ଇରାନରେ କରୋନା ପରିସ୍ଥିତିକୁ ଜଟିଳ କରିଛି ଗୁଜବ, ବିଷାକ୍ତ ମିଥାନଲ ପିଇ ୭୦୦ ମୃତ, ୫ହଜାରରୁ ଅଧିକ ଅସୁସ୍ଥ

Published By : Prameya-News7 Bureau | April 29, 2020 IST

ତେହେରାନ : କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଭୂତାଣୁ ସଂକ୍ରମଣରେ ଚୀନ ପରେ ମଧ୍ୟପ୍ରାଚ୍ୟରେ ଇରାନ ଦ୍ୱିତୀୟ ଗୁରୁତର ପ୍ରଭାବିତ ଦେଶରେ ପରିଣତ ହୋଇଥିଲା। ଇରାନରେ ହଜାର ହଜାର ଲୋକେ କରୋନା ସଂକ୍ରମିତ ହୋଇଥିବା ବେଳେ ଏବେବି ମୃତ୍ୟୁ ଜାରି ରହିଛି। ଏଭଳି ପରିସ୍ଥିତିରେ ଗୁଜବକୁ ବିଶ୍ୱାସ କରି ଲୋକେ ବିଷାକ୍ତ ମିଥାନଲ ପିଇ ଯାଉଛନ୍ତି। ଫଳରେ ଏପର୍ଯ୍ୟନ୍ତ ୭ଶହ ୨୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହୁରି ୫ହଜାର ଲୋକେ ଅସୁସ୍ଥ ହୋଇପଡିଛନ୍ତି। ଯାହା କରୋନା ପରିସ୍ଥିତିରେ ଇରାନର ସ୍ୱାସ୍ଥ୍ୟ ସମସ୍ୟାକୁ  ଅଧିକ ଜଟିଳ କରିଛି। 

{"id":261952,"sizeSlug":"large"}

ମିଥାନଲରେ ନୋଭେଲ କରୋନା ଭାଇରସ ନିୟନ୍ତ୍ରିତ ହେଉଥିବା ଗୁଜବକୁ ବିଶ୍ୱାସ କରି ଲୋକେ ଏହି ବିଷାକ୍ତ ରସାୟନକୁ ପିଇଯାଉଛନ୍ତି। ଫଳରେ ଗତ ଫେବୃଆରୀ ୨୦ ତାରିଖରୁ ଏପ୍ରିଲ ୭ ତାରିଖ ସୁଦ୍ଧା ଦେଶରେ ମୋଟ ୫୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ହଜାରରୁ ଅଧିକ ଲୋକେ ବିଷାକ୍ତ ହୋଇଥିବା ଜଣାପଡିଛି। ଏଣୁ ଇରାନ ସରକାର ଦେଶରେ ମିଥାନଲ ଉତ୍ପାଦନ କରୁଥିବା ସଂସ୍ଥାଙ୍କୁ ଏଥିରେ ରଙ୍ଗ ମିସାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଯେପରି ଲୋକେ ଏହାର ଖାଦ୍ୟ ଅଥବା ପେୟ ଉପଯୋଗ କରିନପାରନ୍ତି।

{"id":261953,"sizeSlug":"large"}

ମିଥାନଲ ଯୋଗୁ ଛାତିରେ ଯନ୍ତ୍ରଣା, ବାନ୍ତି, ଅନ୍ଧତ୍ୱ, ଅଙ୍ଗପ୍ରତ୍ୟଙ୍ଗ ଅଚଳ ଏପରିକି ଲୋକେ କୋମା ପରିସ୍ଥିତିକୁ ଚାଲିଯାଉଛନ୍ତି। ଏଭଳି ବିଷାକ୍ତ ପଦାର୍ଥ ଗ୍ରହଣ କରିବା ଯୋଗୁ ଦେଶର ପ୍ରାୟ ୯୦ ଜଣ ଦୃଷ୍ଟି ଶକ୍ତି ହରାଇଥିବା ଇରାନ ସ୍ୱାସ୍ଥ୍ୟମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛନ୍ତି। ତେବେ ଇରାନରେ ଗତ ମଙ୍ଗଳବାର କରୋନା ଆକ୍ରାନ୍ତ ୭୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫ ହଜାର ୮୭୭ରେ ପହଞ୍ଚିଛି। ସମଗ୍ର ମଧ୍ୟପ୍ରାଚ୍ୟରେ ଏହା କରୋନା ଜନିତ ସର୍ବାଧିକ ମୃତ୍ୟୁ ବୋଲି ମନ୍ତ୍ରାଳୟ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.