Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବତନ ବିଧାୟକ ଅରୁଣ ଦେ’ ଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ପରେ ଚାଲିଥିଲା ଚିକିତ୍ସା
  • ||
  • ସାଗର ହତ୍ୟାକାଣ୍ଡରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ସୁଶୀଲ କୁମାର ମୁଖ୍ୟ ଅଭିଯୁକ୍ତ
  • ||
  • ଅନୁଗୋଳ : କାଲି ଜଣଙ୍କର, ଆଜି ଆଉ ଜଣଙ୍କର ମିଳିଲା ମୃତଦେହ : ଏବେବି ଜଣେ ନିଖୋଜ
  • ||
  • ଭୁବନେଶ୍ବର : ଓଡିଶାରେ କମ୍ ରହିଛି ଆର୍ ଭାଲ୍ୟୁ, ୧ ଉପରେ ରହିଲେ ବଢିବ ସଂକ୍ରମଣ : ଡିଏମଇଟି
  • ||
  • ସୋର : ଭୋଜି କରିବାକୁ ଯାଇ ଫେରିଲେନି ଯୁବକ, ମେଡିକାଲରେ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଯାଜପୁର : ଆସନ୍ତା ୪ରୁ ଖୋଲିବ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର, ଅନୁମତି ଦେଲେ ଜିଲ୍ଲାପାଳ
  • ||
  • ଖଲ୍ଲିକୋଟ : ଖୋଲିଲା ତମ୍ପରା ହ୍ରଦ, ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ଚାନ୍ଦବାଲି : ବିଦ୍ୟାଳୟ ବରଣ୍ଡାରେ ପଡିଛି ଅଚିହ୍ନା ବୃଦ୍ଧଙ୍କ ମୃତଦେହ, ତଦନ୍ତ ଆରମ୍ଭ କଲା ପୋଲିସ
  • ||
  • ରାଉରକେଲା : ଆସନ୍ତା ୭ରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା
  • ||
  • ଚାନ୍ଦବାଲି : ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି କଟକଣା ଜାରି, ଭକ୍ତଶୂନ୍ୟ ମନ୍ଦିର ପରିସର
  • ||

ଗବେଷଣାରୁ ଜଣାପଡିଲା ବର୍ଷକରେ ମଣିଷ ଗିଳୁଛି ୭୫ ହଜାରପ୍ଲାଷ୍ଟିକ କଣିକା, ଜାଣନ୍ତୁ କିପରି

4/09/2019 at 5:19 PM

ମଣିଷ ବର୍ଷକୁ ୭୩ ହଜାର ପ୍ଲାଷ୍ଟିକ୍ କଣିକା ଗିଳୁଛି। ନିକଟରେ ଅଷ୍ଟ୍ରିଆର ମେଡିକାଲ ୟୁନିଭର୍ସିଟି ଅଫ ଭିଏନାର ଏକ ଗବେଷଣାରୁ ଏହା ଜଣାପଡିଛି। ଏହି ସବୁ ପ୍ଲାଷ୍ଟିକ କଣିକା ଆମେ ପିଇବା ପାଣି ବୋତଲ ଓ ସାମୁଦ୍ରିକ ଜୀବଙ୍କ ଜରିଆରେ ଆମ ଶରୀରକୁ ନେଉଛେ। ଯାହା ଆମ ଶରୀରରେ ବିଷାକ୍ତ ରସାୟନ ସୃଷ୍ଟି କରିବାର ବି ଅନେକ ସମ୍ଭାବନା ରହିଛି। ପ୍ଲାଷ୍ଟିକ ଯୋଗୁ ଆମ ଅନ୍ତ ସଂକ୍ରମିତ ହେବାର ମଧ୍ୟ ସମ୍ଭାବନା ରହୁଛି। ଯଦି ଏପରି ହୁଏ ବିଶ୍ୱରେ ଅନେକ ଲୋକ ବିଭିନ୍ନ ସ୍ୱାସ୍ଥ୍ୟଗତ କାରଣର ସମ୍ମୁଖୀନ ହୋଇପାରନ୍ତି। 

ମୁଖ୍ୟ ଗବେଷକ ଡା. ଫିଲିପ ଶ୍ୱାବଲଙ୍କ କହିବା ଅନୁସାରେ ଜଣେ ଜଣେ ଲୋକ ଦୈନିକ ୨୦୦ ଖଣ୍ଡ ପ୍ଲାଷ୍ଟିକ କଣିକା ଗିଳୁଛି। ଏହି ହିସାବରେ ଜଣେ ଜଣେ ବାର୍ଷିକ ୭୩ ହଜାର ପ୍ଲାଷ୍ଟିକ କଣିକା ଗିଳିଥାନ୍ତି ବୋଲି ଡା ଫିଲିବ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେବେ ଆମେ ପ୍ଲାଷ୍ଟିକ ଗିଳୁଛେ କିପରି ତାହା ହିଁ ଏବେ ସମୟର ସବୁଠାରୁ ବଡ ପ୍ରଶ୍ନ। ଦୈନିକ ଆମେ ପାଣି ପଇବା ପାଇଁ କିଣୁଥିବା ପେଟ ବଟଲ ୱାଟର ହିଁ ଏହାର ମୁଖ୍ୟ ଜରିଆ। ବୋତଲ ପାଣି ସହ ଆମେ ପ୍ଲାଷ୍ଟିକ୍ କଣିକା ଗିଳିଚାଲିଛେ।

କେବଳ ପ୍ଲାଷ୍ଟିକ ପେଟ୍ ବଟଲ ନୁହେଁ ସାମୁଦ୍ରିକ ମାଛ ବି ଆମଲାଗି ପ୍ଲାଷ୍ଟିକର ବାହକ ପାଲଟିଛନ୍ତି। ଆମେ ବ୍ୟବହାର କରୁଥିବା ପ୍ଲାଷ୍ଟିକ ବର୍ଜ୍ୟ ହୋଇ ସମୁଦ୍ରକୁ ଯାଉଛି। ସାମୁଦ୍ରିକ ଜୀବ ତାକୁ ଖାଇବା ପରେ ତାହା ପୁଣି ଆମପାଖକୁ ଖାଦ୍ୟ ଭାବେ ଆସି ପହଞ୍ଚୁଛି। ଏହିଭଳି ଭାବେ ଆମ ଶରୀରରେ ପ୍ଲାଷ୍ଟିକ ଜମିବାରେ ଲାଗିଛି। ପ୍ରତିଦିନ ମାନବ ମଳରେ ୨୦ଟି ପ୍ଲାଷ୍ଟିକ କଣିକା ନିଶ୍ଟିତ ଶରୀରରୁ ବାହାରକୁ ଆସୁଥିବା ଗବେଷକ କହିଛନ୍ତି।

ଏଣୁ ପ୍ଲାଷ୍ଟିକ ଯୋଗୁ ଆଗାମୀ ସମୟରେ ମଣିଷ ସମ୍ମୁଖୀନ ହେବାକୁ ଥିବା ଭୟଙ୍କର ସ୍ୱାସ୍ଥ୍ୟ ସମସ୍ୟା ନେଇ ସତର୍କ କରାଇଦେଇଛନ୍ତି ଡା. ଫିଲିପ୍। କହିଛନ୍ତି ଏହି ପ୍ଲାଷ୍ଟିକ କଣିକା ରକ୍ତ ସହ ମିସି ଜକୃତ ସମେତ ଶରୀରର ବିଭିନ୍ନ ଭାଗରେ ପହଞ୍ଚିଥାଏ। ଯେଉଁଥିଲାଗି ଲୋକେ ଏବେ  ବିଭିନ୍ନ  ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେବଳ ଖାଦ୍ୟ କି ପାନୀୟ ନୁହେଁ ପ୍ଲାଷ୍ଟିକ ଧୂଳିରେ ମଧ୍ୟ ମିସି ରହିଛି। ପ୍ରଦୂଷିତ ପବନ ନିଶ୍ୱାସରେ ଯାଇ ଦେହରେ ପ୍ଲାଷ୍ଟିକ ଜମା କରୁଥିବା ବି ଏକ କାରଣ ହୋଇପାରେ। ଯାହା ନିଶ୍ୱାସ ପ୍ରଶ୍ୱାସ ସମ୍ପର୍କିତ ବେମାରୀର କାରଣ ହୋଇଥାଏ। ବିଶ୍ୱରେ ପ୍ଲାଷ୍ଟିକ ଏକ ହାନିକାରକ ଦ୍ରବ୍ୟ ବୋଲି ଜଣାପଡିବା ପରେ ବି ଏହାର ବ୍ୟବହାର ହ୍ରାସ ହେଉ ନାହିଁ। ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଉଦବେଗପ୍ରକାଶ କରିଛନ୍ତି।

   Related Posts