Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଫନି ସହାୟତା ରାଶିରେ ଅନିୟମିତତା ଅଭିଯୋଗ କରି ବାଲିପାଟଣା ତହସିଲ ଅଫିସରେ ହଙ୍ଗାମା କଲେ କ୍ଷତିଗ୍ରସ୍ତ

18/11/2019 at 6:39 PM

ବାଲିପାଟଣା୧୮|୧୧: ଫନି ସବୁକିଛି ଉଜାଡି ଦେଇଥିଲା । ସରକାରଙ୍କ ପକ୍ଷରୁ କ୍ଷତିପୂରଣ ସହାୟତା ରାଶି ଘୋଷଣା କରାଗଲା । ମାତ୍ର ସରକାରୀ କର୍ମଚରୀଙ୍କ ମନମାନି ଯୋଗୁଁ କ୍ଷତିଗ୍ରସ୍ତ ତାଲିକାରେ ବିଭ୍ରାଟ ଦେଖାଦେଲା । କେଉଁଠି ଥିଲାବାଲା ଲୋକ ସମ୍ପୂର୍ଣ୍ଣ ଘରଭଙ୍ଗା ସହାୟତା ରାଶି ପାଉଛନ୍ତି  ତ କେଉଠି ସମ୍ପୂର୍ଣ୍ଣ ଘର ଭାଙ୍ଗିଯାଇଥିବା ଏବଂ ଏବେବି ଖରା କାକରରେ ଶୋଉଥିବା ଲୋକ ଆଂଶିକ ଘରଭଙ୍ଗା ସହାୟତା ପାଇଛନ୍ତି ।

ଅନେକଙ୍କ ଆକାଉଣ୍ଟକୁ ସହାୟତା ରାଶି ଏବେ ବି ପହଂଚିନାହିଁ । ଏଭଳି ପରିସ୍ଥିତିରେ ସରକାରୀ ସହାୟତାରୁ ବଂଚିତ କ୍ଷତିଗ୍ରସ୍ତ ବାଲିପାଟଣା ତହସିଲରେ ପହଂଚି ହଙ୍ଗାମା କରିଥିଲେ । କାହିଁକି ଘରଭଙ୍ଗା ସହାୟତା ସେମାନଙ୍କୁ ମିଳିନାହିଁ ତହସିଲ୍ ଦାୟିତ୍ବରେ ଥିବା ଆଡିସିନାଲ୍ ତହସିଲଦାରଙ୍କୁ ପ୍ରଶ୍ନ ପଚରିଥିଲେ । ଏପରିକି କଥା କଟାକଟି ପର୍ଯ୍ୟନ୍ତ ଯାଇଥିଲା । ପରିସ୍ଥିତି ଏପରି ହୋଇଥିଲା ମଝିହରା ଗ୍ରାମ ପଂଚାୟତ ସରପଂଚ ଏବଂ ଆଡିସିନାଲ୍ ତହସିଲଦାର ମୁଁହାମୁହିଁ ହୋଇଥିଲେ ।

ବାଲିପାଟଣା ତହସିଲ ଅଧୀନରେ ଫନି କ୍ଷତିଗ୍ରସ୍ତ ତାଲିକା ରେ ଅନେକ ତୃଟି ପରିଲକ୍ଷିତ ହୋଇଛି । ପ୍ରକୃତ ହିତାଧତ୍କାରୀ ସରକାରୀ ସହାୟତାରୁ ବଂଚିତ ହେଉଛନ୍ତି । କ୍ଷେତ୍ର ପରିଦର୍ଶନରେ ଯାଇଥିବା ରାଜସ୍ବ ନିରୀକ୍ଷକଙ୍କୁ ଲାଂଚ ନଦେବାରୁ ରାଜସ୍ବ ନିରୀକ୍ଷକ ଏଭଳି  ରିପୋର୍ଟ ଦେଇଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି ।

ସେପଟେ ଆଡିସିନାଲ ତହସିଲଦାର କହିଛନ୍ତି  ଏ ବାବଦରେ ଛଅ ଜଣିଆ ଟିମ୍ ଗଠନ କରାଯାଇଛି । ୧୦ ଦିନ ଭିତରେ ଯେଉଁମାନଙ୍କର ଘରଭଙ୍ଗା ଟଙ୍କା ଯାଇନାହିଁ ସେମାନଙ୍କ ଆକାଉଣ୍ଟ କୁ ସହାୟତା ରାଶି ପଠାଯିବ । ଯେଉମାନଙ୍କର ସମ୍ପୂର୍ଣ୍ଣ ଭର ଭାଙ୍ଗିଛି ଏବଂ ସେମାନେ ଆଂଶିକ ତାଲିକାରେ ରହିଛନ୍ତି, ସେମାନଙ୍କ ସମସ୍ୟା ଜିଲ୍ଲାପାଳଙ୍କୁ ଜଣାଇଦିଆଯିବ । ଜିଲ୍ଲାପାଳ ଯାହା ପଦକ୍ଷେପ ନବେ ।

   Related Posts