ବିଶ୍ବକପ୍ ହକିର ଉଦ୍‌ଘାଟନୀ ମ୍ୟାଚ୍ ଟିକେଟ୍ ପାଇଁ ପୁଣି ହଟହଟା ଲୋକେ : ୧୦ ହଜାର ପର୍ଯ୍ୟନ୍ତ କ୍ୟୁରେ ଥିବା ଦର୍ଶକଙ୍କୁ ଟିକେଟ୍ ମିଳିବ

Published By : Prameya-News7 Bureau | November 20, 2018 IST

ଭୁବନେଶ୍ବର ୨୦|୧୧: ବିଶ୍ବକପ୍ ହକିର ଉଦ୍‌ଘାଟନୀ ମ୍ୟାଚ୍ ଟିକେଟ୍ ପାଇଁ ପୁଣି ହଟହଟା ଲୋକେ ।  ଆଜି ଅନଲାଇନ  ଟିକେଟ୍ ବିକ୍ରି ଆରମ୍ଭ ହେ।ଇଥିବା ବେଳେ ଦିନ ୧୨ଟାରୁ ୱେବସାଇଟ ଜାମ୍‌ ହୋଇଯାଇଥିଲା । ଫଳରେ ଅନେଙ୍କୁ ନିରାଶ ହେବାକୁ ପଡିଛି । ଟିକେଟ ପାଇଁ ଗୋଟିଏ  ୱେବସାଇଟକୁ ଦାୟିତ୍ବ ଦିଆଯାଇଥିଲା। ଆଉ ଏକାସାଙ୍ଗରେ ହିଟ୍‌ କରିଥିଲେ ୮୨ ହଜାରୁ ଅଧିକ କ୍ରେତା। ତେବେ ୧୦ ହଜାର ପର୍ଯ୍ୟନ୍ତ କ୍ୟୁରେ ଥିବା ଦର୍ଶକଙ୍କୁ ଟିକେଟ ମିଳିବ ବୋଲି ସ୍ଥିର ହୋଇଛି । ହକି ଟିକେଟ୍ ପାଇଁ ପୁଣି ହଟହଟା ହେଲେ ଦର୍ଶକ । ଅନଲାଇନ ଟିକେଟ୍ ବୁକ୍‌ କରିବା ଲାଗି ୱେବସାଇଟ୍ ଭିଜିଟ୍ କରି ନିରାଶ ହୋଇଛନ୍ତି ଦର୍ଶକ। ନା ୱେବସାଇଟ୍ ଖୋଲିଲା ନା ଜିନି ବାହାରିଲା ନା ହାତକୁ ବଢ଼ାଇଲା ଟିକେଟ୍ ଖଣ୍ଡେ । ଘଣ୍ଟା ଘଣ୍ଟା ଧରି ସାଇବର କାଫେ କିମ୍ବା ନିଜ ମେ।ବାଇଲ ବା କମ୍ପ୍ୟୁଟରରେ ଘଣ୍ଟା ଘଣ୍ଟା ଧରି ଚେଷ୍ଟା କରିଥିଲେ ଦର୍ଶକ। କେଉଁଠି ଟିକେଟ୍ ସାଇଟ୍ ଖେ।ଲି ନଥିବା ବେଳେ ଆଉ କେଉଁଠି ଘଣ୍ଟା ଘଣ୍ଟା ହ୍ୟାଙ୍ଗ୍ ହେ।ଇ ରହିଥିଲା । ଏପରିକି ଅନେକ କ୍ରେତାଙ୍କୁ କ୍ୟୁରେ ରଖି ଶେଷରେ ସୋଲଡ ଆଉଟ ମେସେଜ ଆସିଥିଲା । ହକି ବିଶ୍ବକପର ଉଦ୍‌ଘାଟନୀ ଉତ୍ସବ ଦେଖିବା ଲାଗି ୧୫ ତାରିଖରେ କଳିଙ୍ଗ ଷ୍ଟାଡିୟମ ଆଗରେ ଲାଇନ ଲଗାଇଥିଲେ ଦର୍ଶକ। ଆଉ ଟିକେଟ ନ ପାଇ ସେଠାରେ ହଙ୍ଗାମା କରିଥିଲେ ଦର୍ଶକ। ଘୋଷଣା ହେଲା ୨୦ ତାରିଖ ଦିନ ୧୨ଟାରୁ ଅନଲାଇନ ଟିକେଟ ମିଳିବ। ଟିକେଟଜିନି ଡଟକମ୍‌ରେ ହିଁ କେବଳ ଟିକେଟ ମିଳିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ୱେବସାଇଟ ଜାମ୍। ଏକା ସଙ୍ଗରେ କୁଆଡ଼େ ୮୦ ହଜାର ଲୋକ ୱେବସାଇଟ ହିଟ୍‌ କରିବାକୁ ଏଭଳି ସ୍ଥିତି ଉପୁଜିଲା ବୋଲି ସଫେଇ ଦିଆଯାଇଛି। ଏମିତି ସମସ୍ୟା ପ୍ରଥମ ନୁହେଁ । ୨୦୧୬ ର ବିଶ୍ବକପ କ୍ରିକେଟରେ ଅନଲାଇନ ଟିକେଟ ବିକ୍ରିରେ ଦେଖାଦେଇଥିଲା କେଳେଙ୍କାରୀ। ଖୁବ ତନାଘନା ଚାଲିଥିଲା। ଏଥିରୁ ବି ବୁଦ୍ଧି ଶିଖିଲେନି। ଏଥର ମଧ୍ୟ ସେମିତି କିଛି କେଳେଙ୍କାରୀ ହେଉନଥିବା କିଏ କହିବ। ଟିକେଟ ବିକ୍ରି ପାଇଁ ଗୋଟିଏ ୱେବସାଇଟକୁ ଦାୟିତ୍ବ କାହିଁକି ଦିଆଯାଇଥିଲା। ଟିକେଟ ବିକ୍ରିରେ ସ୍ବଚ୍ଛତା ଅଛି ବୋଲି ଦର୍ଶକ ହୃଦୟଙ୍ଗମ କରିପାରିବେ କି। ତାହା ଅବଶ୍ୟ ଜଣା ପଡ଼ିବ ୧୦ହଜାର ତଳକୁ କ୍ୟୁଥିବା ଦର୍ଶକ ଯଦି ଟିକେଟ ପାଉଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.