ନୂଆଦିଲ୍ଲୀ ୧୬।୦୧ : ପୁଣି ଥରେ କରୋନା ମହାମାରୀକୁ ସାରା ବିଶ୍ୱରେ ତାର ତାଣ୍ଡବ ଆରମ୍ଭ ହୋଇଛି । ଓମିକ୍ରନ ମାମଲା ମଝିରେ କରୋନା ମାମଲା ବଢ଼ିବାରେ ଲାଗିଛି । ଧିରେ ଧିରେ ସାରା ଦୁନିଆରେ ତାର କାୟା ବିସ୍ତାର କରିବାରେ ଲାଗିଲାଣି । ଏପରି ସ୍ଥିତିରେ ଅଧିକରୁ ଅଧିକ ଲୋକଙ୍କ ଟିକାକରଣ କରିବାକୁ ଗୁରୁତ୍ୱ ଦିଆଯାଉଛି । ସବୁଆଡେ ଲକ୍ଡାଉନ୍ର ପରିସ୍ଥିତି ଦେଖାଦେଲାଣି । କିନ୍ତୁ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ଟିକା ନେବାକୁ ଚାହୁଁନାହାନ୍ତି, ଯେଉଁଥିପାଇଁ ସେମାନେ ମାରାତ୍ମକ ଉପାୟ ଆପଣାଉଛନ୍ତି । ଏଥି ସହିତ, ଇଟାଲୀରେ ଚାଲିଥିବା ଏକ କାର୍ଯୟକ୍ରମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ଲୋକମାନେ କରୋନା ସଂକ୍ରମିତ ସହିତ ବସି ଖାଦ୍ୟ ଖାଇବା ଏବଂ ମଦ୍ୟପାନ କରିବା ପାଇଁ ଟଙ୍କା ଦେଉଥିବା ଅଭିଯୋଗ ହୋଇଛି । ଏଥିପାଇଁ ପାର୍ଟିର ଆୟୋଜନ କରାଯାଉଛି ।ସେମାନେ ଜାଣିଶୁଣି କରୋନା ପଜିଟିଭ୍ ହେଉଛନ୍ତି, ଯେପରିକି ଟିକା ନେଇପାରିବେ ନାହିଁ ।
ରିପୋର୍ଟ ଅନୁସାରେ, ଇଟାଲୀରେ ଭ୍ୟାକ୍ସିନ୍ ବିରୋଧୀ ଟିକାକରଣରୁ ବଞ୍ଚିବା ପାଇଁ ଲୋକମାନେ ଅଜବ ଉପାୟ ଅବଲମ୍ବନ କରୁଛନ୍ତି । ସୂଚନା ଅନୁସାରେ, ଇଟାଲୀରେ ୧ ଫେବ୍ରୁଆରୀ ୨୦୨୨ରୁ ସମସ୍ତଙ୍କ ପାଇଁ ଟିକା ଲଗାଇା ବାଧ୍ୟତାମୂଳକ ହେବାକୁ ଯାଉଛି । ଟିକା ନେଇ ନଥିଲେ ସରକାର କାର୍ଯ୍ୟାନୁଷ୍ଠାନ ନେବେ ଓ ଜୋରିମାନା ଲଗାଇବେ । ଏପରିକି ଚାକିରି ବି ଯାଇପାରେ । ଏହା ପରେ ବି ଲୋକମାନେ ବୁଝିବା ପାଇଁ ରାଜି ନାହାନ୍ତି ।
ଟିକାରୁ ବଞ୍ଚିବା ପାଇଁ ଲୋକମାନଙ୍କର ଅଜବ ପାଗଳାମି ଦେଖିବାକୁ ମିଳିଛି । ସେମାନେ କୋଭିଡ ପଜିଟିଭ ଲୋକଙ୍କ ସହିତ ମିଶି ଡିନର କରିବା ସହିତ ପାର୍ଟି କରୁଛନ୍ତି । ଏହା ଦ୍ୱାରା ସେମାନେ ନିଜକୁ କେରାନା ସଂକ୍ରମିତ କରିବାକୁ ଚାହୁଁଛନ୍ତି । ଏଥିପାଇଁ ସେମାନେ ୧୧ ହଜାର ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି । ଏହି ପାର୍ଟିର ନାମ ପକ୍ସ ରଖାଯାଇଛି । ଟିକାକୁ ବିରୋଧ କରୁଥିବା ଲୋକାମାନେ ଏହି କୋଭିଡ ପାର୍ଟିରେ ସାମିଲ ହେଉଛନ୍ତି । ପଜିଟିଭ ହେବା ପାଈଁ ସେମାନେ ଲୁଚିଛପି ସଂକ୍ରମିତଙ୍କ ପାର୍ଟିରେ ସାମିଲ ହେଉଛନ୍ତି । କୋଭିଡ ପଜିଟିଭ ହେଲେ ସେମାନେ ଟିକାକୁ ବଞ୍ଚିଯିବେ ବୋଲି ଭାବି ଏପରି କରୁଛନ୍ତି ।