ସୁନା ରୂପା ପିନ୍ଧିବା କାହାକୁ ବା ପସନ୍ଦ ନୁହେଁ । ସାଧାରଣତଃ ଅଳଙ୍କାର ପିନ୍ଧିବା ସଉକ ମହିଳାଙ୍କର ଅଧିକ। ପ୍ରାୟତଃ ହୀରା, ରୂପା, ସୁନାର ମୁଦି ଲୋକେ ପିନ୍ଧନ୍ତି। କେହି କେହି ଏହି ଧାତୁକୁ ଜ୍ୟୋତିଷଙ୍କ ପରାମର୍ଶରେ ପିନ୍ଧନ୍ତି ତ କିଛି ସଉକ ଓ ସୌନ୍ଦର୍ଯ୍ୟ ପାଇଁ ପିନ୍ଧନ୍ତି। ରୌପ୍ୟ ଧାତୁ ଶିତଳତା ଓ ଥଣ୍ଡା ପ୍ରଦାନକାରୀ। ଯେଉଁମାନେ ଲୋକ ଅଧିକ କ୍ରୋଧ କରନ୍ତି ସେହିମାନଙ୍କ ପାଇଁ ଏହି ଧାତୁ ପିନ୍ଧିବା ଲାଭଦାୟକ ହୋଇଥାଏ। ରୂପାମୁଦି ପିନ୍ଧିଲେ ମନ ଶାନ୍ତ ରହିବା ସହ ସଫଳତା ମଧ୍ୟ ପ୍ରାପ୍ତି ହୁଏ । କିନ୍ତୁ ଜ୍ୟୋତିଷଶାସ୍ତ୍ର ଅନୁସାରେ ରୂପା ସବୁ ରାଶି ପାଇଁ ଲାଭଦାୟକ ହୋଇନଥାଏ। ୧୨ ଟି ରାଶି ମଧ୍ୟରୁ ଏହି ୩ଟି ରାଶି ଥିବା ଲୋକଙ୍କୁ ରୂପାର ମୁଦି ପିନ୍ଧିବା ଅନୁଚିତ୍।
{"id":109897,"width":508,"height":508}ମେଷ ରାଶି: ପ୍ରଥମ ହେଲା ମେଷ ରାଶି। ମଙ୍ଗଳ ହେଉଛନ୍ତି ଏହି ରାଶିର ସ୍ବାମୀ ଗ୍ରହ। ରୂପାର ମୁଦି ପିନ୍ଧିଲେ ଏହି ରାଶିର ଲୋକଙ୍କର କ୍ଷତି ହୋଇପାରେ। ଏହି ରାଶିର ଲୋକେ ରୂପା ବ୍ୟବହାର କରିଲେ ଆର୍ଥିକ ସ୍ଥିତି ଖରାପ ହୋଇଥାଏ।
{"id":109898}ସିଂହ ରାଶି: ଦ୍ବତୀୟ ହେଉଛି ସିଂହ ରାଶି। ସୂର୍ଯ୍ୟ ହେଉଛି ଏହି ରାଶିର ସ୍ବାମୀ ଗ୍ରହ। ସୂର୍ଯ୍ୟକୁ ଉତପ୍ତ ଗ୍ରହ କୁହାଯାଉଥିବା ବେଳେ ଚାନ୍ଦି ଶୀତଳତାର ପ୍ରତୀକ। ଏଥିପାଇଁ ସିଂହ ରାଶିର ଲୋକେ ରୂପା ମୁଦି ପିନ୍ଧିଲେ ତାଙ୍କ ପାଇଁ କ୍ଷତିକାରକ ହୋଇଥାଏ। ଏହି ରାଶିର ଲୋକଙ୍କ ପାଇଁ ସୁନା ପିନ୍ଧିବା ଲାଭଦାୟକ ହୋଇଥାଏ। ରୂପା ପିନ୍ଧିଲେ ଆର୍ଥିକ ଅସୁବିଧା ଦେଖା ଦିଏ।
{"id":109899}ଧନୁ ରାଶି: ତୃତୀୟ ଧନୁ ରାଶି । ଏହି ରାଶିର ଅଧିପତି ଦେବଗୁରୁ ବୃହସ୍ପତି । ଏହି ରାଶି ପାଇଁ ଚାନ୍ଦି ଧାତୁ ଧାରଣ କରିବା ଅଶୁଭ ବୋଲି କୁହାଯାଏ। ଧନୁ ରାଶିର ଲୋକେ ଚାନ୍ଦିର କୌଣସି ଅଳଙ୍କାର ପିନ୍ଧିଲେ ଦୁର୍ଘଟଣା ଘଟିବାର ସମ୍ଭାବନା ଥାଏ। ସ୍ବର୍ଣ୍ଣ ଅଳଙ୍କାର ଏମାନଙ୍କ ପାଇଁ ଶୁଭପ୍ରଦ ।