Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ମହାରାଷ୍ଟ୍ର ଓ ଦିଲ୍ଲୀବାସୀଙ୍କୁ ଶସ୍ତାରେ ମିଳିବ ପେଟ୍ରୋଲ-ଡିଜେଲ୍ ! ଜିଏସଟି ପରିସରଭୁକ୍ତ କରିବାକୁ ପ୍ରସ୍ତୁତ ଦୁଇ ରାଜ୍ୟ

11/03/2021 at 3:56 PM

ନୂଆଦିଲ୍ଲୀ ୧୧।୦୩: ପେଟ୍ରୋଲ-ଡିଜେଲ୍‌ର ଦର ବୃଦ୍ଧିକୁ ନେଇ ସାଧାରଣ ଜନତା ଅସ୍ତବ୍ୟସ୍ତ। କେବେ ଦାମ କମିବ କାହାକୁ ବି ଜଣା ନାହିଁ। ଯଦି ଇନ୍ଧନକୁ ଜିଏସଟି ପରିସରଭୁକ୍ତ କରାଯାଏ ତେବେ ପେଟ୍ରୋଲ-ଡିଜେଲ୍ ଦର ହ୍ରାସ ପାଇ ପାରିବ ବୋଲି କୁହାଯାଉଛି। ତୈଳ ଦର ବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଉଥିବା ଜନତାଙ୍କୁ ଆଶ୍ଵସ୍ତି ଦେବା ପାଇଁ ମହାରାଷ୍ଟ୍ର ସରକାର ବଡ ପଦକ୍ଷେପ ନେବାକୁ ଯାଉଛନ୍ତି।

ମହାରାଷ୍ଟ୍ର ସରକାର ପେଟ୍ରୋଲ-ଡିଜେଲ୍‌କୁ ଜିଏସଟି ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି। ଏହି ଦାବି ପରେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ୍ ପାଓ୍ଵାର କହିଛନ୍ତି ଯଦି ପେଟ୍ରୋଲ-ଡିଜେଲ୍ ଜିଏସଟି ଅନ୍ତର୍ଗତରେ ଆସେ ତେବେ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟଙ୍କୁ ଫାଇଦା ମିଳିବ। ଯଦି କେନ୍ଦ୍ର ଏହା ଉପରେ ନିଷ୍ପତ୍ତି ନିଅନ୍ତି ତେବେ ମହାରାଷ୍ଟ୍ର ସରକାର ଏହାର ପୂର୍ଣ୍ଣ ସମର୍ଥନ କରିବେ।

ମନି କଣ୍ଟ୍ରୋଲର ଖବର ଅନୁଯାୟୀ, ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ରାମବୀର ସିଂହ ବିଘୁଡି ବିତର୍କ ସମୟରେ କହିଛନ୍ତି, ଯଦି ପେଟ୍ରୋଲ-ଡିଜେଲ୍‌କୁ ଜିଏସଟି ପରିସରଭୁକ୍ତ କରାଯାଏ ତେବେ ଏହାର ଦାମରେ ପ୍ରାୟ ୨୫ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇପାରେ।

ଏହା ବ୍ୟତୀତ ଦିଲ୍ଲୀର ଗୃହ ମନ୍ତ୍ରୀ ସତ୍ୟନ୍ଦ୍ର  ଜୈନ ବିଧାନସଭାରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ପେଟ୍ରୋଲ-ଡିଜେଲ୍‌କୁ ଜିଏସଟି ପରିସରଭୁକ୍ତ କରିବାକୁ ନିଜର ଦାବି ରଖି ସାରିଛନ୍ତି। ଏକ ପ୍ରତିନିଧି ମଣ୍ଡଳକୁ ନେଇ କେନ୍ଦ୍ର ସରକାର ଆଲୋଚନା କରିବା ଉଚିତ୍। ରାଜସ୍ଥାନ ଓ ଦିଲ୍ଲୀ ଏହି ଦୁଇ ରାଜ୍ୟ ଇନ୍ଧନକୁ ଜିଏସଟିରେ ସାମିଲ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ଏମିତି ହେଲେ ଏହି ଦୁଇ ରାଜ୍ୟର ଜନସାଧାରଣଙ୍କୁ ଶସ୍ତାରେ ପେଟ୍ରୋଲ-ଡିଜେଲ୍ ମିଳି ପାରିବ।

ସୂଚନାଯୋଗ୍ୟ, ଗତ ୧୨ ଦିନ ହେବ ପେଟ୍ରୋଲ-ଡିଜେଲ୍ ଦର ସ୍ଥିର ରହିଛି। ମାତ୍ର ଏହା ପୂର୍ବରୁ ବଢିଥିବା ଦାମ ନିଜର ରେକର୍ଡ ସ୍ତରରେ ପହଞ୍ଚି ସାରିଛି। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କଠୁ ନେଇ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତେ ବଢୁଥିବା ତୈଳ ଦରକକୁ ନେଇ ଚିନ୍ତା ପ୍ରକଟ କରି ସାରିଛନ୍ତି।

   Related Posts