ବାଙ୍କୀ ଏସ୍‌ଡିପିଓଙ୍କୁ ଘେରିଲେ ଶତାଧିକ ଲୋକେ

Published By : Prameya-News7 Bureau | November 11, 2019 IST

ବାଙ୍କୀ ୧୧।୧୧ -  ବାଙ୍କୀ ଏସ୍‌ଡିପିଓଙ୍କୁ ଘେରିଲେ ଶତାଧିକ ଲୋକେ । ବାଙ୍କୀ ବାଉଁଶପୁଟ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀଙ୍କ ବିରୋଧରେ ସେହି ଗାଁର ଜଣେ ମହିଳା ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

 ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ସେହିଗ୍ରାମର ଆଉ କିଛି ଲୋକ ଏହାର ପ୍ରତିବାଦ କରିବା ସହ ତୁରନ୍ତ ମାମଲା ପ୍ରତ୍ୟାହାର କରିବା ପାଇଁ ବାଙ୍କୀ ଥାନା ଆଗରେ ଏକତ୍ରିତ ହୋଇ ଏସ ଡିପିଓଙ୍କୁ ଘେରିଥିଲେ । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ପ୍ରତିଶ୍ରୁତି ଦେବା ପରେ ଲୋକେ ଆନ୍ଦୋଳନରୁ ହଟିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.