Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

୧୮-୪୪ ବର୍ଷୀୟ ବ୍ୟକ୍ତି ନେଇପାରିବେ ନିଜ ପସନ୍ଦର ଟିକା, କୋଓ୍ବିନ୍‌ ଆପ୍‌ ମୁଖ୍ୟ ଦେଲେ ସୂଚନା

30/04/2021 at 6:54 PM

ନୂଆଦିଲ୍ଲୀ ୩୦/୪: ଦେଶରେ ୧୬ ଜାନୁଆରୀରୁ କରୋନା ଟିକାକରଣ ଆରମ୍ଭ ହୋଇଥିବା ବେଳେ ଭ୍ୟାକସିନ୍‌ ଚୟନ ନେଇ କୌଣସି ବିକଳ୍ପ ଦିଆଯାଇନଥିଲା। ଟିକାକରଣ କେନ୍ଦ୍ରରେ ମହଜୁଦ ଥିବା ଟିକା ହିଁ ଲୋକଙ୍କୁ ଲଗାଇବାକୁ ପଡ଼ୁଥିଲା। କିନ୍ତୁ ଏବେ ୧୮-୪୪ ବର୍ଷୀୟ ଲୋକେ ଘରୋଇ ଟିକାକରଣ କେନ୍ଦ୍ରରେ ନିଜ ପସନ୍ଦର ଟିକା ବାଛିପାରିବେ। ଲୋକେ ଚାହୁଁଥିବା ଟିକା ଲଗାଇପାରିବେ। ଏନେଇ କୋଓ୍ବିନ୍‌ ଆପ୍‌ ମୁଖ୍ୟ ଆରଏସ୍‌ ଶର୍ମା କହିଛନ୍ତି।

ଏହା ସହ ସେ ନ୍ୟୁଜ୍‌ ୧୮କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ବିକଳ୍ପ ବାଛିବାର ପ୍ରକ୍ରିୟା ଏବେ କେବଳ ଘରୋଇ ଟିକାକରଣ କେନ୍ଦ୍ରରେ ଉପଲବ୍ଧ ହୋଇପାରିବ। କିନ୍ତୁ ସରକାରୀ ସେଣ୍ଟରରେ ଉପଲବ୍ଧତା ଅନୁସାରେ ଟିକା ଦିଆଯିବ। ସେ ଆହୁରି କହିଛନ୍ତି, ଲୋକମାନେ ନିଜ ପସନ୍ଦରେ ଟିକା ଲଗାଇପାରିବାର ବିକଳ୍ପ ଥିଲେ ବି ଦ୍ବିତୀୟ ଡୋଜ୍‌ ମଧ୍ୟ ସମାନ ଭ୍ୟାକ୍ସିନ୍‌ର ନେବାକୁ ପଡ଼ିବ। କୋଓ୍ବିନ୍‌ ଆପ୍‌ରେ ଘରୋଇ ଟିକାକରଣ କେନ୍ଦ୍ର ଏବଂ ସେଠାରେ ଭ୍ୟାକସିନ୍‌ର ଦାମ୍‌ ସମ୍ପର୍କରେ ଉପଲବ୍ଧ ରହିବ।

୧ ମେ’ରୁ ଭ୍ୟାକ୍‌ସିନ୍ ଉତ୍ପାଦକ ୫୦ ପ୍ରତିଶତ ଭ୍ୟାକସିନ୍‌ ସିଧାସଳଖ ରାଜ୍ୟ ଏବଂ ଘରୋଇ ହସ୍ପିଟାଲକୁ ବିକ୍ରି କରିପାରିବେ। ବାକି ୫୦ ପ୍ରତିଶତ ଟିକା କେନ୍ଦ୍ର ସରକାରଙ୍କ ପାଖକୁ ଯିବ। ସରକାରୀ ସେଣ୍ଟରରେ ଟିକା ମାଗଣାରେ ଦିଆଯାଉଥିବା ବେଳେ ଘରୋଇ କେନ୍ଦ୍ରଗୁଡ଼ିକରେ ପ୍ରାଥମିକ ପର୍ଯ୍ୟାୟରେ ୨୫୦ ଟଙ୍କା ପ୍ରତି ଡୋଜ୍‌ ରହିଛି।

୧୮-୪୪ ବର୍ଷୀୟ ଲୋକଙ୍କ ପାଇଁ ଏବେ ଉଭୟ ରାଜ୍ୟ ଏବଂ ଘରୋଇ ହସ୍ପିଟାଲ ଟିକା କ୍ରୟ କରିବେ। ଏହାରି ଭିତରେ ପାଖାପାଖି ୧୯ ରାଜ୍ୟ ମାଗଣାରେ ଟିକା ଦେବାକୁ ଘୋଷଣା କରିଥିବା ବେଳେ ଘରୋଇ କେନ୍ଦ୍ରରେ ଲୋକଙ୍କୁ ଟିକା ପାଇଁ ଟଙ୍କା ଦେବାକୁ ହେବ।

   Related Posts