Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ସର୍‌ପ୍ରାଇଜ୍‌ ଦେବାକୁ ଦୂର ଦେଶରୁ ଚାଲି ଆସିଥିଲା ପ୍ରେମିକା, ରୁମ୍‌ ଭିିତରେ ୩ ଯୁବତୀଙ୍କ ସହ ପ୍ରେମିକକୁ ଦେଖି…

3/10/2021 at 3:07 PM

ନୂଆଦିଲ୍ଲୀ ୦୩/୧୦: ପ୍ରେମରେ ଲୋକମାନେ ନିଜ ସାଥୀଙ୍କ ସହ ଅଧିକରୁ ଅଧିକ ସମୟ ବିତାଇବାକୁ ଚାହାଁନ୍ତି । କିନ୍ତୁ ଦୂରରେ ରହୁଥିବା ପ୍ରେମୀଯୁଗଳଙ୍କ ସମ୍ପର୍କ ସମ୍ଭାଳିବା ଅତ୍ୟନ୍ତ କଷ୍ଟକର ହୋଇଥାଏ । ଦୂରରେ ରହୁଥିବା ପ୍ରେମୀଙ୍କ ମଧ୍ୟରେ ବୁଝାମଣା ଠିକ୍ ରହିନଥାଏ । ତେବେ ଲଙ୍ଗ୍ ଡିଷ୍ଟାନ୍ସରେ ରହୁଥିବା ପ୍ରେମୀଯୁଗଳଙ୍କ ମଧ୍ୟରେ ବିଶ୍ୱାସ ରହିବା ନିହାତି ଜରୁରୀ। କିନ୍ତୁ ଏହାରି ମଧ୍ୟରେ ଜଣେ ଯୁବତୀଙ୍କ ନିଜ ଲଙ୍ଗ୍ ଡିଷ୍ଟାନ୍ସ ପ୍ରେମିକକୁ ସର୍‌ପ୍ରାଇଜ ଦେବାକୁ ଆସିଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଘଟଣାରେ ଜଣେ ଯୁବତୀ ଦୀର୍ଘ ସମୟ ପରେ ନିଜ ପ୍ରେମିକଙ୍କୁ ଭେଟିବା ପାଇଁ ବହୁ ଦୂରରୁ ଆସିଥିଲେ । ହେଲେ ପ୍ରେମିକକୁ ସରପ୍ରାଇଜ ଦେବା ବଦଳରେ ସେ ନିଜେ ସରପ୍ରାଇଜ୍ ହୋଇ ଯାଇଥିଲେ । ତେବେ ସୂଚନା ଅନୁଯାୟୀ, ଲୋରିନ ନାମକ ଯୁବତୀ ଜଣଙ୍କ ନିଜ ପ୍ରେମିକ ରୋବୀ ସହ ଦେଖା କରିବାକୁ ଆସିଥିଲେ । ଲୋରିନ ଘର ଭିତରକୁ ପ୍ରବେଶ କରିବା ପରେ ରୋବୀ ପୁରା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ସେହି ସମୟରେ ସେ ତାଙ୍କ ପ୍ରେମିକ ସହ ୩ ଜଣ ଯୁବତୀଙ୍କ ସହ ଥିଲେ । ନିଜ ପ୍ରେମିକକୁ ୩ ଯୁବତୀଙ୍କ ସହ ରୁମରେ ଦେଖିବା ପରେ ଲୋରିନଙ୍କୁ ଶକ୍ତ ଧକ୍କା ଲାଗିଥିଲା ।

ଏନେଇ ସେ ଭିଡିଓ ସୋସିଆଲ ଭିଡିଆରେ ପୋଷ୍ଟ କରିଥିଲେ, ଯାହାକୁ ଦେଖି ଲୋକମାନେ ତାଙ୍କୁ ବ୍ରେକଅପ୍ କରିବା ପାଇଁ ଉପଦେଶ ମଧ୍ୟ ଦେଇଥିଲେ। କିନ୍ତୁ ଲୋରିନ୍ ନିଜ ପ୍ରେମିକକୁ ବହୁତ ଭଲ ପାଉଛନ୍ତି ଓ ରୋବୀ କେବେ ତାଙ୍କୁ ଧୋକା ଦେବେନାହିଁ ବୋଲି କହିଛନ୍ତି । ତାଙ୍କ ଭଲ ପାଇବା ଉପରେ ତାଙ୍କ ବିଶ୍ବାସ ଅଛି ।

   Related Posts