ପୋଲ ନିର୍ମାଣ ଦାବିରେ ଏକାଠି ହେଲେ ୧୫ଟି ଗାଁର ଲୋକ

Published By : Prameya-News7 Bureau | November 16, 2019 IST

ଟିଟିଲାଗଡ ୧୬।୧୧ -  ବ୍ରିଜ ନିର୍ମାଣ ଦାବିରେ ଏକାଠି ହେଲେ ୧୫ଟି ଗାଁର ଲେ।କ । ସଇଁନ୍ତଳା ବ୍ଳକ ନିକଟରେ ଥିବା ଲାନ୍ଥ ନଦୀ ଉପରେ ଦୀର୍ଘ ବର୍ଷ ହେବ ବିଜୁ ସେତୁ ଯୋଜନାରେ ଚାଲିଛି ବ୍ରିଜ ନିର୍ମାଣ କାମ । ହେଲେ ନିର୍ମାଣ ଅବଧି ସରିଥିଲେ ମଧ୍ୟ ଠିକାଦାରଙ୍କ ମନମୁଖୀ ଓ ନିମ୍ନମାନର କାମ ଯୋଗୁଁ  ନାହିଁ ନଥିବା ସମସ୍ୟାର ସାମ୍ନା କରୁଛନ୍ତି ।

{"id":185090,"sizeSlug":"large"}

 ସଇଁନ୍ତଳା ବ୍ଳକର ପାଖାପାଖି ୧୫ରୁ ଅଧିକ ଖଣ୍ଡ ଗାଁର ହଜାର ହଜାର ଲୋକ  ପ୍ରତିବାଦରେ  ୨୬ ନମ୍ବର ଜାତୀୟ ରାଜପଥ ସଇଁନ୍ତଳା ନିକଟ ଡାକବଙ୍ଗଳା ନିକଟରେ ରାସ୍ତା ଅବରୋଧ କରିଥିଲେ । ଫଳରେ ୫ ଘଣ୍ଟାରୁ ଅଧିକ ସମୟ ଧରି ଗାଡି ଚଳାଚଳ ସମ୍ପୂର୍ଣ ଭାବରେ ବନ୍ଦ ହୋଇଯାଇଥିଲା । ଘଟଣା ସ୍ଥଳରେ ଟିଟିଲାଗଡ ଉପ-ଜିଲ୍ଳାପାଳ ଓ ବିଭାଗୀୟ ଅଧିକାରୀ ପହଞ୍ଚି ବର୍ଷା ଦିନ ପୂର୍ବରୁ ବ୍ରିଜ କାମ ସଂପୂର୍ଣ ଭାବରେ ନିର୍ମାଣ ସରିବ ବୋଲି ପ୍ରତିଶୃତି ଦେବା ପରେ ହଟିଥିଲା ରାସ୍ତା ରୋକ।

{"id":185091,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.