ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଲଣ୍ଡା ହେଲେ ୧୦୦ରୁ ଅଧିକ ଲୋକେ; ଆତ୍ମା ଶାନ୍ତି ପାଇଁ କଲେ ଯଜ୍ଞ

Published By : Prameya-News7 Bureau | February 19, 2019 IST

ଫିରୋଜବାଦ ୧୯/୨ : ପୁଲୱାମା ଆତ୍ମଘାତୀ ହମଲାରେ ଦେଶର ୪୨ ଯବାନ ସହିଦ ହେଇଥିବା ଘଟଣାରେ ଆକ୍ରୋଶରେ ରହିଛି ପୁରା ଦେଶ | ସମଗ୍ର ଦେଶରେ ଲୋକେ ବିରୋଧ ପ୍ରଦର୍ଶନ କରୁଛନ୍ତି | ଦେଶର ବିଭିନ୍ନ ସ୍ଥାନରେ କେନ୍ଦଳ ରାଲି କରି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ଦେଶବାସୀ | ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ ଆତଙ୍କବାଦୀଙ୍କୁ କଡା ଜବାବ ଦେବା ପାଇଁ ଦେଶବାସୀ ସରକାରଙ୍କୁ ନିବେଦନ କରୁଛନ୍ତି | ଜରସନାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଯୁବକମାନେ ଲଣ୍ଡା ହୋଇଛନ୍ତି | ସହିଦଙ୍କ ଆତ୍ମାର ଶାନ୍ତି ପାଇଁ ଯୁବକମାନେ ଯଜ୍ଞ କରିଛନ୍ତି | ବାଳକଠୁ ବୃଦ୍ଧ ଯାଏଁ ସମସ୍ତେ ଲଣ୍ଡା ହୋଇ ସହିଦଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି |


ଗତକାଲି ଜରସନାରେ ହନୁମାନ ମନ୍ଦିରରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା | ପରଦିନ ଯାଦବ ଶାସ୍ତ୍ରୀଙ୍କ ନେତୃତ୍ୱରେ ଏହି ସଭା ଆୟୋଜନ କରାଯାଇଥିଲା | ଶ୍ରଦ୍ଧାଞ୍ଜଳି ସଭାରେ ୧୦୦ରୁ ଅଧିକ ସାମୁହିକ ମୁଣ୍ଡନ କରିଥିଲେ | ଏହାପରେ ସହିଦଙ୍କ ଆତ୍ମାର ଶାନ୍ତି ପାଇଁ ହୋମ ଯଜ୍ଞ କରାଯାଇଥିଲା | ଅପରପକ୍ଷରେ ବାର ଆସୋସିଏସନ ପାକିସ୍ତାନର ପତାକା ଜଳାଇ ବିରୋଧ ପ୍ରଦର୍ଶନ କରିଥିଲା | ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ନାରାବାଜି କରିଥିଲେ ବାର ଆସୋସିଏସନ ସଦସ୍ୟ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.