜଙ୍ଗଲ ଜାତ ଦ୍ରବ୍ୟର ମାର୍କେଟ ବ୍ୟବସ୍ଥା କରାଯାଇ ଲୋକଙ୍କ ବିକାଶ କ୍ଷେତ୍ରରେ ସହାୟକ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଜିଲ୍ଲାପାଳ ।

   Related Posts