କଲବଲ କଲାଣି କୁହୁଡି; ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି

Published By : Prameya-News7 Bureau | January 23, 2019 IST

ଭୁବନେଶ୍ୱର ୨୩/୧ : କୁହୁଡି ପାଇଁ କଲବଳ ହେଲେଣି ଲୋକେ | ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି | ପାଣିପାଗ ବିଭାଗ ତରଫରୁ ଓଡିଶା ପାଇଁ ୟେଲୋ ସତର୍କ ସୂଚନା ଜାରି କରିଛି | ଉପକୂଳରୁ ଆଭ୍ୟନ୍ତରୀଣ ଓଡିଶା, ସମସ୍ତେ ହଇରାଣ ହେଉଛନ୍ତି କୁହୁଡି ଯୋଗୁଁ | ରାତି ୧୧ଟା ବେଳକୁ ଏମିତି କୁହୁଡି ମାଡି ଆସୁଛି ଯେ, ରାସ୍ତା ଦେଖାଯାଉନି | ଏମିତିକି ଆଗକୁ ରାସ୍ତା ଅଛି ନା ନାହିଁ ତାହା ମଧ୍ୟ ଜଣାପଡ଼ୁନାହିଁ | ସକାଳ ୯ଟା ପର୍ଯ୍ୟନ୍ତ ବାଟେଘାଟେ ଦେଖାଯାଉନି | ୪ଦିନ ହେଲା ଘନ କୁହୁଡି ପ୍ରଭାବରେ କଲବଳ ହେଉଛନ୍ତି ଉପକୂଳ, ଆଭ୍ୟନ୍ତରୀଣ ଓ ଉତ୍ତର ଓଡିଶା ଲୋକେ | ୨୫ ତାରିଖ ପର୍ଯ୍ୟନ୍ତ ଏହି କୁହୁଡିରୁ ଲୋକଙ୍କୁ ନିସ୍ତାର ମିଳିବନାହିଁ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି | ୨୬ ଓ ୨୭ ତାରିଖରେ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ହେବ, ପାଗ ଶୁଖିଲା ରହିବ | ଆଭ୍ୟନ୍ତରୀଣ ଓଡିଶା ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି |

{"id":77107,"width":584,"height":437}


ଉତ୍ତରପଶ୍ଚିମ ଆଡୁ ପୂର୍ବ ଆଡକୁ ଓଡ଼ିଶା ପ୍ରତି ପଶ୍ଚିମ ବାୟୁ ପ୍ରବାହ ରହିଛି । ଓଡ଼ିଶା ଉପକୂଳରେ ଗୁରୁଚାପ ସୃଷ୍ଟି ହେବା ଫଳରେ ଅଳ୍ପ ମାତ୍ରାରେ ଜଳୀୟବାଷ୍ପ ସ୍ଥଳ ଭାଗକୁ ଆସୁଛି । ତେଣୁ ବାୟୁ ପ୍ରଦୂଷଣ ହେବା ଯୋଗୁଁ ଓଡିଶାର ଉପକୂଳବର୍ତି ଜିଲ୍ଲାଗୁଡ଼ିକରେ ଘନ କୁହୁଡି ସୃଷ୍ଟି ହେଉଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘନ କୁହୁଡି ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଘନ କୁହୁଡି ଯୋଗୁଁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, କଟକ ଏବଂ ଖୋର୍ଦ୍ଧାରେ ୨୦୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ନାହିଁ ବୋଲି ସିଇସି ପକ୍ଷରୁ କୁହାଯାଇଛି ।

{"id":77108}


ସେହିପରି ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ନୟାଗଡ ଏବଂ ଯାଜପୁରରେ ମଧ୍ୟ ମଧ୍ୟମ ଧରଣର କୁହୁଡି ଅନୁଭୂତ ହେବ ।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.