ଏହି ୩ଟି ରାଶିର ଲୋକେ ସବୁଠୁ ଅଧିକ ଲଭ ମ୍ୟାରେଜ୍‌ କରନ୍ତି

Published By : Prameya-News7 Bureau | June 28, 2019 IST

ଯୁବକ ଓ ଯୁବତୀମାନେ ନିଜର ବିବାହକୁ ନେଇ  ଅନେକ ସ୍ବପ୍ନ ଦେଖିଥାନ୍ତି। କାରଣ ବିବାହ କରିବାର ନିଷ୍ପତ୍ତି ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। କିଛି ଜଣ ଭବିଷ୍ୟରେ ନିଜ ଅନୁସାରେ ବଞ୍ଚିବା ପାଇଁ ନିଜ ପସନ୍ଦର ଲୋକଙ୍କୁ ବିବାହ କରନ୍ତି ତ କିଛି ଜଣାଶୁଣା ସାଙ୍ଗ ସାଥିଙ୍କୁ ବାହା ହୁଅନ୍ତି। ଆଉ କିଛି ଜଣ ଘର ଲୋକଙ୍କ ପସନ୍ଦ ଅନୁସାରେ ବିବାହ କରନ୍ତି। ଅର୍ଥାତ କିଛି ଜଣଙ୍କୁ ପ୍ରେମ ବିବାହରେ ନିଜ ଜୀବସାଥୀ ମିଳିଥାଏ ଓ କିଛି ଜଣଙ୍କୁ ଆରେଞ୍ଜ ମ୍ୟାରେଜରେ ନିଜ ପ୍ରେମ ମିଳିଥାଏ।କିନ୍ତୁ କେଉଁ ରାଶିର ଲୋକେ ଅଧିକ ଲଭ ମ୍ୟାରେଜ କରିବାକୁ ପସନ୍ଦ କରନ୍ତି ଓ କାହା ଜୀବନରେ ଅଧିକ ଲଭ ମ୍ୟାରେଜ୍‌ର ସମ୍ଭାବନା ଥାଏ ଜାଣନ୍ତୁ।  

{"id":128090,"width":527,"height":469}

ମେଷ ରାଶି- ଏହି ରାଶିର ଲୋକେ ଶାନ୍ତ ସ୍ବଭାବର ଥାଆନ୍ତି। ମେଷ ରାଶି ଅନ୍ୟମାନଙ୍କ ଭାବନାକୁ ଭଲ ଭାବେ ବୁଝନ୍ତି। ନିଜ ପାର୍ଟନରକୁ ଏହି ରାଶିର ଲୋକେ ବହୁତ ଭଲ ପାଆନ୍ତି ଓ ସବୁଠୁ ଅଧିକ ଲଭ ମ୍ୟାରେଜ କରନ୍ତି। ଏମାନେ ଦାମ୍ପତ୍ୟ ଜୀବନରେ ପ୍ରଥମେ କିଛି ସମସ୍ୟାର ସାମ୍ନା କରିବେ ସତ କିନ୍ତୁ ଧିରେ ଧିରେ ସବୁ ଠିକ୍‌ ହୋଇଯିବ।   

{"id":128091}

କୁମ୍ଭ ରାଶି- ଏହି ରାଶିର ଲୋକେ ଗମ୍ଭୀର ସ୍ବଭାବର ଥାନ୍ତି।କିନ୍ତୁ ପ୍ରେମ ମାମଲାରେ ଏହି ରାଶିର ଲୋକେ ବହୁତ ରୋମାଣ୍ଟିକ ଥାନ୍ତି। ତେଣୁ ଏହି ରାଶିର ଯୁବକ ଯୁବତୀ ଅଧିକ ପ୍ରେମ ବିବାହ କରିଥାନ୍ତି ଏହି ରାଶିର ଲୋକ। ବିବାହ ପରେ ଯେକୌଣସି ସମସ୍ୟା ଆସିଲେ ମଧ୍ୟ ଏହି ରାଶିରର ଲୋକେ ପରିସ୍ଥିତିକୁ ସାମ୍ନା କରିବା ସହ ସମାଧାନ କରନ୍ତି। କୁମ୍ଭ ଚରାଶିର ଲୋକେ ବୁଝିବିଚାରି ସବୁ କାମ କରନ୍ତି। ସେମାନେ ଲଭ ମ୍ୟାରେଜ୍‌ରେ ଅଧିକ ବିଶ୍ବାସ ରଖନ୍ତି।

{"id":128093,"width":570,"height":427}

ମକର ରାଶି- ଲଭ୍‌ ମ୍ୟାରେଜ ମାମଲାରେ ଏହି ରାଶିର ଲୋକେ ବହୁତ ଭାଗ୍ୟଶାଳୀ ଥାନ୍ତି। ଏହି ରାଶିର ଲୋକଙ୍କୁ ନିଜ ପ୍ରେମ ମିଳିବାରେ ଅଧିକ ପରିଶ୍ରମ କରିବାକୁ ପଡିନଥାଏ। ମକର ରାଶିର ଲୋକେ ଚାରିଆଡେ ପ୍ରେମର ମାହୋଲ ସୃଷ୍ଟି କରନ୍ତି ଓ ସର୍ବଦା ନିଜ ପାର୍ଟନରଙ୍କୁ ଖୁସିରେ ରଖନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.