ବାତ୍ୟା ‘ତିତଲି’ ପ୍ରଭାବରେ ଜଗତସିଂହପୁର ଜିଲ୍ଲାରେ ବର୍ଷା ; ସମୁଦ୍ର ତଟବର୍ତ୍ତୀ ଗାଁ ଲୋକେ ଆତଙ୍କିତ
10/10/2018 at 11:08 AM

ଜଗତସିଂହପୁର ୧୦|୧୦: ବାତ୍ୟା ତିତଲି ପ୍ରଭାବରେ ଜଗତସିଂହପୁର ଜିଲାରେ ଭୋରୁ ବର୍ଷା ଆରମ୍ଭ ହୋଇଯାଇଛି । ଧିରେ ଧିରେ ବର୍ଷାର ପରିମାଣ ବଢୁଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ପବନ ବହିବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ଆଶଙ୍କାରେ ବାଲିକୁଦା, ଏରସମା, କୁଜଙ୍ଗ ଓ ପାରାଦୀପ ଆଦି ସମୁଦ୍ର ତଟବର୍ତ୍ତୀ ଗାଁ ଲୋକେ ଏବେ ଆତଙ୍କିତ ହୋଇପଡିଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ସବୁ ପ୍ରକାର ଜରୁରୀ ପରିସ୍ଥିତି ମୁକାବିଲା ପାଇଁ ସଜାଗ ରହିଛି ।
Related Posts
ମୋରମ ଚାଲାଣକୁ ବିରୋଧ କରିବାରୁ ଗ୍ରାମବାସୀଙ୍କୁ ମାଡ଼ ଅଭିଯୋଗ
15 April 2021
ଆସନ୍ତାକାଲି ଠାରୁ ବନ୍ଦ ରହିବ କୋଣାର୍କ ମନ୍ଦିର
15 April 2021
ପାଣି ପାଇପ ଚୋରି ଅଭିଯୋଗରେ ୩ ଗିରଫ
15 April 2021