Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଉତ୍ତରକାଶିରେ ପ୍ରକୃତିର ତାଣ୍ଡବ, ବାଦଲ ଫାଟି ୩ ମୃତ, ୪ ନିଖୋଜ

19/07/2021 at 8:21 AM

ଉତ୍ତରାଖଣ୍ଡ ୧୯/୭ : ଉତ୍ତରାଖଣ୍ଡର ଉତ୍ତରକାଶିରେ ପ୍ରକୃତିର ତାଣ୍ଡବ । ପ୍ରବଳ ବର୍ଷା ଯୋଗୁଁ ମାଣ୍ଡୋ ଗ୍ରାମରେ ଅନେକ କ୍ଷୟକ୍ଷତି ହୋଇଛି । ବାଦଲ ପାଟିବାରୁ ୩ ଜଣଙ୍କର ମୃତ୍ୟୁ ହେବା ସହ ୪ ଜଣ ନିଖୋଜ ହୋଇଛନ୍ତି । ଏବେ ସେଠାରେ ଉଦ୍ଧାରକାର୍ଯ୍ୟକୁ ଜୋରଦାର କରାଯାଇଛି । ଏସଡିଆରଏଫ ଦାୟିତ୍ୱରେ ଥିବା ଜଗଦମ୍ବା ପ୍ରସାଦ କହିଛନ୍ତି ଯେ ମାଣ୍ଡୋରେ ବାଦଳ ଫାଟି ବିସ୍ଫୋରଣ ହେବାରୁ ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଛି ।

ଏହା ବ୍ୟତୀତ ଚାରି ଜଣ ଲୋକ ମଧ୍ୟ ନିଖୋଜ ହୋଇଯାଇଛନ୍ତି । ସୂଚନା ଥାଉକି, ରାଜ୍ୟରେ ପ୍ରବଳ ବର୍ଷା ହେତୁ ଅଧିକାଂଶ ନଦୀ ଜଳସ୍ତର ବଢିଛି । ଗଙ୍ଗା, ଯମୁନା, ଭାଗୀରଥୀ, ଆଲାକାନନ୍ଦ, ମାଣ୍ଡାକିନି, ପିନ୍ଦର, ନନ୍ଦକିନି, ଟନ୍, ସାରୁ, ଗୋରି, କାଳୀ, ରାମଗଙ୍ଗା ଇତ୍ୟାଦି ନଦୀଗୁଡ଼ିକ ବିପଦ ସଂକେତରୁ ଅଧିକ ସ୍ତରରେ ପ୍ରବାହିତ ହେଉଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା ଯେଉଁଠାରେ ରାଇୱାଲାରେ ସର୍ବାଧିକ ୧୨୦ ମିଲିମିଟର, ଋଷିକେଶରେ ୧୦୫.୨ ମିଲିମିଟର, କୋଟୱାରରେ ୯୭ ମିଲିମିଟର, ଖାତିମାରେ ୮୩ ମିଲିମିଟର, ମୋହକାମପୁରରେ ୮୦ ମିଲିମିଟର, ମୁସୁରୀରେ ୭୦ ମିଲିମିଟର ଯସପୁରରେ ୫୦ ମିମି ଏବଂ ସାହସପୁରରେ ୩୦ ମିମି ବର୍ଷା ହୋଇଛି ।

   Related Posts