ସ୍ଥିତି ସଂଗୀନ : ଚେକିଂ ଆଉ ଫାଇନ୍ ଭୟରେ ଲୋକେ ବାହାରୁ ନାହାନ୍ତି ଘରୁ, ମାର୍କେଟ୍ ପଡିଛି ଫାଙ୍କା

Published By : Prameya-News7 Bureau | September 07, 2019 IST

ଭୁବନେଶ୍ବର ୭|୯: ମେଗା ଅଫର ଆକୃଷ୍ଟ କରୁନାହିଁ, ଶସ୍ତା ପରିବା ପଡ଼ି ରହୁଛି ହାଟରେ । ଲେ।କ ଆଉ ଘରୁ ବାହ।ରୁ ନାହାନ୍ତି । ସମସ୍ତଙ୍କୁ ଘାରିଛି ଚେକିଂର ଭୟ । ତେଣୁ ଗ୍ରାହକ ବିନା ମାର୍କେଟ ପାଲଟିଛି ପଙ୍ଗୁ ପାଲଟିଛି ।

{"id":154434}

ଚେକିଂ ଛାଟ ଅଧିକାଂଶକୁ ପଡ଼ିଛି । ଏହାର ସିଧା ପ୍ରଭାବ ପଡ଼ିଛି ଡ଼େଲି କିଣ।ବିକା କରୁଥିବା ଲେ।କଙ୍କ ଉପରେ । ଇଏ ହେଉଛି ଏଜି ଛକରୁ ରାଜମହଲ ଯାଏ ଥିବା ବାମ କଡ଼ରେ କପଡ଼ା, ବେଡ଼ସିଟ୍, ଡ଼େ।ର ସ୍କ୍ରିନ୍ ଦେ।କାନ୍ । ଚେକିଙ୍ଗ ହେଲା ଦିନଠୁ ବିକ୍ରିବଟା ପୂରା ଡ଼ାଉନ୍ ହେ।ଇଯାଇଛି ।

{"id":154435}

ବିଏମସି ପାର୍କିଂ ରେ ବି ଗାଡ଼ି ନାହିଁ । ନହେଲେ ଦିନବେଳା ଏଠି ସେ।ରିଷଟେ ପକାଇବା ମୁସ୍କିଲ ହେ।ଇଥାଏ । ଏଜି ଛକରେ ପ୍ରବଳ ଚେକିଙ୍ଗ୍ ହେଉଥିବାରୁ ସେ ରାସ୍ତା ଦେଇ ଆଉ ପ୍ରାୟ କେହି ଯାଆସ କରୁନାହାନ୍ତି ।

{"id":154436}

ଏବେ ଚାଲନ୍ତୁ ମାର୍କେଟ ବ୍ୟୁଲଡ଼ିଙ୍ଗ ଭିତରକୁ । ଏଠି ବି ଆଉ ପୂର୍ବଭଳି ଭିଡ଼ଭାଡ଼୍ ନାହିଁ । ଡ଼୍ରେସ୍ ଶେ।ରୁମ୍ ଲକି ଡ଼୍ର କୁପନ ପାଇଁ ବାଇକ୍ ଅଫର ଦେଇଛନ୍ତି । କପଡ଼ା ଉପରେ ୫୦ ପରସେଣ୍ଟ ଡ଼ିସକାଉଣ୍ଟ ଦିଆଯାଉଛି ତଥାପି କେହି କେହି ମାର୍କେଟ୍ ବ୍ୟୂଲଡ଼ିଙ୍ଗ ଏରିଆ କୁ ଯାଉନାହାନ୍ତି ।

{"id":154437}

ଏହି ଫାଙ୍କା ଗାଡ଼ି ପାର୍କିଂ ବୟାନ କରୁଛି ବିଜନେସ୍ କେତେ ମାନ୍ଦା ଧରିଛି । ଯାହାର ଗାଡ଼ି କାଗଜପତ୍ର ପୂରା ଓକେ ଅଛି ଆଉ ଯେଉଁମାନେ ସିଟି ବସ୍ ରେ ଆସୁଛନ୍ତି ସେମାନଙ୍କ ପାଇଁ କେବଳ ମାର୍କେଟ ବ୍ୟୁଲଡ଼ିଙ୍ଗ୍ ରେ କାଁଭାଁ ବିକ୍ରି ହେଉଛି ।ତେବେ ଯିଏ ମାର୍କେଟ୍ ବ୍ୟୁଲଡ଼ିଙ୍ଗ୍ ଆସୁଛି ସିଏ ଅଫର ର ମଜା ନେଉଛି ।

{"id":154438}

ଏବେ ଟିକେ ଏକ ନମ୍ବର ହାଟକୁ ଦେଖନ୍ତୁ । ଏହି ପରିବା ପଚି ଯାଉଛି । ହେଲେ ବି ଗ୍ରାହକ ଆସୁନାହାନ୍ତି । ଦିନରେ ଯାହା କେ।ଡ଼ିଏ ଟଙ୍କାରେ ବିକ୍ରି ହେଉଛି ରାତି ହେଲେ ଅଧାରୁ ଅଧିକ ରେଟ୍ କମେଇ ଦେଉଛନ୍ତି ଦେ।କାନୀ । ତଥାପି ହାଟ ମୁହଁ ମାଡ଼ୁ ନାହାନ୍ତି କେହି । କାରଣ ଶହେ ଟଙ୍କାର ପରିବା କିଣିବା ଲାଗି ବେଳ ପଡ଼ିଲେ ୧୫-୨୦ ହଜାର ଟଙ୍କା ଜରିମାନା ଗଣିବାକୁ ପଡ଼ିପାରେ ।

{"id":154439}

 ତେଣୁ ବର୍ତମାନ ମାର୍କେଟ୍ ର ସ୍ଥିତି କୁ ଦେଖିଲେ  ଲେ।କମାନେ ପରିବା ଖାଇବା ଛାଡ଼ି ଦେଇଛନ୍ତି କହିଲେ ଭୂଲ ହେବ ନାହିଁ । ଦିନବେଳା ବିଲାତି, ବାଇଗଣ,କାକୁଡ଼ି, କାଙ୍କଡ଼, ପେ।ଟଳ ପ୍ରାୟ କେ।ଡ଼ିଏ ଟଙ୍କାରେ ବିକ୍ରି ହେଉଛି । ରାତି ହେଲେ ୧୦ ଟଙ୍କା କିଲେ। କିମ୍ବା ତାଠୁ ବି କମ୍ ଦାମ୍ ରେ ବିକ୍ରୀ ହେଉଛି ପରିବା । ଚେକିଙ୍ଗ୍ ଭୟ ଏତେ ଘାରିଛି ଯେ ଟିକେ ପାଖ ଲେ।କ ଚାଲିଚାଲି ପରିବା କିଣିବା ପାଇଁ ଯାଉଛନ୍ତି ।

{"id":154440}

ଯଦି ଚେକିଙ୍ଗ ଏମିତି ଆଉ କିଛି ଦିନ କଡ଼ାକଡ଼ି ହେବ ତାହେଲେ ଦେଶରେ ଦେଖା ଦେଇଥିବା ଅର୍ଥନୌତିକ ମାନ୍ଦାବସ୍ଥା ଭୁବନେଶ୍ବର ଉପରେ ମଧ୍ୟ ପଡ଼ିବ ବେ।ଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.