Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଓଡ଼ିଶାରେ ନାଗରିକତା ସଂଶୋଧନ ବିଲ୍‌କୁ ବାଜା ବଜାଇ ସ୍ୱାଗତ କଲେ ଶରଣାର୍ଥୀ

11/12/2019 at 9:41 PM

ଭୁବନେଶ୍ୱର ୧୧।୧୨ –  ନାଗରିକତା ସଂଶୋଧନ ବିଲ୍‌କୁ ଆସାମ, ମଣିପୁର, ନାଗାଲାଣ୍ଡ, ତ୍ରିପୁରା ଓ ପଶ୍ଚିମବଙ୍ଗରେ ବିରୋଧ ତେଜିବାରେ ଲାଗିଲାଣି ।ହେଲେ ଓଡ଼ିଶାରେ ରହୁଥିବା ବାଂଲାଦେଶୀ ଓ ତାମିଲ ଶରଣାର୍ଥୀ ମାନେ ସ୍ବାଗତ କରିଛନ୍ତି । ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ମୁସଲମାନ ଶରଣାର୍ଥୀ ମାନେ ଏଥିରେ କିନ୍ତୁ ଆତଙ୍କିତ ।…

ମାଲକାନଗିରି ଜିଲ୍ଲାର ବଙ୍ଗୀୟ ଶରଣାର୍ଥୀଙ୍କ ମନରେ ଖୁସି ।ବାଜା ବଜାଇ ନାଚୁଛନ୍ତି ବୁଢ଼ାବୁଢୀ । କାରଣ ଦୀର୍ଘ ୬୦ବର୍ଷ ହେଲା ୨ ଲକ୍ଷ ଲୋକ ମାଲକାନଗିରି ଜିଲ୍ଲାର MV ଏବଂ MPV ଗାଁ ଗୁଡ଼ିକରେ ଶରଣାର୍ଥୀ ଭାବେ ରହିଆସୁଥିଲେ ।ଆଉ ଏବେ ଭାରତୀୟ ନାଗରିକତା ପାଇବେ ।ସେଥିପାଇଁ ଖୁସିରେ ନାଚୁଛନ୍ତି ଏ ଲୋକେ । ୧୯୬୧ରେ ବାଂଲାଦେଶ ଯୁଦ୍ଧ ସମୟରେ ଏହି ଶରଣାର୍ଥୀ ମାନେ ଭାରତକୁ ଚାଲିଆସି ଏଠାରେ ଆଶ୍ରୟ ନେଇଥିଲେ ।…

୧୯୯୧ରେ ଶ୍ରୀଲଙ୍କାରେ ଏଲ୍‌ଟିଟିଇ ସହିତ ଗୃହଯୁଦ୍ଧ ବେଳେ ଅନେକ ତାମିଲ ଶରଣାର୍ଥୀଙ୍କୁ ମାଲକାନଗିରି ପଠାଯାଇଥିଲା ।ସେମାନଙ୍କର ପିଲାଙ୍କ ପାଠପଢ଼ା ଠାରୁ ଆରମ୍ଭ କରି ଝିଅ ବାହାଘର ପର୍ଯ୍ୟନ୍ତ ସବୁଥିରେ ବାଧକ ସାଜିଥିଲା ପ୍ରମାଣପତ୍ର । ଏବେ ଭାରତୀୟ ନାଗରିକତା ପାଇବାକୁ ଯାଉଥିବାରୁ ସେମାନେ ବି ବେଶ୍ ଖୁସି ।ସେହିପରି ଗଜପତି ଜିଲ୍ଲା ମୋହନାରେ ରହୁଥିବା ତିଦ୍ଦତୀୟ ଶରଣାର୍ଥୀ ମାନେ ମଧ୍ୟ ଭାରତୀୟ ନାଗରିକତା ପାଇବାକୁ ଆଶା ରଖିଛନ୍ତି ।ବିଲ୍‌କୁ ଓଡ଼ିଶା ସରକାର ସମର୍ଥନ ଦେଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି । …

ନାଗରିକତା ସଂଶୋଧନ ବିଲ୍‌ରେ ଥିବା ବ୍ୟବସ୍ଥା ଅନୁସାରେ ଭାରତର ପଡ଼ୋଶୀ ଦେଶରୁ ଆସୁଥିବା ଅଣମୁସଲିମ ମାନେ ଏବେ ନାଗରିକତା ପାଇପାରିବେ । କିନ୍ତୁ ଆଶଙ୍କାରେ ଅଛନ୍ତି ଏଠାରେ ଶରଣାର୍ଥୀ ଭାବେ ରହୁଥିବା ମୁସଲିମ । କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ରକୂଳିଆ ଅଞ୍ଚଳରେ ରହୁଥିବା ବାଂଲାଦେଶୀ ଶରଣାର୍ଥୀ ମାନଙ୍କ ମଧ୍ୟରେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ।ଏପରିକି ସେମାନଙ୍କୁ ବିଷ ପିଇ ମରିବାକୁ ପଡ଼ିବ ବୋଲି ମୁସଲିମ ଶରଣାର୍ଥୀ କହିଛନ୍ତି । …

ଓଡ଼ିଶାରେ ବର୍ଷବର୍ଷ ଧରି ରହିଆସୁଥିବା ଶରଣାର୍ଥୀଙ୍କ ଭାଗ୍ୟ ଆଗକୁ କଣ ହେଉଛି ତାହା ଦେଖିବାର ରହିଲା

   Related Posts