କେନ୍ଦୁଝରରେ ଆଦିବାସୀଙ୍କୁ କବଳିତ କରିଛି ଅନ୍ଧବିଶ୍ବାସ : ଜ୍ଵର ଛଡ଼ାଇବା ପାଇଁ ଝାଡୁଛି ଗୁଣିଆ

Published By : Prameya-News7 Bureau | September 03, 2019 IST

କେନ୍ଦୁଝର  ୩/୯: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ରେ ପୁଣିଥରେ ଆଦିବାସୀ ଅନ୍ଧବିଶ୍ବାସର କବଳିତ ହେଉଥିବା ଦୃଶ୍ୟ ନଜରକୁ ଆସିଛି। ବାଂଶପାଳ ବ୍ଲକ ତଳ କାଦକଳା ପଞ୍ଚାୟତ ଉପର କାଦକଳାର ବାନ୍ଦୁରୁ ମୁଣ୍ଡାଙ୍କ ସ୍ତ୍ରୀ ସୂର୍ଯ୍ୟମଣି ମୁଣ୍ଡାଙ୍କୁ ସପ୍ତାହେ ହେଲା ଜ୍ଵର ହୋଇଥିବା ବେଳେ ପରିବାର ଲୋକେ କେନ୍ଦୁଝର ଡାକ୍ତର ଖାନା ନେଇ ଚିକିତ୍ସା କରାଉଥିଲେ।

{"id":152390}

ସେଠାରେ ୩/୪ଦିନ ଚିକିତ୍ସା ହେବା ପରେ କାଳେ ଗୁଣି ଗାରେଡି କରିଛି ତେଣୁ ଡ଼ାକ୍ତର ଖାନାରେ ଭଲ ହେଉନି  ଭାବି ଘରକୁ ଫେରାଇ ନେବା ସହ ଗୁଣିଆ ଡାକି ପୂଜାର୍ଚ୍ଚନା ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଦେଖନ୍ତୁ ଏ ଦୃଶ୍ୟକୁ କେମିତି ଜଣେ ଗୁଣିଆ ଜ୍ଵର ଛଡ଼ାଇବା ପାଇଁ ପୂଜାର୍ଚ୍ଚନା କରୁଛି। ତେବେ ଉପର କାଦକଳାକୁ ରାସ୍ତା ନଥିବାରୁ ତଳ କାଦକଳାରୁ ଉପର କାଦକଳାକୁ ୫ କିମି ଦୁଳା ସାହାଯ୍ୟରେ ରୋଗୀକୁ ବୋହିକି ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.