IRCTC ମାୟାରେ ବାୟା ଲୋକେ, କେଉଁଠି ହେଉଛି କେଉଁଠି ହେଉନି ଟିକେଟ୍ ବୁକିଂ

Published By : Prameya-News7 Bureau | May 11, 2020 IST

ନୂଆଦିଲ୍ଲୀ ୧୧।୫: ପ୍ରାୟ ୪୮ ଦିନ ପରେ ୧୨ ମେ ମଙ୍ଗଳବାର ଦେଶରେ ରେଳ ସେବା ଆରମ୍ଭ ହେବାକୁ ଯାଉଛି। ଏଥିଲାଗି  ରେଳବାଇ ଆଇଆରସିଟିସି ୱେବ୍‌ ସାଇଟ୍‌ରେ ସୋମବାର ଅପରାହ୍ଣ ୪ଟାରୁ ଟିକେଟ୍ ବୁକିଂ କରିବା ଆରମ୍ଭ ହୋଇଛି। ଏଣୁ ରାଜଧାନୀ ଦିଲ୍ଲୀରେ  ଫଶିରହିଥିବା ବିଭିନ୍ନ ରାଜ୍ୟର ଲୋକେ ଇ-ଟିକେଟ୍ ବୁକିଂ କରୁଥିବା ବେଳେ ୱେବ୍‌ସାଇଟ୍‌ ହ୍ୟାଙ୍ଗ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି।

{"id":268337,"sizeSlug":"large"}

ଅପରାହ୍ଣ ୪ଟାରୁ ଟିକେଟ୍ ବୁକିଂ ହେବ ବୋଲି  ରେଳବାଇ ଏକ ଟ୍ୱିଟ୍‌ ମ୍ୟାସେଜରେ ରବିବାର ସୂଚିତ କରିଥିଲେ। ହେଲେ ବୈଷୟିକ ତୃଟି ଯୋଗୁ ନିର୍ଦ୍ଧାରିତ ସମୟରେ ୱେବ୍‌ ସାଇଟ୍ ଖୋଲିପାରିନଥିବା ବେଳେ ସନ୍ଧ୍ୟା ୬ଟା ବେଳେ ଲୋକଙ୍କ ଲାଗି ସାଇଟ୍ ଉପଲବ୍ଧ ହୋଇଥିଲା। ହେଲେ ଏବେ ମଧ୍ୟ ଲୋକେ ଟିକେଟ୍ କରିବାକୁ ଅସମର୍ଥ ହେଉଥିବାର କହୁଛନ୍ତି। କେଉଁଠି ଟିକେଟ୍ ହେଉଥିବା ବେଳେ କେଉଁଠି ସାଇଟ୍ ଧିମା ଚାଲିଥିବା ଲୋକେ କହୁଛନ୍ତି।

{"id":268340,"width":577,"height":379,"sizeSlug":"large"}

ଅପରାହ୍ଣ ୪ଟା ବେଳେ ୱେବ୍‌ସାଇଟ୍‌ ନ ଖୋଲିବାରୁ ରେଳବାଇ ଏଥିଲାଗି ଦୁଃଖବ୍ୟକ୍ତ କରିଥିଲେ। ସ୍ପେଶିଆଲ ଟ୍ରେନ ସମ୍ବଦ୍ଧିତ ଡାଟା ଅପଲୋଡ କରାଯାଉଥିବାରୁ ସନ୍ଧ୍ୟା ୬ଟା ବେଳକୁ ସାଇଟ୍ ଅପଡେଟ୍ ମିଳିବ ବୋଲି କୁହାଯାଇଥିଲା। ତେବେ ୬ଟା ବେଳକୁ ମଧ୍ୟ ଆପ୍ ଓପନ ହେବାକୁ ବିଳମ୍ବ ହେଉଥିବା ଲୋକେ କହୁଛନ୍ତି।

{"id":268341,"width":577,"height":433,"sizeSlug":"large"}

ଚାଲିବ ୧୫ ଯୋଡା ଟ୍ରେନ
ରେଳବାଇ ମଙ୍ଗଳବାର ଦିଲ୍ଲୀ ଷ୍ଟେସନରୁ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସହରକୁ ୧୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଇବେ। ଏହି ସବୁ ଟ୍ରେନ ଗନ୍ତବ୍ୟରେ ପହଞ୍ଚିବା ଲାଗି ଖୁବ୍ କମ୍ ଷ୍ଟପେଜ୍ ନେବେ। ଦିଲ୍ଲୀରୁ ପାଟନା ଲାଗି ସ୍ଥିରିକୃତ ଟ୍ରେନ ରାସ୍ତାରେ ୩ଟି କାନପୁର ସେଣ୍ଚ୍ରାଲ, ପ୍ରୟାଗରାଜ ଓ ଦିନଦୟାଲ ଉପାଧ୍ୟାୟ ଜଙ୍କସନରେ ଅଟକିବ। ସେହିପରି ଅନ୍ୟ ଟ୍ରେନଗୁଡିକ ଲାଗି ମଧ୍ୟ ରେଳବାଇ ରହଣୀନୀତି ନିର୍ଦ୍ଧାରଣ କରିଥିବା ଜଣାପଡିଛି।  ଏହି ସବୁ ଟ୍ରେନ ଫେରସ୍ତ ରାସ୍ତାରେ ମଧ୍ୟ ଲୋକଙ୍କୁ ନେଇ ଦିଲ୍ଲୀରେ ପହଞ୍ଚାଇବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.