Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ
  • ||
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||

ପାକିସ୍ତାନ: ଏମାନେ ପ୍ରତିଦିନ କରୋନା ସହ କରନ୍ତି ଲଢ଼େଇ … ସାଂସଦ କଲେ ପ୍ରଂଶସା

23/03/2020 at 8:55 PM

ଇସ୍ଲାମାବାଦ୨୩/୩: କରୋନା ପ୍ରଭାବରେ ପାକିସ୍ତାନବାସୀଙ୍କ ସ୍ଥିତି ବହୁତ ଖରାପ। ଡାକ୍ତର ଏବଂ ନର୍ସମାନେ ମୁହଁରେ ମାସ୍କ ବାନ୍ଧି ଘଣ୍ଟା ଘଣ୍ଟା ଧରି ଲୋକମାନଙ୍କ ସେବା ଯୋଗାଇ ଦେଉଛନ୍ତି। ହସ୍ପିଟାଲ କର୍ମଚାରୀମାନେ ଘରକୁ ଫେରିବା ପରେ ସେମାନଙ୍କ ଚେହେରାରେ ପରିବର୍ତ୍ତନ ହୋଇଥାଏ। ପାକିସ୍ତାନର ଜଣେ ସାଂସଦ ନିଜ ଟ୍ବିଟ୍‌ରରେ ସେମାନଙ୍କ ଫଟୋ ପୋଷ୍ଟ କରିଛନ୍ତି।

ପାକିସ୍ତାନ ସାଂସଦ ନାଜ ବଲୋଚ ଟ୍ବିଟ୍‌ରରେ ଫଟୋ ପୋଷ୍ଟ କରିବାର ଉଦ୍ଦେଶ୍ୟ ଅନ୍ୟ କିଛି ରହିଛି। ଘଣ୍ଟା ଘଣ୍ଟା ଧରି ମାସ୍କ ପିନ୍ଧି କର୍ମଚାରୀମାନେ ଲୋକମାନଙ୍କ ସେବା ଯୋଗାଇ ଦେଉଥିବା ନାଜ ବଲୋଚ କହିଛନ୍ତି।

କରୋନା ଆକ୍ରାନ୍ତ ରୋଗୀଙ୍କ ମଝିରେ ରହି ନର୍ସମାନେ କାମ କରି ଉଦାହରଣ ପାଲଟିଛନ୍ତି। ମାସ୍କ ପିନ୍ଧି ଏତେ ସମୟ କାମ କରିବା କଷ୍ଟଦାୟକ ବୋଲି ସୋସିଆଲ ମିଡିଆରେ ନାଜ ନିଜର ମତ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ କରୋନା ଭାଇରସ୍‌ର ପ୍ରଭାବ ଦେଖାଯାଇଛି। ପାକିସ୍ତାନରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତରେ ୫ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ସେହିପରି ୭୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ପ୍ରଥମରୁ ପାକିସ୍ତାନରେ କରୋନାର ପ୍ରଭାବ କମ୍‌ ଦେଖିବାକୁ ମିଳିଥିଲା। ମାତ୍ର ୫ ଦିନରେ ମଧ୍ୟରେ ପାକିସ୍ତାନରେ କରୋନା ଭୟବହ ପରିସ୍ଥିତି ସୃଷ୍ଟି କରିଛି। କରୋନା ଆକ୍ରାନ୍ତ ସଂଖ୍ୟା ତାଲିକାରେ ପାକିସ୍ତାନ ବିଶ୍ବରେ ୩୦ ନମ୍ବର ସ୍ଥାନରେ ରହିଛି।

   Related Posts