ଆମ୍ବୁଲାନ୍ସକୁ ରାସ୍ତା ଦେବାକୁ ନିଜ ଗାଡିରୁ ଓହ୍ଲେଇ ଏମିତି କାମ କଲେ ଲୋକେ: ସୋସିଆଲ୍ ମିଡ଼ିଆରେ ହେଉଛି ପ୍ରଶଂସା

Published By : Prameya-News7 Bureau | April 18, 2021 IST

ବ୍ରିଟେନ ୧୮/୦୪ : ଜଣେ ରୋଗୀକୁ ହସ୍ପିଟାଲକୁ ନେଇ ଯିବା ସମୟରେ ପ୍ରତି ମିନିଟର ମହତ୍ତ୍ୱ ଥାଏ। ବେଳେ ମାତ୍ର କିଛି ମିନିଟ ପାଇଁ ରୋଗୀର ଜୀବନ ମଧ୍ୟ ଚାଲିଯାଇଥାଏ। ତେବେ ଆମ୍ବୁଲାନ୍ସ ପାଇଁ ରାଷ୍ଟ୍ର ସବୁବେଳେ ଅନୁକୂଳ ହୋଇନଥାଏ। ବେଳେ ଆମ୍ବୁଲାନ୍ସ ରାସ୍ତା ଯାମରେ ଫସିଯାଇଥାଏ ଓ ବାହାରିବାକୁ ବହୁତ ସମୟ ଲାଗିଥାଏ। ୟୁକେରେ ଲୋକେ ଏମିତି ଏକ କାମ କରିଛନ୍ତି ଯାହାକୁ ନେଇ ଖୁବ ପ୍ରଶଂସା ହେଉଛି। ଆମ୍ବୁଲାନ୍ସ ଆସୁଥିବା ଦେଖି ଲୋକେ ପୁରା ରାସ୍ତା ଖାଲି କରିଦେଇଥିଲେ। ଯେପରି ଆମ୍ବୁଲାନ୍ସ ଠିକ ସମୟରେ ହସ୍ପିଟାଲରେ ପହଞ୍ଚି ପାରିବ ଓ ରୋଗୀର ଚିକିତ୍ସା ହୋଇପାରିବ। ଘଟଣା କ୍ୟାମେରାରେ କଏଦ୍ ହୋଇଛି। ଭିଡିଓ ଭାଇରାଲ ହେବାପରେ ଲୋକେ ଖୁବ ପ୍ରଶଂସା କରୁଛନ୍ତି। 

{"id":440288,"sizeSlug":"large","linkDestination":"none"}

ଆମ୍ବୁଲାନ୍ସର ଡ୍ୟାସକ୍ୟାମରୁ କଏଦ୍ କରାଯାଇଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ରାସ୍ତାରେ ଲୋକେ ନିଜ ଗାଡି ସାଇଡ କରି ଆମ୍ବୁଲାନ୍ସ ପାଇଁ ବାଟ କାଢୁଛନ୍ତି। ଆମ୍ବୁଲାନ୍ସକୁ ଯିବାକୁ ଯେପରି କୌଣସି ଅସୁବିଧା ନ ହୁଏ ସେଥିପାଇଁ ଲୋକେ ରାସ୍ତା ସଫା କରୁଛନ୍ତି। ଟିକଟକରେ ସେୟାର ହୋଇଥିବା ଏହି ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି ଓ ଲୋକେ ଖୁବ ପ୍ରଶଂସା କରୁଛନ୍ତି।

wp:html
/wp:html

ଲୋକେ ସାହାଯ୍ୟ କରିଥିବା ସେହି ଲୋକଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି। ଭିଡିଓ Nextdoor ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି। ଭିଡିଓକୁ ଏବେ ସୁଦ୍ଧା ୨ ହଜାରରୁ ଅଧିକ ଲୋକ ଲାଇକ୍ କରିଛନ୍ତି ଓ ଅନେକ ଲୋକ ସକାରାତ୍ମକ ପ୍ରତିକ୍ରିୟା ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.