Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ହିମାଚଳର ଲୋକେ କଙ୍ଗନା ଓ ବିଜେପିକୁ ପସନ୍ଦ କରନ୍ତି ନାହିଁ, ମଣ୍ଡିରେ କଂଗ୍ରେସର ବିଜୟ ପରେ ବଲିଉଡ ଆକ୍ଟରଙ୍କ କଟାକ୍ଷ

3/11/2021 at 6:42 PM

ନୂଆଦିଲ୍ଲୀ ୦୩।୧୧: ଉପ ନିର୍ବାଚନର ଫଳାଫଳ ସାମ୍ନାକୁ ଆସି ସାରିଛି। ମଧ୍ୟ ପ୍ରଦେଶ ଓ ଆସାମରେ ବିଜେପି ଜିତିବାରେ ସଫଳ ହୋଇଥିବା ବେଳେ ରାଜସ୍ଥାନ ଓ ହିମାଚଳ ପ୍ରଦେଶରେ କଂଗ୍ରେସ ବିଜୟ  ବାନା ଉଡାଇଛି। ପଶ୍ଚିମବଙ୍ଗର ଚାରୋଟି ଆସନକୁ ପୋଛି ନେଇଛି ତୃଣମୂଳ କଂଗ୍ରେସ। ଆଉ ହିମାଚଳ ମଣ୍ଡି ଲୋକସଭା ଆସନ ବିଜେପି ହାତରୁ ଖସିଛି। ଉପ ନିର୍ବାଚନର ଫଳାଫଳକୁ ନେଇ ବଲିଉଡର ଜଣାଶୁଣା ଅଭିନେତା କମାଲ ରଶିଦ ଖାନ କଟାକ୍ଷ କରିଛନ୍ତି। ସେ ଟ୍ଵିଟ୍‌ରେ କଙ୍ଗନା ରଣାଓ୍ଵତଙ୍କ ବିଷୟରେ ଉଲ୍ଲେଖ କରି ବିଜେପିକୁ ଟାର୍ଗେଟ୍ କରିଛନ୍ତି।

କମାଲ ରଶିଦ ଖାନ ମଣ୍ଡି ଆସନରେ କଂଗ୍ରେସର ବିଜୟକୁ ନେଇ କହିଛନ୍ତି, କଂଗ୍ରେସ ବଡ ବ୍ୟବଧାନରେ କଙ୍ଗନାଙ୍କ  ଘରୋଇ ସହର ମଣ୍ଡି ଆସନରୁ ବିଜୟ ହାସଲ କରିଛି। ଏଥିରୁ ଏହା ପ୍ରମାଣିତ ହୋଇଛି ଯେ, ହିମାଚଳ ପ୍ରଦେଶର ଲୋକେ କଙ୍ଗନା ଓ ବିଜେପିକୁ ପସନ୍ଦ କରୁନାହାନ୍ତି। କମାଲ ରଶିଦ ଖାନ ଏକ ଟ୍ଵିଟ୍‌ରେ ପଶ୍ଚିମବଙ୍ଗ ଉପ ନିର୍ବାଚନ ମଧ୍ୟ ଉଲ୍ଲେଖ କରିଛନ୍ତି।

ସେ ପଶ୍ଚିମବଙ୍ଗ ଉପ ନିର୍ବାଚନରେ ଟିଏମସିର ବିଜୟ ପାଇଁ ମମତା ବାନାର୍ଜୀଙ୍କ ପ୍ରଶଂସା କରି ଲେଖିଛନ୍ତି, ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ ଚାରୋଟି ବିଧାନସଭା ଆସନରେ ବିଜୟ ହାସଲ କରିଛି। ଏଥିରୁ ଏହା ସାବ୍ୟସ୍ତ ହୋଇଛି ଯେ, ମମତା ଦିଦି ପଶ୍ଚିମବଙ୍ଗରୁ ବିଜେପିର ମୂଳପୋଛ ପାଇଁ କଠୋର ପରିଶ୍ରମ କରୁଛନ୍ତି।

କମାଲ ରଶିଦ ଖାନଙ୍କ ଏହି ଟ୍ଵିଟ୍‌ ଉପରେ ସୋସିଆଲ ମିଡିଆ ୟୁଜର ଖୁବ୍ କମେଣ୍ଟ କରୁଛନ୍ତି। ରାହୁଲ ନାମକ ଜଣେ ୟୁଜର ଲେଖିଛନ୍ତି ବୀରଭଦ୍ର ସିଂହଙ୍କ ପତ୍ନୀ ଜିତିଛନ୍ତି। ଏଥିରେ ବଡ କଥା କଣ। ତେଲଙ୍ଗାନା ଦେଖ, ସେଠାରେ ବିଜେପି ଭଲ ପ୍ରଦର୍ଶନ କରିଛି। ସଞ୍ଜୟ ପଟେଲ୍ ନାମକ ଜଣେ ୟୁଜର ଲେଖିଛନ୍ତି, ଏହି ତର୍କ ସହିତ ତ ପୂରା ଦେଶ ବିଜେପିକୁ ପସନ୍ଦ କରୁଛି କାରଣ ବିଜେପିର ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ଦେଶରେ ରାଜ କରୁଛନ୍ତି।

   Related Posts