କୂଳ ଲଂଘି ଆଶାନ୍ତ ହେଉଛି ପୁରୀ ସମୁଦ୍ର : ଆତଙ୍କିତ ଦୋକାନୀ ଜଗି ରହିଛନ୍ତି ନିଜ ନିଜ ଦୋକାନ

Published By : Prameya-News7 Bureau | August 03, 2019 IST

ପୁରୀ୩|୮: ଗତ କିଛିଦିନ ହେବ ଲଘୁଚାପ ଜନିତ ବର୍ଷାରେ ପୁରୀ ସହରର ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଏବେ ସମୁଦ୍ର ଭୟଙ୍କର ରୂପ ଧାରଣ କରିଛି। ସମୁଦ୍ର ସଂପୁର୍ଣ୍ଣ ଅଶାନ୍ତ ରହିବା ସହିତ ସ୍ୱର୍ଗଦ୍ୱାର ସମ୍ମୁଖ ଭାଗକୁ ବଡ଼ ବଡ଼ ଢ଼େଉ ମାଡ଼ି ଆସୁଛି। ଗତ ଦୁଇଦିନ ହେବ ସମୁଦ୍ରର ଏଭଳି ଭୟଙ୍କର ରୂପ ଦେଖିବାକୁ ମିଳିଥିବା ବେଳେ ପର୍ଯ୍ୟଟକ ମାନେ ବିପଦପୁର୍ଣ୍ଣ ଭାବେ ଏଠାରେ ସ୍ନାନ କରୁଛନ୍ତି। ସେହିପରି ସ୍ୱର୍ଗଦ୍ୱାର ଅଂଚଳରେ ଦୋକନୀ ମାନଙ୍କର ଦେକାନ ମଧ୍ୟ ସମୁଦ୍ର ଭିତରକୁ ଭାସିଯାଉଛି।

{"id":140502}

କୂଳ ଲଂଘିବାରେ ଲାଗିଛି ପୁରୀ ସମୁଦ୍ର। ପ୍ରତିବର୍ଷ ଅମାବାସ୍ୟା ସମୟରେ ସୁମଦ୍ର ଏଭଳି ଭୟଙ୍କର ରୂପ ଧାରଣ କରି କୂଳ ଲଂଘୁଥାଏ ସ୍ୱର୍ଗଦ୍ୱାର ଅଂଚଳରେ। ସ୍ୱର୍ଗଦ୍ୱାର ଅଂଚଳରେ ଦୋକାନ କରିଥିବା ବ୍ୟବସାୟୀ ମାନେ ଭୟଭୀତ ହୋଇ ନିଜ ନିଜ ଦୋକାନକୁ ଜଗି ରହିଛନ୍ତି। ସ୍ୱର୍ଗଦ୍ୱାର ସମ୍ମୁଖରେ ଉଚ୍ଚ ଜୁଆର ଆସିବାରୁ ବାଲି ଅତଡ଼ା ଖସୁଛି। ପ୍ରାୟ ୪ ରୁ ୬ ଫୁଟ ଉଚ୍ଚ ଢ଼େଉ ଆସିବା ସହ ସ୍ୱର୍ଗଦ୍ୱାର ଅଂଚଳରେ ଉଠା ଦୋକାନୀଙ୍କ ଦୋକନ ଭିତରକୁ ସମୁଦ୍ର ପାଣି ପଶି ଆସୁଛି। ଅନେକ ଦୋକନ ମଧ୍ୟ ସୁମଦ୍ର ପାଣିରେ ଭାସି ଯାଇଛି। ସମୁଦ୍ର ପାଣି ମାଡ଼ି ଆସୁଥିବାରୁ ପ୍ରାୟ ୫୦ ମିଟର ବାଲି ଅତଡ଼ା ଖସି ଯାଇଛି। ସକାଳୁ ଉଚ୍ଚ ଜୁଆର ଆସୁଥିବାରୁ ସ୍ଥାନୀୟ ବ୍ୟବସାୟୀ ମାନେ ଭୟଭୀତ ହୋଇ ପଡ଼ିଥିବା ବେଳେ ସେମାନଙ୍କର ଜିବୀକା ଏବେ ବିପଦରେ।  

{"id":140503}

ଟିକେ ଭଲଭାବେ ଦେଖନ୍ତୁ ଏ ଦୃଶ୍ୟକୁ। କିଭଳି ଭାବେ ପର୍ଯ୍ୟଟକ ମାନେ ସମୁଦ୍ର କୂଳ ଖାଉଥିବା ସ୍ଥାନରେ ବିପଦପୂର୍ଣ୍ଣ ଭାବେ ସ୍ନାନ କରୁଛନ୍ତି। ଗଭୀର ସୁମଦ୍ରରେ ସ୍ନାନ ନକରିବା ପାଇଁ ପ୍ରଶାସନ ତରଫରୁ ସତର୍କ ସୂଚନା ଦିଆଯାଇ ଥିଲେ ମଧ୍ୟ ପର୍ଯ୍ୟଟକ ମାନେ ଏହା ମାନୁ ନାହାନ୍ତି। ବିପଦ ସୂଚନା ପାଇଁ ସେଠାରେ ନାଲି ପତାକା ପୋତାଯାଇଛି। ଅନେକ ପର୍ଯ୍ୟଟକ ମଧ୍ୟ ସୁମଦ୍ରର ଏଭଳି ଭୟଙ୍କର ରୂପ ଦେଖି ଭୟଭୀତ ହୋଇ ପଡ଼ିଛନ୍ତି। ପର୍ଯ୍ୟାପ୍ତ ଲାଇଫ ଗାର୍ଡ଼ ମୁତୟନ ହୋଇଥିବା ବେଳେ ପର୍ଯ୍ୟଟକ ମାନେ ଗଭୀର ସୁମଦ୍ରକୁ ଯାଇ ସ୍ନାନ କରୁଛନ୍ତି। ସମୁଦ୍ରର ଏଭଳି ପରିବର୍ତ୍ତିତ ରୂପ ସାଧାରଣରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଜିଲ୍ଲାପାଳ ଏହି ଘଟଣାକୁ ଅତି ଗୁରୁତର ସହ ନେଇଛନ୍ତି। ଏହି ଉଠା ବ୍ୟବସାୟୀ ମାନଙ୍କ ପାଇଁ ଅନ୍ୟତ୍ର ବ୍ୟବସ୍ଥା କରାଯାଇ ଏମାନଙ୍କୁ ଏଠାରୁ ସ୍ଥାନାନ୍ତର କରାଯିବା ପାଇଁ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ।

{"id":140504}

ଜିଲ୍ଲାପାଳଙ୍କ କହିବା ଅନୁସାରେ ସମୁଦ୍ର କୂଳ ଲଂଘୁ ନାହିଁ ବଂର ବ୍ୟବସାୟୀ ମାନେ ବ୍ୟବସାୟ କରିବା ପାଇଁ ସମୁଦ୍ର କୂଳକୁ ଅକ୍ତିଆର କରିବା ପରିଲକ୍ଷିତ ହୁଏ। ଯେହେତୁ ଏହି ଅଂଚଳ ହେଉଛି ସମୁଦ୍ରର ଅତି ନିକଟତର।

{"id":140505}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.