ଟିକା ପାଇଁ ଡହଳବିକଳ, ରାତିସାରା ହସ୍ପିଟାଲ ସମ୍ମୁଖରେ ଇଟା ରଖି ଲାଇନ୍‌ ଲଗାଇଲେ

Published By : Prameya-News7 Bureau | July 06, 2021 IST

ଭୋଗରାଇ ୬।୭: କରୋନା ମହାମାରୀରୁ ବର୍ତ୍ତିବା ପାଇଁ ରାଜ୍ୟବ୍ୟାପୀ ଟିକାକରଣ କରାଯାଉଛି । କିନ୍ତୁ ପର୍ଯ୍ୟାପ୍ତ ଟିକା ଉପଲବ୍ଧ ନଥିବାରୁ ଟିକା ନେବା ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଏମିତିକି ଟିକାଦାନ କେନ୍ଦ୍ର ସମ୍ମୁଖରେ ଲମ୍ବା ଧାଡି ଦେଖିବାକୁ ମିଳୁଛି । ଲୋକେ ଭୁଲିଯାଉଛନ୍ତି କୋଭିଡ୍ କଟକଣା । ରହୁନାହିଁ ସାମାଜିକ ଦୂରତା । ଏମିତି କି ରାତିସାରା ଲୋକେ ଲାଇନ୍ ରେ ଇଟା ରଖି ଜଗି ରହୁଛନ୍ତି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍ ପ୍ରତାପପୁର ସ୍ବାସ୍ଥ୍ୟକେନ୍ଦ୍ରରେ ।

ସୂଚନାଯୋଗ୍ୟ ଯେ, ପ୍ରତାପପୁର ସ୍ବାସ୍ଥ୍ୟକେନ୍ଦ୍ରରେ ହୋଇଥିବା ଟିକାଦାନ କେନ୍ଦ୍ରରେ ଲୋଲେ ରାତିସାରା ଲାଇନ୍ ଲଗାଇ ବସିଥିବା ଦେଖିବାକୁ ମିଳିଛି । ଆଜି ଅର୍ଥାତ୍ ମଙ୍ଗଳବାର ଦିନ ଟିକା ଦିଆଯିବା ଖବର ପାଇ ବିଭିନ୍ନ ଗ୍ରାମରୁ ଲୋକେ ସୋମବାର ରାତି ୧୨ଟାରୁ ହସ୍ପିଟାଲ ଫାଟକ ନିକଟରେ ଇଟା ପକାଇ ଅପେକ୍ଷା କରିଥିଲେ । ଏହି ଘଟଣା ପରେ ରାଜ୍ୟ ସରକାରଙ୍କ ଶୃଙ୍ଖଳିତ ଟିକାଦାନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ଉକ୍ତ କେନ୍ଦ୍ର ପାଇଁ ମାତ୍ର ୩ ଶହ ଟିକା ଆସିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.