Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

ବନ୍ଦ ଘରୁ ମିଳିଲା ପରିବାରର ୫ ଜଣଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ : ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଗୃହମନ୍ତ୍ରୀ

17/11/2020 at 5:14 PM

ଛତିଶଗଡ ୧୭/୧୧ : ରାଜଧାନୀ ରାୟପୁରର ଅଭନପୁର ଜିଲ୍ଲା କେନ୍ଦ୍ରୀ ଗାଁରେ ଗୋଟିଏ ପରିବାରର ପାଞ୍ଚ ଜଣ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଏହି ଖବର ସାମ୍ନାକୁ ଆସିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ଏହି ମର୍ମନ୍ତୁଦ ଘଟଣାରେ ଛତିଶଗଡ ଗୃହମନ୍ତ୍ରୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଘଟଣାକୁ ଗମ୍ଭୀରତାର ସହ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦେଶ ଦେଇଛନ୍ତି । ପୋଲିସର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଶବଗୁଡିକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି ।

ଛତିଶଗଡ ଗୃହମନ୍ତ୍ରୀ ତାଙ୍କ ବିବୃତିରେ କହିଛନ୍ତି ଯେ, ଆତ୍ମହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସକୁ ଆତ୍ମହତ୍ୟାର କାରଣ ଏଯାଏଁ ଜଣାପଡିନାହିଁ । ଆତ୍ମହତ୍ୟା କରିଥିବା ପରିବାରର ୫ ଜଣଙ୍କ ମଧ୍ୟରେ ୨ ଜଣ ମହିଳା, ୨ ଜଣ ଶିଶୁ ଏବଂ ଜଣେ ପୁରୁଷ ଅଛନ୍ତି । ତେବେ ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ମୃତକ ପୁରୁଷ କମଲେଶ ସାହୁ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏ ବାବଦରେ ଗୃହମନ୍ତ୍ରୀ ତାମ୍ରଧ୍ବଜ ସାହୁ କହିଛନ୍ତି ଯେ ସେ ଅଞ୍ଚଳର ସିଏସପିଙ୍କ ସହିତ ଏବାବଦରେ ଆଲୋଚନା ହୋଇଛି । ସ୍ଥାନୀୟ ସିଏସପି କହିଛନ୍ତି ଯେ ପୋଲିସ ଟିମ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ଶବ ଗୁଡିକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି     । ମାମଲା ବହୁତ ଗମ୍ଭୀର ହୋଇଥିବାରୁ ପୋଲିସ ସବୁ ଦିଗକୁ ଅନୁସନ୍ଧାନ କରୁଛି ।

ଘଟଣାର ତଦନ୍ତ କରୁଥିବା ଏଏସପି ତାଲେଶ୍ବର ପଟେଲ କହିଛନ୍ତି ଯେ, ଘରର ପୁରୁଷ କମଲେଶ ସାହୁଙ୍କ ଶବ ଫାଶିରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି ଏବଂ ଘରର ଅନ୍ୟ ସଦସ୍ୟଙ୍କ ଶବ ଖଟ ଉପରେ ପଡିଥିବା ଅବସ୍ଥାରେ ଜବତ କରାଯାଇଛି । ଘରର ଭିତର ପଟୁ କବାଟ ବନ୍ଦ ଥିବା ଏବଂ ଘଟଣାସ୍ଥଳରୁ କିଛି ସୁଇସାଇଡ ନୋଟ ମିଳିନଥିବାରୁ ଏହା ଆତ୍ମହତ୍ୟା ହୋଇଥାଇପାରେ ବୋଲି ପୋଲିସ କହିଛି ।

   Related Posts