Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ବର୍ଷାରେ ବେହାଲ ରାଜଧାନୀ : ଖାଲୁଆ ଅଞ୍ଚଳରେ ପଶିଲା ପାଣି, ଲୋକେ ହନ୍ତସନ୍ତ

25/07/2019 at 1:16 PM

ଭୁବନେଶ୍ବର ୨୫|୭: ଗତକାଲିଠାରୁ ରାଜ୍ୟର ବିଭିନ୍ନ ଝିପିଝିପି ବର୍ଷା ଲାଗିରହିଛି । ରାଜଧାନୀରେ ବର୍ଷା ଯୋଗୁଁ ଖାଲୁଆ ଅଞ୍ଚଳରେ ପାଣି ପଶିଯାଇଛି। ବର୍ଷା ଯୋଗୁଁ ଭୁବନେଶ୍ବର ସ୍ଥିତ ଆଚାର୍ଯ୍ୟ ବିହାର ଛକର ରାସ୍ତାରେ ନଦୀର ଭ୍ରମ ସୃଷ୍ଟି ହୋଇଛି । ରାସ୍ତା ଉପରେ ପାଣିର ପ୍ରଖର ସ୍ରୋତ ଦେଖିବାକୁ ମିଳିଛି । ଜାତୀୟ ରାଜପଥରୁ ପାଣି ଆସି କଲୋନୀ ଭିତରେ ପଶିଛି । ଡ୍ରେନେଜ କାମ ସରୁନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ରାଜଧାନୀରେ ଝିପି ଝିପି ବର୍ଷାରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳୁଛି । ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ଚାଲୁଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗତକାଲି ରାତିରୁ ବର୍ତ୍ତମାନ ପର୍ଯ୍ୟନ୍ତ ଝିପଝିପ ବର୍ଷା ହୋଇଥିଲା । କିଛି ସମୟ ଅଳ୍ପ ଜୋରରେ ବର୍ଷା ହୋଇଥିଲା । ଯାହା ଫଳରେ ଏଭଳି ପରିସ୍ଥିତି ଉପୁଜିଛି ।

ତଳୁଆ ଅଞ୍ଚଳର ଲୋକେ ଘରୁ ବାହାରିପାରୁନଥିବା ଦେଖିବାକୁ ମିଳିଛି । ଛୋଟ ଛୋଟ ଛୁଆ ମଧ୍ୟ ସ୍କୁଲ ଯିବାଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘରୁ ବାହାରକୁ ଗଲେ ଆଣ୍ଠୁଏ ଆଣ୍ଠୁଏ ପାଣିରେ ପଶି ଯିବା ପାଇଁ ପଡୁଛି । ଅଳ୍ପ ବର୍ଷାରେ ବାରମ୍ବାର ଏଭଳି ପରିସ୍ଥିତି ଉପୁଜିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ସ୍ମାର୍ଟ ସିଟିରେ ଏଭଳି ଅବସ୍ଥା ସାଧାରଣରେ ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି । ତେବେ ଦେଖିବାକୁ ବାକି ରହିଲା ଖାଲୁଆ ଅଞ୍ଚଳବାସୀଙ୍କ ଦୁଃଖ କେବେ ଦୂର ହେବ ।

   Related Posts