Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ସ୍ୱାଭିମାନ ଅଞ୍ଚଳର ବାସ୍ତବ ଚିତ୍ର – ଏବେବି ବିଭିନ୍ନ ଯୋଜନାଠାରୁ ବହୁ ଦୂରରେ ଅଞ୍ଚଳବାସୀ

22/10/2019 at 4:53 PM

ମାଲକାନଗିରି ୨୨।୧୦  – ୬ଦଶନ୍ଧିର ଅପେକ୍ଷା ପରେ ମାଲକାନଗିରି ଜିଲ୍ଲା ଚିତ୍ରକେ।ଣ୍ଡାବାସୀଙ୍କ ସ୍ବପ୍ନ ପୁରଣ ହେ।ଇଥିଲା । ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ବିଚ୍ଛିନାଞ୍ଚଳବାସୀଙ୍କ ଭାଗ୍ୟ ବଦଳିବ ବେ।ଲି ଆଶା କରାଯାଉଥିଲା । କିନ୍ତୁ ସେମିତି କିଛି ହେଲାନି । ବାସ୍ତବ ଚିତ୍ର ପୁରା ଓଲଟା ।

କେବେ ବଦଳିବ ଚିତ୍ରକେ।ଣ୍ଡା ବିଚ୍ଛିନାଞ୍ଚଳବାସୀଙ୍କ ଭାଗ୍ୟ ? ସ୍ବାଧୀନତାର ୭୩ ବର୍ଷ ପରେ ବି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସବୁଥିରୁ ବଞ୍ଚିତ ବିଚ୍ଛିନ୍ନାଞ୍ଚଳବାସୀ । ସବୁଠୁ ଉଦ୍‌ବେଗଜନକ ଅବସ୍ଥାରେ ସ୍ବାସ୍ଥ୍ୟ ସେବା। ପ୍ରଥମେ ବିଚ୍ଛିନାଞ୍ଚଳ ପଣସପୁଟରେ ନ୍ୟୁଜ 7ର ଟିମ୍‌ ଏହି ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଥିଲା । ଏଠାକର ଚିତ୍ର ଥିଲା ବେଶ୍‌ ହୃଦବିଦାରକ ।

ଜଣେ ମହିଳା ଜ୍ବରରେ ଥରୁଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ବର୍ଷେ ହେଲା ଜ୍ବରରେ ପଡିଥିଲେ ବି ଡାକ୍ତରଖାନା ଯାଇ ନଥିଲେ ସେ । ପରିବାରରେ ଇଏ ଜଣେ ନୁହନ୍ତି । ୭ ବର୍ଷର ପୁଅର ଗେ।ଡ ପଚି ମାଛି ଭଣ ଭଣ ହେଉଛି । ହେଲେ ସମ୍ବଳ ନଥିବାରୁ ଯନ୍ତ୍ରଣାକୁ ହଜମ କରିବା ଛଡା କିଛି ଉପାୟ ନାହିଁ ।

ଯୋଡାଆମ୍ବ ଏବଂ ପଣସପୁଟରେରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି । କିନ୍ତୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ କର୍ମଚାରୀ ନାହାନ୍ତି ବର୍ଷ ତମାମ ପଣସପୁଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଝୁଲୁଛି ତାଲା । ସେପଟେ ଯେ।ଡାଆମ୍ବ ସ୍ବାସ୍ଥ୍ୟକେନ୍ଦ୍ର ଚାଲୁଥିଲେ ବି ଆବଶ୍ୟକୀୟ ଔଷଧ ମିଳୁନି । ମାଓବାଦୀଙ୍କ ଭୟରେ ଡାକ୍ତର କି ଅନ୍ୟ କର୍ମଚାରୀ ଆସୁନାହାନ୍ତି ।

ତେଣୁ ଲମତାପୁଟର ଆଶାକିରଣ ହସପିଟାଲ ହିଁ ଏକ ମାତ୍ର ଭରସା । କିନ୍ତୁ ସେଠାକୁ ଯିବାକୁ ହେଲେ ୫ଟି ନଦୀ ପାର ହେ।ଇ ପାହାଡ, ଜଙ୍ଗଲ ଘେରା ରାସ୍ତାରେ ଯିବାକୁ ପଡିବ । ନଚେତ୍ ଲଞ୍ଚରେ । ଏତେ ସବୁ ପାଇଁ ଗରିବ ଲେ।କଙ୍କ ପାଖ୍‌ରେ ସମ୍ବଳ କାହିଁ ।

ସରକାର ବିଚ୍ଛିନାଞ୍ଚଳବାସୀଙ୍କ ଦୁଃଖ ଦୂର କରିବାକୁ ଗୁରୁପୟିୟା ସେତୁ କଲେ । ହେଲା ଆନୁସାଙ୍ଗିକ ବ୍ୟବସ୍ଥା ନଥିବାରୁ ସମସ୍ୟାରୁ ମୁକୁଳି ପାରୁନାହାନ୍ତି ବିଚ୍ଛିନାଞ୍ଚଳବାସୀ । ବର୍ଷ ବର୍ଷ ଧରି ଅଭାବ, ଅନାଟନ, ଦୁଃଖ ଯନ୍ତ୍ରଣା ସହିବା ଛଡା କିଛି ଉପାୟ ନାହିଁ । ଦେଖିବା କେବେ ବଦଳୁଛି ସେମାନଙ୍କ ଭାଗ୍ୟ । କେବେ ସୁଧୁରୁଛି ସମସ୍ୟା ?

   Related Posts