Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ସରପଞ୍ଚଙ୍କ ମନମୁଖୀ ଏବଂ ବେଆଇନ କାର୍ଯ୍ୟ ବିରୁଦ୍ଧରେ ତାତିଲେ ପଞ୍ଚାୟତବାସୀ : ଘେରାଉ କଲେ ଜିଲ୍ଲାପାଳ ଅଫିସ

20/02/2020 at 4:55 PM

ସୁବର୍ଣ୍ଣପୁର ୨୦/୨: ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ପଞ୍ଚାୟତର ସରପଞ୍ଚଙ୍କ ମନମୁଖୀ ଏବଂ ବେଆଇନ କାର୍ଯ୍ୟ  ବିରୁଦ୍ଧରେ ତାତିଲେ ପଞ୍ଚାୟତବାସୀ   । ଲଛିପୁର ମହାବିଦ୍ୟାଳୟ ୧୦୦ ମିଟର ଭିତରେ ଏଲପିଜି ଗୋଦାମ ଓ କୁକୁଡ଼ା ଫାର୍ମ ପାଇଁ ଏନଓସି ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି । ଲଛିପୁର ପଞ୍ଚାୟତରେ ବେଆଇନ କାର୍ଯ୍ୟ ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।

ସରପଞ୍ଚଙ୍କ ସ୍ବାମୀ ନିଜ ଟ୍ରାକ୍ଟରରେ ପଂଚାୟତର ସମସ୍ତ ଠିକା କାର୍ଯ୍ୟରେ ବ୍ୟବହାର କରୁଥିବାବେଳେ ଏଯାଏଁ ପ୍ରାୟ ୮୦ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଖର୍ଚ୍ଚ ନ ହୋଇ ପଡିରହିଛି । ସରପଞ୍ଚ ପୂର୍ଣ୍ଣିମା ଦାସ କେବଳ ମାସିକ ବୈଠକକୁ ଆସୁଥିବା ବେଳେ ଅନ୍ୟ ଦିନରେ ପଞ୍ଚାୟତବାସୀମାନେ ଯେ କୌଣସି କାର୍ଯ୍ୟ ପାଇଁ ସରପଞ୍ଚଙ୍କୁ ସାକ୍ଷାତ କରିପାରୁ ନ ଥିବା ଅଭିଯୋଗ ହୋଇଛି ।ଏହି ପଂଚାୟତ ଅଧୀନରେ ବାସହରା ଲୋକେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । ପଞ୍ଚାୟତରେ ଏପରି ବେଆଇନ କାର୍ଯ୍ୟର ପ୍ରତିବାଦରେ ଜିଲ୍ଲାପାଳ ଅଫିସ ଘେରାଉ କରିବା  ସହିତ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ପଞ୍ଚାୟତବାସୀ ।

   Related Posts