୫୦ ହଜାର ଅଣ୍ଡା ନେଇ ଯାଉଥିବା ପିକ୍‌ଅପ୍ ଦୁର୍ଘଟଣାଗ୍ରସ୍ତ: ଆହତଙ୍କୁ ନଜର୍ ଅନ୍ଦାଜ୍ କରି ଅଣ୍ଡା ଲୁଟିବାରେ ଲାଗିପଡ଼ିଲେ ଲୋକେ

Published By : Prameya-News7 Bureau | September 23, 2020 IST

ଉଦ୍ଧମସିଂହ ନଗର ୨୩/୦୯ : ମାହାଳିଆ ଜିନିଷ ମିଳିଲେ ଲୋକେ ନା ସମୟ ଦେଖନ୍ତି ନା ପରିସ୍ଥିତି, ବାସ ଲୁଟି ନିଅନ୍ତି । ଏହିଭଳି ଏକ ଘଟଣା ଘଟିଛି ଉତ୍ତରାଖଣ୍ଡ ଉଦ୍ଧମସିଂହ ନଗର ଅନ୍ତର୍ଗତ ବାଜପୁର ଅଞ୍ଚଳରେ । ୫୦ ହଜାର ଅଣ୍ଡା ଭର୍ତ୍ତି ଏକ ପିକଅପ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦ୍ରୁତ ଗତିରେ ଆସୁଥିବା ଏକ କ୍ୟାଣ୍ଟର ପିକଅପକୁ ଧକ୍କା ଦେଇଥିଲା । ଫଳରେ ପିକଅପ ଡ୍ରାଇଭର ନିୟନ୍ତ୍ରଣ ହରାଇ ବସିଥିଲେ । ପିକଅପରେ ଥିବା ଅଣ୍ଡା ରାସ୍ତା ଉପରେ ବିଛେଇ ହୋଇ ପଡିଗଲା ।

{"id":333412,"sizeSlug":"large"}

ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଅଣ୍ଡା ଲୁଟିବା ଆରମ୍ଭ କରିଥିଲେ । ପୋଲିସ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକେ ପହଞ୍ଚି ଯାଇଥିଲେ । ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଥିଲେ । କିନ୍ତୁ ତାଙ୍କ ପ୍ରତି କାହାର ଦୃଷ୍ଟି ନଥିଲା । ଯିଏ ଯେତେ ପାରିଲା ଅଣ୍ଡା ବୋହି ନେଇଗଲା । ରାସ୍ତାରେ ଏତେ ଲୋକ ଜମା ହୋଇଥିଲେ ଯେ କିଛି ସମୟ ପାଇଁ ରାସ୍ତା ଯାମ ହୋଇଯାଇଥିଲା ଓ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

{"id":333413,"sizeSlug":"large"}

ଅଣ୍ଡା ଲୁଟୁଥିବା ଲୋକଙ୍କୁ ଚିହ୍ନଟ କରିବା ପରେ ପୋଲିସ କ୍ରେନ ସାହାଯ୍ୟରେ ଦୁଇ ଗାଡିକୁ ରାସ୍ତାକଡକୁ ନେଇଥିଲା ଓ ରାସ୍ତା ଯାମ ହଟେଇଥିଲା । ସ୍ଥାନୀୟ ଥାନା ଅଧିକାରୀ କହିଛନ୍ତି ଯେ, ବାଜପୁର କୁକୁଡ଼ା ଫାର୍ମରୁ ପିକଅପ ପାଖାପାଖି ୫ ଲକ୍ଷ ଟଙ୍କାର ୫୦ ହଜାର ଅଣ୍ଡା ବିକ୍ରି କମ୍ପାନୀକୁ ଡେ଼ଲିଭର କରିବାକୁ ନେଇଯାଉଥିଲା । ଅଧା ବାଟରେ କେଣ୍ଟର ଧକ୍କା ମାରିବାରୁ ଅଣ୍ଡାତକ ରାସ୍ତାରେ ପଡିଯାଇଥିଲା ।

ପିକଅପ ଡ୍ରାଇଭର କେଣ୍ଟର ଡ୍ରାଇଭର ବିରୋଧରେ ଅଭିଯୋଗ କରିଛନ୍ତି । ସେ ଦାୟିତ୍ବହୀନ ଭାବେ କେଣ୍ଟର ଚଲାଉଥିବା ପିକଅପ ଭ୍ୟାନ ଡ୍ରାଇଭର ଅଭିଯୋଗ କରିଛନ୍ତି । ଦୁର୍ଘଟଣାରେ ୫ ଲକ୍ଷ ଟଙ୍କାର ଅଣ୍ଡାର କ୍ଷତି ହୋଇଛି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.