Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଜବରଦଖଲକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଆର୍‌ଆଇଙ୍କୁ ଘରେ ପୁରାଇ ତାଲା ପକାଇଦେଲେ ଲୋକେ

16/09/2021 at 7:01 PM

ଭଦ୍ରକ, ୧୬/୦୯: ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅଧିନ ଗୁଆମାଳ ପଞ୍ଚାୟତj ଗଣ୍ଡପଡାରେ ଜବରଦଖଲକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ଜବର ଦଖଲ ଉଚ୍ଛେଦ ପାଇଁ ଅଭିଯୋଗ କରିଥିବା ଗ୍ରାମର କେଶବ ସେନାପତି ଗୁରୁତର ଆହତ ହୋଇ ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ତାଙ୍କ ହାତ ଗୋଡ ଭାଙ୍ଗି ଥିବାବେଳେ ମୁଣ୍ଡରେ ଗଭୀର କ୍ଷତ ହୋଇ ରକ୍ତସ୍ରାବ ହେଉଥିବା କୁହାଯାଉଛି।

ଏଥିସହ ବାପାକୁ ବଂଚାଇବା ଲାଗି ଘଟଣା ସ୍ଥଳକୁ ଯାଇଥିବା ତାଙ୍କ ଝିଅକୁ ମଧ୍ଯ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ଏହାର ପ୍ରତିବାଦରେ ଗ୍ରାମବାସୀ ମିଳିତ ଭାବେ ତାଲା ପକାଇ ଦୋଳସାହି ଆରଆଇଙ୍କୁ ସ୍ଥାନୀୟ ଅଷ୍ଟପ୍ରହରୀ ମଣ୍ଡପ ଘରେ ଅଟକ ରଖିଛନ୍ତି। ପ୍ରଶାସନ ବିରୋଧରେ ନାରାବାଜି କରାଯାଇ ରାସ୍ତାର ଉଭୟ ପାର୍ଶ୍ୱ ଅବରୋଧ କରିଛନ୍ତି ଗ୍ରାମବାସୀ । ଖବର ପାଇ ତହସିଲଦାର ଓ ଆଇଆଇସିଙ୍କ ସମେତ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ମଧ୍ଯ ଆରଆଇ ଇତିଶ୍ରୀ ଖଟୁଆଙ୍କୁ ଉଦ୍ଧାର କରାଯାଇ ନଥିବା ଜଣାଯାଇଛି । ଉକ୍ତ ସ୍ଥନରେ ଶହଶହ ମହିଳା ଓ ପୁରୁଷଙ୍କ ଭିଡ ଜମିଛି। ଜବର ଦଖଲ ଉଚ୍ଛେଦ ସହିତ ଆକ୍ରମଣକାରୀଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଆରଆଇଙ୍କୁ ଛଡାଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି।

   Related Posts